ଦିଲ୍ଲୀକୁ ୧୪୭/୬ରେ ରୋକିଲା ଚେନ୍ନାଇ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 26, 2019

ଦିଲ୍ଲୀକୁ ୧୪୭/୬ରେ ରୋକିଲା ଚେନ୍ନାଇ

ନୂଆଦିଲ୍ଲୀ: ଚଳିତ ଆଇପିଏଲର ପଞ୍ଚମ ମୁକାବିଲା ଦିଲ୍ଲୀ କ୍ୟାପିଟାଲ୍ସ ଓ ଚେନ୍ନାଇ ସୁପର କିଙ୍ଗସ ମଧ୍ୟରେ ଖେଳାଯାଉଥିବା ବେଳେ ଏହି ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୧୪୭ ରନ କରିଛି। ଦଳ ପକ୍ଷରୁ ଶିଖର ଧୱନ ସର୍ବାଧିକ ୫୧ ରନ୍ କରିଥିବା ବେଳେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ବଡ଼ ସ୍କୋରକୁ ସକ୍ଷମ ହୋଇନାହାନ୍ତି। ଏହି ମ୍ୟାଚକୁ ଜିତିବା ପାଇଁ ଚେନ୍ନାଇକୁ ନିର୍ଦ୍ଧାରିତ ଓଭରରେ ୧୪୮ ରନ କରିବାକୁ ପଡ଼ିବ।

ଫିରୋଜ ଶାହ କୋଟଲା ଗ୍ରାଉଣ୍ଡରେ ଅନୁଷ୍ଠିତ ଏହି ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ଶ୍ରେୟସ ଆୟର ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଧୱନଙ୍କ ସହ ପୃଥ୍ୱୀ ଶ’ ଇନିଂସ ଓପନ କରିବାକୁ ଆସିଥିଲେ। ପୃଥ୍ୱୀ ପୁଣିଥରେ ବଡ଼ ଇନିଂସ ଖେଳିବାରେ ବିଫଳ ହୋଇଥିଲେ। ସେ ମାତ୍ର ୨୪ (୧୬ ବଲ, ୫ ଚୌକା) ରନ କରି ପ୍ୟାଭିଲିୟନ ଫେରିଥିଲେ। ତାଙ୍କ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ଅଧିନାୟକ ଆୟର (୧୮) ଧୱନଙ୍କ ସହ ମିଶି ଦ୍ୱିତୀୟ ୱିକେଟ ପାଇଁ ୪୩ ରନ ଯୋଡ଼ିଥିଲେ।

ଦଳର ସ୍କୋର ୭୯ ଥିବା ବେଳେ ଆୟରଙ୍କୁ ଇମ୍ରାନ ତାହିର ଏଲବିଡବ୍ଲ୍ୟୁ ଆଉଟ କରିଥିଲେ। ଏହା ପରେ ଧୱନ ଓ ପନ୍ତ ଦଳର ରନ ଗତିକୁ ବଢ଼ାଇଥିଲେ। ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚରେ ବିସ୍ଫୋରକ ବ୍ୟାଟିଂ କରିଥିବା ଋଷଭ ପନ୍ତ ଆଜି ମଧ୍ୟ ସେହି ଲୟରେ ଆରମ୍ଭ କରିଥିଲେ। କିନ୍ତୁ ଚେନ୍ନାଇ ଦଳର ସବୁଠାରୁ ଚତୁର ବୋଲର ଡ୍ୱେନ ବ୍ରାଭୋ ପନ୍ତଙ୍କୁ ଆଉଟ କରି ଦିଲ୍ଲୀକୁ ବ୍ୟାକଫୁଟକୁ ଠେଲି ଦେଇଥିଲେ। ପନ୍ତ ୧୩ ବଲରେ ୨ ଚୌକା ଓ ୧ ଛକା ସହ ୨୫ ରନ କରିଥିଲେ। ଏହା ପରେ ଘରୋଇ ଦଳ ଲଗାତାର ତିନୋଟି ୱିକେଟ ହରାଇ ବସିଥିଲା।

କଲିନ ଇନଗ୍ରାମ (୨) ଓ ଧୱନଙ୍କୁ ମଧ୍ୟ ବ୍ରାଭୋ ଆଉଟ କରିଥିଲେ। ଅଲରାଉଣ୍ଡର କୀମୋ ପଲ ଖାତା ଖୋଲିବା ପୂର୍ବରୁ ରବୀନ୍ଦ୍ର ଜାଡେଜାଙ୍କ ବଲରେ ବୋଲ୍ଡ ହୋଇଥିଲେ। ଲଗାତାର ୱିକେଟ ପତନ ଯୋଗୁ ଦିଲ୍ଲୀର ରନ ଗତି ହ୍ରାସ ପାଇଥିଲା। ଦଳ ତା’ର ଶେଷ ୨୮ ବଲରେ ମାତ୍ର ୨୭ ରନ କରିବାକୁ ସକ୍ଷମ ହୋଇଥିଲା। ଅକ୍ଷର ପଟେଲ ୯ ଓ ରାହୁଲ ତେୱାତିଆ ୧୧ ରନ କରି ଅପରାଜିତ ଥିଲେ। ଚେନ୍ନାଇ ପକ୍ଷରୁ ବ୍ରାଭୋ ୩ଟି, ଦୀପକ ଚହର, ଜାଡେଜା ଓ ତାହିର ଗୋଟିଏ ଲେଖାଏ ୱିକେଟ ହାସଲ କରିଥିଲେ।



from Odisha Reporter https://ift.tt/2uwbT6q

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages