ପରାଜୟ ପରେ ବି ‘ହିନ୍ଦୀ ହାର୍ଟଲ୍ୟାଣ୍ଡ’ରେ କମିନି ମୋଦିଙ୍କ ଲୋକପ୍ରିୟତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 26, 2019

ପରାଜୟ ପରେ ବି ‘ହିନ୍ଦୀ ହାର୍ଟଲ୍ୟାଣ୍ଡ’ରେ କମିନି ମୋଦିଙ୍କ ଲୋକପ୍ରିୟତା

ନୂଆଦିଲ୍ଲୀ: ‘ମୋଦି ହୈ ତୋ ମୁମ୍‌କିନ୍‌ ହୈ’ ନାରା ପୁଣି ସତ ହେବାକୁ ଯାଉଛି। ଅର୍ଥାତ ୨୦୧୪ ପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହିଁ ୨୦୧୯ ସାଧାରଣ ନିର୍ବାଚନରେ ବିଜେପି ବିଜୟର ମୁଖ୍ୟ ସୁତ୍ରଧର ପାଲଟିବେ ବୋଲି ଇଣ୍ଡିଆ ଟୁଡେର ଏକ ଆକଳନରୁ ଜଣାପଡ଼ିଛି। କେଉଁ କେଉଁସ୍ଥାନରେ ମୋଦି କେତେ ଲୋକପ୍ରିୟ ଜାଣିବା ପାଇଁ କରାଯାଇଥିବା ଆକଳନରୁ ଜଣାପଡ଼ିଛି ମଧ୍ୟପ୍ରଦେଶ, ଛତିଶଗଡ଼ ଏବଂ ରାଜସ୍ଥାନ ପରି ‘ହିନ୍ଦୀ ହାର୍ଟଲ୍ୟାଣ୍ଡ’ରେ ମୋଦିଙ୍କ ଲୋକପ୍ରୟତା ଅକ୍ଷୁଣ୍ଣ ରହିଛି।

ଗତ ଜାନୁଆରୀ ୧ରୁ ମାର୍ଚ୍ଚ ୧୮ ୩ ମାସର ସି ଭୋଟର ସଂସ୍ଥାର ତଥ୍ୟକୁ ବ୍ୟବହାର କରି ଏହି ବିଷୟରେ ତଥ୍ୟ ହାସଲ କରାଯାଇଛ। ଏହି ଆକଳନରେ ୫୪୩ ଲୋକସଭା ଆସନର ୬୦ ହଜାର ଅଂଶଗ୍ରହଣକାରୀ ଭାଗ ନେଇଥିଲେ।

ଝାରଖଣ୍ଡରେ ମୋଦି ସବୁଠାରୁ ଅଧିକ ଲୋକପ୍ରିୟ ଅଛନ୍ତି। ଏଠାରେ ଲୋକପ୍ରିୟତା ହାର ୭୪% ରହିଛି। ଏହି ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟରେ ଅର୍ଥାତ ଏପ୍ରିଲ ୨୯ରେ ଭୋଟ୍‌ ଗ୍ରହଣ ହେବାକୁ ଥିଲେ ହେଁ, ସମ୍ଭବତଃ ଏହି ଲୋକପ୍ରିୟତା ଆଧାରରେ ମୋଦି ତାଙ୍କ ନିର୍ବାଚନୀ ପ୍ରଚାରରେ ଝାରଖଣ୍ଡକୁ ପ୍ରାଥମିକତା ଦେବେ। ୨୦୧୪ରେ ବିଜେପି ଏଠାରେ୧୨ଟି ଆସନ ହାସଲ କରିଥିଲା ଏବଂ ଜେଏମ୍‌ଏମ୍‌କୁ ମାତ୍ର ୨ଟି ଆସନ ମିଳିଥିଲା।

ଆଶ୍ଚର୍ଯ୍ୟଜନକ ଭାବରେ ମୋଦିଙ୍କ ନିଜ ରାଜ୍ୟରେ ତାଙ୍କ ଲୋକପ୍ରିୟତା ମାତ୍ର ୫୪.୯% ଅଛି, ଯାହାକି ମୋଦିଙ୍କ ଲୋକପ୍ରିୟତା ତାଲିକାରେ ନବମ ସ୍ଥାନରେ ଅଛି। ଏହା ଉଭୟ ମୋଦି ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ନିଜ ରାଜ୍ୟ ହୋଇଥିବାରୁ ଏପରି ଲୋକପ୍ରିୟତା ହ୍ରାସ ପାଇବା କେନ୍ଦ୍ରୀୟ ନେତୃତ୍ୱକୁ ଚିନ୍ତାରେ ପକାଇପାରେ। କାରଣ ୨୦୧୭ ଗୁଜରାଟ ବିଧାନସଭା ନିର୍ବାଚନ ପରଠାରୁ କଂଗ୍ରେସ ଗୁଜରାଟରେ ଦବ୍‌ଦବା ପ୍ରଦର୍ଶନ କରିବାର ପ୍ରୟାସ ଚଲାଇଛି।

ଅନ୍ୟ ପକ୍ଷରେ କିଛି ମାସ ତଳେ ବିଧାନସଭା ନିର୍ବାଚନରେ ଛତିଶଗଡ଼, ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରେ ବିଜେପିର ସ୍ଥିତି ଓଲଟା ହୋଇଯାଇଥିଲା। ଯାହାକୁ ବିଜେପିର ଗଡ଼ କୁହାଯାଉଥିଲା ବର୍ତ୍ତମାନ ସେଠାରେ କଂଗ୍ରେସର ସରକାର। ଏସବୁ ସତ୍ତ୍ୱେ ମୋଦିଙ୍କ ବ୍ୟକ୍ତିଗତ ଲୋକପ୍ରିୟତା ଏଠାରେ ପ୍ରଭାବିତ ହୋଇନାହିଁ, ବରଂ ବଢ଼ିବାରେ ଲାଗିଛି। ଛତିଶଗଡ଼, ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରେ ମୋଦିଙ୍କ ଲୋକପ୍ରିୟତା ହାର ଯଥାକ୍ରମେ ୬୪.୪%, ୬୩.୫% ଏଂବ ୬୮.୩% ରହିଛି।

ଉତ୍ତରପୂର୍ବ ଭାରତରେ ସିଟିଜେନ୍‌ଶିପ୍‌ ସଂଶୋଧନ ବିଲ୍ ଏବଂ ନ୍ୟସନାଲ ରେଜିଷ୍ଟର ଅଫ୍‌ ସିଟିଜେନ୍‌ଶିପ୍‌ ବିରୋଧରେ ଜନାକ୍ରୋଶ ପରେ ମଧ୍ୟ ମୋଦିଙ୍କ ଲୋକପ୍ରିୟତା ଏତେଟା ପ୍ରଭାବିତ ହୋଇନାହିଁ। ଆସାମରେ ମୋଦିଙ୍କ ଲୋକପ୍ରିୟତା ହାର ୫୪.୭% ରହିଛି।

ଓଡ଼ିଶାରେ ମୋଦିଙ୍କ ଲୋକପ୍ରିୟତା ୬୨.୫% ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ୬୪.୯% ରହିଛି। ମୋଦି ତାମିଲନାଡ଼ୁରେ ସବୁଠାରୁ କମ୍୨.୨%, ଲୋକପ୍ରିୟ। ସେହଭିଳି କେରଳ, ପୁଡୁଚେରୀ ଏବଂ ପଞ୍ଜାବରେ ତାଙ୍କ ଲୋକପ୍ରିୟତା ଯଥାକ୍ରମେ ୭.୭%, ୧୦.୭% ଏବଂ ୧୨.୦% ରହିଛି।



from Odisha Reporter https://ift.tt/2URgN9L

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages