ୱାର୍ଣ୍ଣରଙ୍କ ଅର୍ଦ୍ଧଶତକ, କେକେଆରକୁ ୧୮୨ ରନର ଟାର୍ଗେଟ ଦେଲା ସନରାଇଜର୍ସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 24, 2019

ୱାର୍ଣ୍ଣରଙ୍କ ଅର୍ଦ୍ଧଶତକ, କେକେଆରକୁ ୧୮୨ ରନର ଟାର୍ଗେଟ ଦେଲା ସନରାଇଜର୍ସ

କୋଲକାତା: ଆଇପିଏଲର ଦ୍ୱାଦଶ ସଂସ୍କରଣର ଦ୍ୱିତୀୟ ମ୍ୟାଚ୍ ରବିବାର କୋଲକାତା ନାଇଟ ରାଇଡର୍ସ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିବାକୁ ସୁଯୋଗ ପାଇଥିବା ହାଇଦ୍ରାବାଦ ନିର୍ଦ୍ଧାରିତ ୨୦ ଓଭରରେ ୩ ୱିକେଟ ହରାଇ ୧୮୧ ରନ୍ କରିଛି।

ଏହି ମ୍ୟାଚ୍ ଜରିଆରେ ଆଇପିଏଲକୁ ପ୍ରତ୍ୟାବର୍ତ୍ତନ କରିଥିବା ଅଷ୍ଟ୍ରେଲିଆର ବିସ୍ଫୋରକ ଓପ୍ନର ଡେଭିଡ ୱାର୍ଣ୍ଣର ଦମଦାର ବ୍ୟାଟିଂ କରି ୮୫ ରନର ଇନିଂସ୍ ଖେଳିଥିବା ବେଳେ ବିଜୟ ଶଙ୍କର ଦ୍ରୁତ ୪୦ ରନ୍ କରିଛନ୍ତି। ଏହି ମ୍ୟାଚକୁ ଜିତିବା ପାଇଁ କେକେଆରକୁ ୨୦ ଓଭରରେ ୧୮୨ ରନ୍ କରିବାକୁ ପଡ଼ିବ। ଇଡେନ୍ ଗାର୍ଡେନ୍ସରେ ଖେଳାଯାଇଥିବା ଏହି ମ୍ୟାଚରେ ସନରାଇଜର୍ସ ତା’ର ନିୟମିତ ଅଧିନାୟକ କେନ୍ ୱିଲିୟମସନଙ୍କ ବିନା ଖେଳିବାକୁ ଓହ୍ଲାଇଥିଲା। ତାଙ୍କ ବଦଳରେ ଭୁବନେଶ୍ୱର କୁମାର ଆଇପିଏଲରେ ଅଧିନାୟକ ଭାବେ ଡେବ୍ୟୁ କରିଛନ୍ତି।

ଟସ ହାରି ପ୍ରଥମେ ବ୍ୟାଟିଂ କରିବାକୁ ସୁଯୋଗ ପାଇଥିବା ସନରାଇଜର୍ସ ପାଇଁ ୱାର୍ଣ୍ଣର ଓ ଜନ୍ନି ବେୟାରଷ୍ଟୋ ଇନିଂସ୍ ଓପନ୍ କରିବାକୁ ଆସିଥିଲେ। ଦୁହେଁ ଆରମ୍ଭରୁ ଧୈର୍ଯ୍ୟର ସହ ବ୍ୟାଟିଂ କରିଥିଲେ। ବଲ ଟ୍ୟାମ୍ପରିଂ ଅଭିଯୋଗରେ ବାସନ୍ଦାଦେଶ କାଟିଥିବା ୱାର୍ଣ୍ଣର ନିଜର ଆଇପିଏଲ ପ୍ରତ୍ୟାବର୍ତ୍ତନରେ ଏଭଳି ଦମଦାର ବ୍ୟାଟିଂ କରିବେ ବୋଲି କେହି ଆଶା କରିନଥିଲେ। ୱାର୍ଣ୍ଣର ନିଜର ଚିରାଚରିତ ଢ଼ଙ୍ଗରେ ବ୍ୟାଟିଂ କରି ମାତ୍ର ୩୧ ବଲରେ ଅର୍ଦ୍ଧଶତକ ହାସଲ କରିଥିଲେ।

ଚଳିତ ଆଇପିଏଲର ମଧ୍ୟ ଏହା ପ୍ରଥମ ଅର୍ଦ୍ଧଶତକ। ଉଭୟ ୱାର୍ଣ୍ଣର ଓ ବେୟାରଷ୍ଟୋ ଦଳକୁ ଏକ ମଜଭୁତ ଆରମ୍ଭ ଦେଇଥିଲେ ଏବଂ ପ୍ରଥମ ୱିକେଟ ପାଇଁ ୭୭ ବଲରେ ୧୧୮ ରନର ଶତକୀୟ ଭାଗୀଦାରୀ କରିଥିଲେ। ବେୟାରଷ୍ଟୋ ୩୫ ବଲରେ ୩ ଚୌକା ଓ ୧ ଛକା ସହ ୩୯ ରନ୍ କରି ଆଉଟ୍ ହୋଇଥିଲେ। ଏହା ପରେ ୱାର୍ଣ୍ଣର ନିଜ ଶତକ ଆଡକୁ ଅଗ୍ରସର ହେଉଥିବା ବେଳେ ଆନ୍ଦ୍ରେ ରସେଲଙ୍କ ବଲରେ ଆଉଟ ହୋଇ ପ୍ୟାଭିଲିୟନ ଫେରିଥିଲେ। ୱାର୍ଣ୍ଣର ନିଜର ମାରାଥନ ଇନିଂସ ମଧ୍ୟରେ ୫୩ ବଲର ସାମ୍ନା କରି ୯ ଚୌକା ଓ ୩ ଛକା ମାରିଥିଲେ।

ଏହା ପରେ ବିଜୟ ଶଙ୍କର ଆକ୍ରମଣାତ୍ମକ ବ୍ୟାଟିଂ କରି ଦଳକୁ ବଡ଼ ସ୍କୋରରେ ପହଞ୍ଚାଇଥିଲେ। ଶଙ୍କର ମାତ୍ର ୨୪ ବଲରେ ୨ ଚୌକା ଓ ୨ ଛକା ସହ ୪୦ ଓ ମନିଷ ପାଣ୍ଡେ ୮ ରନ କରି ଅପରାଜିତ ଥିଲେ। ତୃତୀୟ ୱିକେଟ ଭାବେ ୟୁସୁଫ ପଠାନ ୧ ରନ୍ କରି ଆଉଟ୍ ହୋଇଥିଲେ। କେକେଆର ପକ୍ଷରୁ ରସେଲ ୨ଟି ଓ ପୀୟୂଷ ଚାୱଲା ଗୋଟିଏ ୱିକେଟ୍ ନେଇଛନ୍ତି।



from Odisha Reporter https://ift.tt/2HQupP1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages