
ମୁମ୍ବାଇ: ବମ୍ବେ ହାଇ କୋର୍ଟ ପଳାତକ ମଦ ସମ୍ରାଟ ବିଜୟ ମାଲ୍ୟାକୁ କହିଛନ୍ତି, ଯଦି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ‘ପଳାତକ’ ଆଖ୍ୟା ଖରାପ ଲାଗୁଛି, ଭାରତ ଆସି ଶୁଣାଣିରେ ସାମିଲ ହୁଅ। କୋର୍ଟ ଆହୁରି ମଧ୍ୟ କହିଛନ୍ତି, ସେ ଭାରତ ଫେରିଆସିଲେ ଏହି ଅଖ୍ୟାରୁ ମଧ୍ୟ ମୁକ୍ତି ପାଇବେ।
ଇଡିର ଏହି ଆଖ୍ୟା ବିରୋଧରେ ମାଲ୍ୟାଙ୍କ ଏକ ଆବେଦନର ଶୁଣାଣି ଅବସରରେ ଜଷ୍ଟିସ ଇନ୍ଦ୍ରଜିତ ମହାନ୍ତି ଏବଂ ସାରଙ୍ଗ କୋଟ୍ୱାଲଙ୍କୁ ନେଇ ଗଠିତ ଖଣ୍ଡପୀଠ ମାଲ୍ୟାଙ୍କୁ ଏହି ପ୍ରସ୍ତାବ ଦେଇଛନ୍ତି। ଏତଦ୍ବ୍ୟତୀତ ଏହି ଖଣ୍ଡପୀଠ ନୂତନ ‘ପଳାତକ ଅର୍ଥନୀତିକ ଅପରାଧ ଆଇନ’ ଅନୁଯାୟୀ ମାଲ୍ୟାଙ୍କ ସମ୍ପତ୍ତି ବାଜ୍ୟାପ୍ତି ପାଇଁ ଇଡିର ପଥ ପରିଷ୍କାର କରିଦେଇଛନ୍ତି।
ତେବେ ମାଲ୍ୟାଙ୍କ ଓକିଲ ଅମିତ ଦେଶାଇଙ୍କ କହିବା ଅନୁଯାୟୀ, ପଳାତକ ଆଖ୍ୟା ଦିଆଯାଇଥିବାରୁ ତାଙ୍କର ସମସ୍ତ ସମ୍ପତ୍ତି ଯଦି ବାଜ୍ୟାପ୍ତି କରାଯାଏ, ଏଥିରୁ ସମସ୍ତ ସମ୍ପତ୍ତି ଯେ ଶୁଝାଯାଇନଥିବା ବ୍ୟାଙ୍କ ଋଣରୁ ହିଁ କିଣାଯାଇଥିବା ତାହା ନିଶ୍ଚିତ ନୁହେଁ।
ଅନ୍ୟପକ୍ଷରେ ସେ ଭାରତ ଆସିବାକୁ ଚାହୁଁଥିଲେ ମଧ୍ୟ ବ୍ରିଟେନ୍ର କୋର୍ଟରେ ଗୋଟିଏ ମାମଲା ଚାଲିଥିବାରୁ ତାଙ୍କୁ ଆସିବାରେ ସମସ୍ୟା ହେଉଛି।
ଏହାର ପ୍ରତିକ୍ରିୟାରେ କୋର୍ଟ କହିଛନ୍ତି, ତାଙ୍କୁ ଏଥିପାଇଁ ଅଟକାଯାଇଛି ଯେ ସେ ପ୍ରତ୍ୟର୍ପଣ ବିରୋଧରେ କରିଥିବା ଆବେଦନର ଶୁଣାଣି ବାକି ଅଛି। ସେ ଯଦି ସେଠାକାର କୋର୍ଟଙ୍କୁ କହିବେ ସେ ଶୁଣାଣିରେ ଭାଗ ନେବାପାଇଁ ଭାରତ ଆସିବାକୁ ଚାହାନ୍ତି, ଏହି କଟକଣା ଉଠିଯିବ।
from Odisha Reporter https://ift.tt/2TrAsQ5
No comments:
Post a Comment