‘ପାକିସ୍ତାନୀ ସେନାର ନିର୍ଯାତନାଠୁ ମୃତ୍ୟୁ ଆରାମଦାୟକ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 1, 2019

‘ପାକିସ୍ତାନୀ ସେନାର ନିର୍ଯାତନାଠୁ ମୃତ୍ୟୁ ଆରାମଦାୟକ’

ନୂଆଦିଲ୍ଲୀ: ଆଜି ଭାରତ ଫେରିବେ ପାକିସ୍ତାନ କବ୍‌ଜାରେ ଥିବା ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନ। ଗତ ବୁଧବାର ପାକିସ୍ତାନ ଉପରେ ବାୟୁସେନାର ଆକ୍ରମଣ ସମୟରେ ତାଙ୍କ ବିମାନ ମିଗ୍‌-୨୧ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହାପରେ ଅଭିନନ୍ଦନକୁ ପାକ୍‌ ସେନା କବ୍‌ଜା କରି ନେଇଥିଲେ। ଶୁକ୍ରବାର ଅଭିନନ୍ଦନଙ୍କୁ ଫେରାଇ ଦେବେ ବୋଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ସୂଚନା ଦେବା ପରେ ସାରା ଦେଶରେ ଖେଳି ଯାଇଥିଲା ଆଶ୍ୱସ୍ତିର ଲହରୀ । ଅଭିନନ୍ଦନଙ୍କ ପାଇଁ ଶୁଭେଚ୍ଛା, ଆଶୀର୍ବାଦ ଅଜାଡ଼ି ହୋଇପଡ଼ିଛି। ସାରା ଜନତା ତାଙ୍କ ଫେରିବା ବାଟକୁ ଉତ୍କଣ୍ଠାର ସହ ଚାହିଁ ବସିଛନ୍ତି। ଆଜି ଏସବୁ ଦୃଶ୍ୟ ଦେଖିଲେ ମନେ ପଡ଼ି ଯାଉଛି ୧୯୯୯ ମେ ୨୬ ତାରିଖର ଘଟଣା। ସମାନ ଘଟଣା, ସମାନ ଯନ୍ତ୍ରଣା .. । କେବଳ ନାୟକ ଥିଲେ ଭିନ୍ନ। ସେ ଥିଲେ ଭାରତୀୟ ବାୟୁସେନାର ଗ୍ରୁପ୍‌ କ୍ୟାପ୍ଟେନ୍‌ ନଚିକେତା।

୧୯୯୯ ମେ’ କାର୍ଗିଲ ଯୁଦ୍ଧ ସମୟର ଘଟଣା। ଭାରତୀୟ ବାୟୁସେନାର ଗ୍ରୁପ୍‌ କ୍ୟାପ୍ଟେନ୍‌ ଥିଲେ ୨୬ ବର୍ଷୀୟ ନଚିକେତା। ତାଙ୍କୁ ୧୭ହଜାର ଫୁଟ ଉପରୁ ପାକିସ୍ତାନୀ ପୋଷ୍ଟ ଉପରକୁ ଆକ୍ରମଣ କରିବାକୁ ତାଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ନିର୍ଦ୍ଧାରିତ ଉଚ୍ଚତାରେ ପହଞ୍ଚି ମିଗ୍‌-୨୭ ଫାଇଟର୍‌ ପ୍ଲେନ୍‌ରୁ ବମ୍‌ ପକାଇବା ଆରମ୍ଭ କରିଥିଲେ। ଏହି ସମୟରେ ହଠାତ୍ ଇଞ୍ଚିନ୍‌ରୁ ନିଆଁ ବାହାରିଲା। ପବନ ଯୋଗୁ ପ୍ଲେନ୍‌ ମଧ୍ୟ ଅଚଳ ହୋଇଗଲା । ଏପରି ପରିସ୍ଥିତିରେ ଇଞ୍ଜିନ୍‌ ଚାଲୁ କରିବା ତାଙ୍କ ପାଇଁ ନିହାତି ଜରୁରୀ ଥିଲା।

ମିଗ୍‌-୨୭ର ସ୍ୱତନ୍ତ୍ରତା ହେଉଛି ଏହା ପୁଣିଥରେ ଚାଲୁ ହୋଇପାରେ। ଏଥିରେ ତୁରାନସ୍କାଏ ଟର୍‌ବୋ ଇଞ୍ଜିନ୍‌ ରହିଥାଏ। ତେବେ ସେ ସମୟରେ ନଚିକେତାଙ୍କର ଲକ୍ଷ୍ୟ ଥିଲା କେମିତି ନିରାପଦ ଲ୍ୟାଣ୍ଡିଂ କରିହେବ। ଇଞ୍ଚିନ୍‌ରେ ପ୍ଲେନ୍‌ ତ ଚାଲୁ କରିଦେଲେ କିନ୍ତୁ ପାହାଡର ପାଖାପାଖି ବିମାନ ଚାଲିଯିବାରୁ ସେ ବାଧ୍ୟ ହୋଇ ବିମାନରୁ ଡେଇଁ ପଡିଥିଲେ।
ତାଙ୍କ କହିବା ଅନୁଯାୟୀ, “ପ୍ଲେନ୍‌ରୁ ବାହାରିବା ପରେ କିଛି ବୁଝାପଡ଼େନି । ଅଧିକାଂଶ ଲୋକ ବେହୋସ ହୋଇପଡ଼ନ୍ତି। କିନ୍ତୁ ମୁଁ ଅନୁଭବ କରିପାରୁଥିଲି, ମୋ ସହ କ’ଣ ହେଉଛି। ତଳେ ପଡ଼ିଯିବା ପରେ ସବୁକିଛି ଧଳା ଧଳା ଦେଖାଯାଉଥିଲା। କାରଣ ତୁଷାରପାତ ଯୋଗୁ ଚାରିଆଡେ ବରଫ ଜମା ହୋଇରହିଥିଲା।’

କିଛି ସମୟ ପରେ ଆରମ୍ଭ ହୋଇଗଲା ଗୁଳି ବର୍ଷା। ତାଙ୍କର ଲକ୍ଷ୍ୟ ଥିଲା, କେମିତି ନିଜକୁ କଭର୍‌ କରି ରଖିପାରିବେ। ଠିକ ଅଧଘଣ୍ଟା ପରେ ପାକିସ୍ତାନ ଆରମ୍ଭ କରିଦେଲେ ହମ୍‌ଲା । ସେ ସମୟରେ ତାଙ୍କ ପାଖରେ ଥିଲା ମାତ୍ର ଗୋଟେ ଛୋଟ ପିସ୍ତଲ । ୫ରୁ ୬ଜଣ ଲୋକ ଦେଖା ଯାଉଥିଲେ। ସେ ପ୍ରଥମ ରାଉଣ୍ଡ ଫାୟାରିଂ ଆରମ୍ଭ କଲେ । କିନ୍ତୁ ପିସ୍ତଲ କେବଳ ୨୫ୟାର୍ଡ ଦୂରତା ପର୍ଯ୍ୟନ୍ତ ଫାୟାରିଂ କରିପାରୁଥିଲା। ଅନ୍ୟପକ୍ଷେ ଶତ୍ରୁପକ୍ଷ ପାଖରେ ଥିଲା କେ-୫୬ ରାଇଫଲ୍ସ । ଯେମିତି ସେ ଦ୍ୱିତୀୟ ମାଗ୍‌ଜିନ୍‌ ଲୋଡ କରିଛନ୍ତି, ପାକିସ୍ତାନୀ ସୈନ୍ୟ ତାଙ୍କୁ ଧରିନେଲେ। ପ୍ରଥମେ ସେମାନେ ନଚିକେତାଙ୍କୁ ମାରିଦେବାକୁ ଚାହୁଁଥିଲେ। କିନ୍ତୁ ସେହି ସମୟରେ ଜଣେ ବୁଦ୍ଧିମାନ୍‌ ଅଫିସର ପହଞ୍ଚି ପରିସ୍ଥିତିକୁ ଆୟତ କରି ନେଇଥିଲେ।

ନଚିକେତାଙ୍କ କହିବା ଅନୁୟାୟୀ, ‘ସେହି ବ୍ୟକ୍ତିଙ୍କର ଆସିବା ମୋ ପାଇଁ ବହୁତ ବଡ଼ କଥା ଥିଲା। କାରଣ ସେତେବେଳେ ପାକିସ୍ତାନୀ ଯବାନ୍‌ ଏତେ ଉତକ୍ଷିପ୍ତ ମାନସିକତାରେ ଥିଲେ, ମୋ ସହ କିଛି ବି ହୋଇପାରିଥାନ୍ତା।’

ଏହାପରେ ନଚିକେତା ପାକିସ୍ତାନରେ ରହିବା ଘଟଣା ସାରା ଦେଶକୁ ଜଣା ପଡ଼ିଥିଲା। ଭାରତ ସରକାରଙ୍କ ଅନେକ ଚେଷ୍ଟା ପରେ ୮ଦିନ ପରେ ସେ ଫେରିଥିଲେ ଭାରତକୁ । ନିର୍ଯାତନା ବିଷୟରେ ଯେତେବେଳେ ତାଙ୍କୁ ପଚରାଗଲା ସେ କହିଥିଲେ- ‘ନିର୍ଯାତନା ବହୁତ ଭୟଙ୍କର ଥିଲା। ମତେ ଲାଗୁଥିଲା ଯେମିତି ନିର୍ଯାତନାଠୁ ମୃତ୍ୟୁ ବୋଧେ ବେଶି ଆରାମଦାୟକ । ନିର୍ଯାତନାର ଶେଷ ପାର୍ଟ ଥାର୍ଡ ଡିଗ୍ରୀ ଥିଲା। କିନ୍ତୁ ମୋ ଭାଗ୍ୟ ଭଲ ଯେ ମୋ ସହ ଥାର୍ଡ ଡିଗ୍ରୀ ହୋଇନଥିଲା।’

 



from Odisha Reporter https://ift.tt/2UdbiBR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages