ଏଥର ପୋଡ଼ାହେବ ମାସୁଦ୍‌-ପବ୍‌ଜୀ ହୋଲିକା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 19, 2019

ଏଥର ପୋଡ଼ାହେବ ମାସୁଦ୍‌-ପବ୍‌ଜୀ ହୋଲିକା

ନୂଆଦିଲ୍ଲୀ: ପରମ୍ପରା ଅନୁଯାୟୀ ଦୋଳ ପୂର୍ଣ୍ଣିମାର ପୂର୍ବଦିନ ଏବଂ ରଙ୍ଗର ଦିବସ ହୋଲିର ଦୁଇଦିନ ପୂର୍ବରୁ ହୋଲିକା ପୋଡ଼ି ପର୍ବ ପଡ଼ୁଥିବାବେଳେ ଏଥର ହୋଲି ଟିକେ ନିଆରା ହେବ। ମୁମ୍ବାଇ ୱରିଲ୍‌ ଅଞ୍ଚଳରେ ପ୍ରସିଦ୍ଧ ଏହି ପର୍ବରେ ଏଥର ହୋଲିକା ରାକ୍ଷସୀ ବଦଳରେ ସ୍ଥାନ ପାଇଛନ୍ତି ଦୁର୍ଦ୍ଦାନ୍ତ ଆତଙ୍କବାଦୀ ମାସୁଦ୍‌ ଆଝାର ଏବଂ ମୋବାଇଲ୍ ଗେମ୍‌ ଚରିତ୍ର ପବ୍‌ଜୀ।

ପବ୍‌ଜୀ ପ୍ରତିକୃତିରେ ୨୦୧୯ ମସିହାର ସବୁଠାରୁ ଚର୍ଚ୍ଚିତ ଫିଲ୍ମ ଉରୀ-ଦି ସର୍ଜିକାଲ ଷ୍ଟ୍ରାଇକ୍‌ର ଝଲକ୍‌ ମଧ୍ୟ ରହିଛି। ଅନ୍ୟପକ୍ଷରେ ମାସୁଦ୍‌ର କାନ୍ଧରେ ବନ୍ଧୁକ ଶୋଭା ପାଉଥିବାବେଳେ ତା’ର ତଳେ ‘ଦାହଶଦାବାଦ’ ବା ‘ଆତଙ୍କବାଦ’ ଲେଖା ସ୍ଥାନ ପାଇଛି।

ସେହି ମୁମ୍ବାଇରେ ହିଁ ସିଓନ୍‌ କୋଲିୱାଡ଼ାର ୨ ଭାଇ ପବ୍‌ଜୀ ମୋବାଇଲ ଗେମ୍‌ର ନକାରାତ୍ମକ ଦିଗଟିକୁ ମୋବାଇଲ ଜରିଆରେ ଦେଖାଇବାର ପ୍ରୟାସ କରିଛନ୍ତି। ଦୁଇ ଯାଁଳା ଭାଇ ଅମର ଏବଂ ଆଶିଷ ବିଠଲ୍ ହୋଲିକା ଦହନ ଅବସରରେ ଏହି ପ୍ରତିକୃତି ମଧ୍ୟ ପୋଡ଼ିବେ ଦର୍ଶାଇ ଏହି ବିଷୟରେ କହିଛନ୍ତି, “ପବ୍‌ଜୀ ଗେମ୍‌ ବ୍ୟାନ୍‌ ହେବାର ଆବଶ୍ୟକତା ରହିଛି। ଅଭିଭାବକମାନେ କହୁଛନ୍ତି ପିଲାମାନେ ଦିନ ତମାମ ଏହି ଗେମ୍‌ ଖେଳି ସମୟ ନଷ୍ଟ କରୁଛନ୍ତି। ସେମାନେ ଆମର କନ୍‌ସେପ୍ଟକୁ ଖୁବ୍‌ ପସନ୍ଦ କରୁଛନ୍ତି।”

ଅମରଙ୍କ କହିବା ଅନୁଯାୟୀ, “ଲୋକେ ପବ୍‌ଜୀ ଖେଳି ହିଂସ୍ର ହେଉଛନ୍ତି। ପିଲାମାନେ ପାଠପଢ଼ାରେ ମନ ଲଗାଉନାହାନ୍ତି। ତେଣୁ ଏହି କନ୍‌ସେପ୍ଟକୁ ବାଛିଲୁ। ଆମେ ବୟା ପ୍ରଦୂଷଣ ଏବଂ ନୋଟ୍‌ବନ୍ଦୀ ବାବଦରେ ମଧ୍ୟ ସଚେତନ କରାଇ ସାରିଛୁ। ଆମେ ଏହାକୁ ହୋଲିକା ଦହନ ସମୟରେ ଏହାକୁ ପୋଡ଼ିବୁ। ଆମେ ଏକ ସାମଜିକ ବାର୍ତ୍ତା ପଠାଇବାକୁ ଚାହୁଁଛି।”



from Odisha Reporter https://ift.tt/2Tism8u

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages