ଓଡ଼ିଶାରେ ସହଯୋଗୀଙ୍କୁ ୧୩ଟି ଆସନ ଛାଡ଼ିବ କଂଗ୍ରେସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 21, 2019

ଓଡ଼ିଶାରେ ସହଯୋଗୀଙ୍କୁ ୧୩ଟି ଆସନ ଛାଡ଼ିବ କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚଳିତ ସାଧାରଣ ନିର୍ବାଚନରେ ନିଜର ୩ଟି ସହଯୋଗୀ ଦଳକୁ ରାଜ୍ୟର ୩ଟି ଲୋକସଭା ଓ ୧୦ଟି ବିଧାନସଭା ଆସନ ଛାଡ଼ିବାକୁ କଂଗ୍ରେସ ନିଷ୍ପତ୍ତି ନେଇଛି। ସିପିଆଇ ଓ ସିପିଏମକୁ ୩ଟି ଲେଖାଏ ବିଧାନସଭା, ଗୋଟିଏ ଲେଖାଏ ଲୋକସଭା ଏବଂ ଜେଏମଏମକୁ ୪ଟି ବିଧାନସଭା ଓ ଗୋଟିଏ ଲୋକସଭା ଆସନ ଛାଡ଼ିବ।

କଂଗ୍ରେସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଚଳିତ ସାଧାରଣ ନିର୍ବାଚନରେ ସିପିଆଇ, ସିପିଏମ୍ ଓ ଜେଏମଏମକୁ ୩ଟି ଲୋକସଭା ଓ ୧୦ଟି ବିଧାନସଭା ଆସନ ଛାଡ଼ିବାକୁ ଦଳ ସମ୍ମତି ଦେଇଛି। ସିପିଏମକୁ ଭୁବନେଶ୍ୱର ଲୋକସଭା ଆସନ ସହ ରେମୁଣା, ବଣାଇ ଓ ନୀଳଗିରି ବିଧାନସଭା ଆସନ, ସିପିଆଇକୁ ଆସ୍କା ଲୋକସଭା ଆସନ ସହ ଛତ୍ରପୁର, ବୌଦ୍ଧ ଓ ବ୍ରଜରାଜନଗର ଆସନ ଏବଂ ଜେଏମଏମକୁ ମୟୂରଭଞ୍ଜ ଲୋକସଭା ସହ ମୋରଡ଼ା, ବାଙ୍ଗିରିପୋଷି, ସାରସକଣା ଓ ରାଇରଙ୍ଗପୁର ବିଧାନସଭା ଆସନ ଛାଡ଼ିବାକୁ କଂଗ୍ରେସ ବୁଝାମଣା କରିଛି। ଏସବୁ ଆସନରେ କଂଗ୍ରେସ ନିଜର ଦଳୀୟ ପ୍ରାର୍ଥୀ ନଦେଇ ସହଯୋଗୀଙ୍କ ପାଇଁ ଛାଡ଼ିବ।

ସୂଚନାଯୋଗ୍ୟ, ପୂର୍ବରୁ ଏହି ୩ଟି ସହଯୋଗୀ ଦଳ ୨୦ଟି ବିଧାନସଭା ଓ ୩ଟି ଲୋକସଭା ଆସନ ଦାବି କରିଥିଲେ।



from Odisha Reporter https://ift.tt/2U31IER

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages