ମୁଣ୍ଡ ଟେକିଥିଲା ଭାରତୀୟ ଜନତା ଦଳ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 19, 2019

ମୁଣ୍ଡ ଟେକିଥିଲା ଭାରତୀୟ ଜନତା ଦଳ

ନୂଆଦିଲ୍ଲୀ: ୧୯୮୯ରେ ହୋଇଥିଲା ନବମ ଲୋକସଭା ନିର୍ବାଚନ। ଏହି ନିର୍ବାଚନରେ କଂଗ୍ରେସକୁ ବହୁ ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡିଥିଲା। ବୋଫର୍ସ ସ୍କାଣ୍ଡାଲ, ପଞ୍ଜାବରେ ଆତଙ୍କବାଦୀଙ୍କ ପ୍ରାଦୁର୍ଭାବ, ଶ୍ରୀଲଙ୍କା ଓ ଏଲଟିଟିଇ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧ ପରି ସମସ୍ୟା ରାଜୀବ ଗାନ୍ଧୀଙ୍କ ସରକାରକୁ ଦୋହଲାଇ ଦେଇଥିଲା।

ରାଜୀବଙ୍କ ସରକାରରେ ବିଶ୍ୱନାଥ ପ୍ରତାପ ସିଂ ପ୍ରତିରକ୍ଷା ଓ ଅର୍ଥ ମନ୍ତ୍ରଣାଳୟ ପରି ଗୁରୁ ଦାୟିତ୍ୱ ସମ୍ଭାଳିଥିଲେ। ପ୍ରତିରକ୍ଷା ବିଭାଗ ସମ୍ଭାଳୁଥିବା ବେଳେ ସେ ବୋଫର୍ସ ଡିଲ୍‌ ସମ୍ପର୍କିତ ବହୁ ଦସ୍ତାବିଜ ନଷ୍ଟ କରି ଦେଇଥିବା ଅଭିଯୋଗ ଆସିଥିଲା। ଯାହାକି ରାଜୀବଙ୍କ ଭାବମୂର୍ତ୍ତି ଉପରେ ଆଞ୍ଚ ଆଣିଥିଲା। ଘଟଣାକ୍ରମେ ବିଶ୍ୱନାଥଙ୍କୁ କ୍ୟାବିନେଟରୁ ବହିଷ୍କୃତ କରାଗଲା। ଏଥିରେ ଅସନ୍ତୁଷ୍ଟ ହୋଇ ସେ କଂଗ୍ରେସ ସଭ୍ୟପଦରୁ ମଧ୍ୟ ଇସ୍ତଫା ଦେଲେ। ଏହାପରେ ଅରୁଣ ନେହରୁ ଓ ଆରିଫ ମହମ୍ମଦ ଖାନଙ୍କ ସହ ମିଶି ଜନମୋର୍ଚ୍ଚା ନାମକ ନୂତନ ଦଳ ଗଠନ କଲେ।

ଏହାପରେ ସେ ଆହ୍ଲାବାଦ ଲୋକସଭା ଆସନରୁ ଲଢି ଲୋକସଭାକୁ ଆସିଲେ। ଏହାପରେ ରାଜୀବଙ୍କୁ କଡା ଟକ୍କର ଦେବାକୁ ସେ ଅଣ୍ଟା ଭିଡ଼ିଲେ। ଏହି ଉଦ୍ଦେଶ୍ୟରେ ୧୯୮୮ ମସିହା ଅକ୍ଟୋବର ୧୧ ତାରିଖରେ ଜନତା ଦଳ ଗଠିତ ହେଲା। ଜନ ମୋର୍ଚ୍ଚା ଦଳ, ଜନତା ପାର୍ଟି, ଲୋକ ଦଳ ଓ କଂଗ୍ରେସ(ଏସ୍‌) ପରି ଦଳର ସମ୍ମିଶ୍ରଣରେ ଏହି ଦଳ ହୋଇଥିଲା। ଏହାପରେ ଡିଏମକେ, ଟିଡିପି, ଏବଂ ଏଜିପି ପରି ରିଜିଓନାଲ ପାର୍ଟି ଜନତା ଦଳରେ ମିଶିଲେ। ଏପରି ପ୍ରାକ୍‌ ପ୍ରସ୍ତୁତି କରି ଭି.ପି. ସିଂହ ୧୯୮୯ ମସିହା ନିର୍ବାଚନରେ ଭାରତୀୟ ଜନତା ଦଳ(ବିଜେପି ) , ସିପିଆଇ ଓ ସିପିଏମ୍‌ ସହ ମିଶି ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ।

ଲୋକସଭାର ୫୨୫ ସିଟ୍‌ ଲାଗି ୧୯୮୯ ମସିହା ନଭେମ୍ବର ୨୨ ଓ ୨୬ ତାରିଖରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଉକ୍ତ ନିର୍ବାଚନରେ କଂଗ୍ରେସ ୧୯୭ ସିଟ୍‌ ହାସଲ କରି ଏକକ ସଂଖ୍ୟା ଗରିଷ୍ଠ ଦଳ ଭାବେ ଉଭା ହୋଇଥିଲା। ହେଲେ ୧୪୩ ସିଟ୍‌ ହାସଲ କରିଥିବା ନ୍ୟାସନାଲ ଫ୍ରଣ୍ଟ ସରକାର ଗଢିଲା। ବାମ ସାମ୍ମୁଖ୍ୟ, ବିଜେପି ବାହାରୁ ସମର୍ଥନ ଦେଇଥିଲେ। ଏହି ନିର୍ବାଚନରେ ସିପିଆଇଏମ-୩୩, ସିପିଆଇ-୧୨ ଆସନ ହାସଲ କରିଥିଲେ। ସ୍ୱାଧୀନ ପ୍ରାର୍ଥୀ ଓ ଅନ୍ୟ ଛୋଟ ଦଳ ୫୯ ଆସନ ହାସଲ କରିବାରେ ସକ୍ଷମ ହୋଇଥିଲେ।

ଏହି ନିର୍ବାଚନରେ କିନ୍ତୁ ବିଜେପିର ପ୍ରଦର୍ଶନ ବେଶ ଭଲ ଥିଲା । ୧୯୮୪ ନିର୍ବାଚନରେ ୨ଟି ସିଟ୍‌ ହାସଲ କରିଥିବା ଏହି ଦଳ ୫ ବର୍ଷ ପରେ ୮୫ ସିଟ୍‌ ପାଇ ଏକ ବଡ଼ ଦଳ ଭାବେ ଉଭା ହୋଇଥିଲା। ଭାରତ ଏହାର ଦଶମ ପ୍ରଧାନମନ୍ତ୍ରୀ ଭାବେ ବିଶ୍ୱନାଥ ପ୍ରତାପ ସିଂଙ୍କୁ ପାଇଲା। ଉପ ପ୍ରଧାନମନ୍ତ୍ରୀ ହେଲେ ଦେବୀ ଲାଲ୍‌। ସେହିବର୍ଷ ଡିସେମ୍ବର ୨ ତାରିଖରୁ ୧୯୯୦ ମସିହା ନଭେମ୍ୱର ୧୦ ତାରିଖ ପର୍ଯ୍ୟନ୍ତ ସେ ପ୍ରଧାନମନ୍ତ୍ରୀ ହୋଇଥିଲେ।

ରାମ ଜନ୍ମଭୂମି ଅଯୋଧ୍ୟାରେ ବିଜେପି ନେତା ଲାଲକୃଷ୍ଣ ଆଡଭାନୀ ରଥ ଯାତ୍ରା କରିବା ପରେ ବିବାଦର ସୂତ୍ରପାତ ହୋଇଥିଲା । ଏଥିଯୋଗୁ ହିନ୍ଦୁ, ମୁସଲିମ୍‌ଙ୍କ ମଧ୍ୟରେ ସାମ୍ପ୍ରଦାୟିକ ଦଙ୍ଗା ହୋଇଯାଇଥିଲା। ବିହାରରେ ରଥ ଯାତ୍ରା କରିବା ସମୟରେ ବିହାର ମୁଖ୍ୟମନ୍ତ୍ରୀ ଲାଲୁ ଯାଦବଙ୍କ ଦ୍ୱାରା ଏଲ.କେ ଆଡଭାନୀଙ୍କୁ ଗିରଫ କରାଯାଇଥିବା ପ୍ରଚାର ହୋଇଥିଲା। ଏହାପରେ ବିଜେପି ଭି.ପି. ସିଂହଙ୍କ ସରକାରରୁ ସମର୍ଥନ ପ୍ରତ୍ୟାହାର କରି ନେଇଥିଲା। ଏହାପରେ ଦେଖା ଦେଇଥିଲା ଜଟିଳ ପରିସ୍ଥିତି। ଆସ୍ଥା ଭୋଟରେ ଆବଶ୍ୟକ ମ୍ୟାଜିକ୍‌ ଫିଗର ସୋ କରି ନ ପାରି ଭି.ପି. ସିଂ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ।

ଏହାପରେ ଚନ୍ଦ୍ରଶେଖର ଜନତା ଦଳକୁ ଭାଙ୍ଗି ୬୪ ଏମ୍‌ପିଙ୍କୁ ନେଇ ସମାଜବାଦୀ ଜନତା ଦଳ ଗଠନ କଲେ। ଏହାପରେ କଂଗ୍ରେସ ପାର୍ଟିର ସମର୍ଥନ ପାଇ ସେ ପୁଣି ଥରେ ୧୧ତମ ପ୍ରଧାନମନ୍ତ୍ରୀ ପଦ ଅଳଙ୍କୃତ କଲେ। କିନ୍ତୁ ପାରିପାର୍ଶିକ ସ୍ଥିତି ତଥା ଛୋଟ ମୋଟ ଘଟଣାକୁ ନେଇ ୧୯୯୧ ମସିହା ମାର୍ଚ୍ଚ ୬ ତାରିଖରେ ସେ ପୁଣି ଥରେ ନିଜ ପଦରୁ ଇସ୍ତଫା ଦେଲେ।



from Odisha Reporter https://ift.tt/2TLM8hN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages