ଆଜଲାନ ଶାହ କପ୍: ଭାରତ ନିରାଶ, ଦକ୍ଷିଣ କୋରିଆ ଚାମ୍ପିଅନ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 30, 2019

ଆଜଲାନ ଶାହ କପ୍: ଭାରତ ନିରାଶ, ଦକ୍ଷିଣ କୋରିଆ ଚାମ୍ପିଅନ୍

ଇପୋ (ମ୍ୟାଲେସିୟା): ଚଳିତ ସୁଲତାନ ଜୋହର କପ ହକିରେ ଭାରତୀୟ ପୁରୁଷ ହକି ଟିମକୁ ନିରାଶ ହେବାକୁ ପଡ଼ିଛି। ଲଗାତାର ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷରେ ଥିବା ଭାରତୀୟ ହକି ଟିମ୍ ଫାଇନାଲରେ ଦକ୍ଷିଣ କୋରିଆ ନିକଟରୁ ଶୁଟଆଉଟରେ ୨-୪ରେ ହାରି ରନର୍ସଅପ୍ ହୋଇଛି।

ଅନ୍ୟପକ୍ଷରେ କୋରିଆ ୯ ବର୍ଷ ପରେ ଏଠାରେ ଚାମ୍ପିଅନ୍ ଆଖ୍ୟା ଅର୍ଜନ କରିଛି। ଭାରତ ଶେଷଥର ପାଇଁ ୨୦୧୦ରେ କୋରିଆ ସହ ଯୁଗ୍ମ ଭାବେ ଟାଇଟଲ ଜିତିଥିଲା। ଭାରତ ପାଖରେ ଏଥର ଚାମ୍ପିଅନ୍ ହେବାର ଭଲ ସୁଯୋଗ ଥିଲା, କିନ୍ତୁ ଖରାପ ପ୍ରଦର୍ଶନ କାରଣରୁ ଭାରତକୁ ପୁଣି ରନର୍ସଅପରେ ସନ୍ତୁଷ୍ଟ ହେବାକୁ ପଡ଼ିଛି।

ମ୍ୟାଚଟି ନିର୍ଦ୍ଧାରିତ ସମୟରେ ୧-୧ ଗୋଲରେ ବରାବର ରହିଥିଲା। ତେବେ ଶୁଟଆଉଟରେ ଭାରତ ମାତ୍ର ୨ ଗୋଲ ଦେବାକୁ ସକ୍ଷମ ହୋଇଥିବା ବେଳେ କୋରିଆ ୪ଟି ଗୋଲ ଦେଇ ମ୍ୟାଚକୁ ଜିତି ନେଇଥିଲା। ମ୍ୟାଚଟି ଆରମ୍ଭରୁ ଆକର୍ଷଣୀୟ ହୋଇଥିଲା। ପ୍ରଥମ କ୍ୱାର୍ଟରରେ ଭାରତ ଗୋଟିଏ ଗୋଲ ଦେଇ ୧-୦ର ଅଗ୍ରଣୀ ହାସଲ କରିଥିଲା।

ମ୍ୟାଚର ନବମ ମିନିଟରେ ସିମରନଜିତ ସିଂହ ଫିଲ୍ଡ ଗୋଲ ଦ୍ୱାରା ଭାରତକୁ ଏହି ସଫଳତା ଦେଇଥିଲେ। ଭାରତ ତୃତୀୟ କ୍ୱାର୍ଟର ପର୍ଯ୍ୟନ୍ତ ଏହି ଅଗ୍ରଣୀ ବଜାୟ ରଖିଥିଲା। ଚତୁର୍ଥ ତଥା ଅନ୍ତିମ କ୍ୱାର୍ଟରରେ କୋରିଆ ଗୋଲ ପରିଶୋଧ କରି ମ୍ୟାଚକୁ ବରାବର ସ୍ଥିତିକୁ ଆଣିଥିଲା। କୋରିଆର ଜାଙ୍ଗ ଜଙ୍ଗ-ହ୍ୟୁନ୍ ୪୭ତମ ମିନିଟରେ ଏହି ଗୋଲଟି ଦେଇଥିଲେ।

ଶେଷ ହୁଇସିଲ ବାଜିବା ପର୍ଯ୍ୟନ୍ତ ସ୍କୋର ୧-୧ରେ ସମାନ ସ୍ଥିତିରେ ରହିଥିଲା। ଶୁଟଆଉଟରେ କୋରିଆ ପକ୍ଷରୁ ଜି ଉ-ଚିଅନ୍, ଲି ଜଙ୍ଗ-ଜୁନ୍, ଜଙ୍ଗ ମାନ୍-ଜାଇ ଓ ଲି ନାମ-ୟଙ୍ଗ ଗୋଲ ସ୍କୋର କରିଥିବା ବେଳେ ଭାରତ ପକ୍ଷରୁ ବୀରେନ୍ଦ୍ର ଲାକ୍ରା ଓ ବରୁନ୍ କୁମାର ଗୋଲ ଦେଇଥିଲେ। ତେବେ ଭାରତର ସୁମିତ ଓ ସୁମିତ୍ କୁମାର ଗୋଲ ଦେବାରେ ବିଫଳ ହୋଇଥିଲା, ଯାହା ଦଳ ପାଇଁ ମହଙ୍ଗା ପଡ଼ିଥିଲା।



from Odisha Reporter https://ift.tt/2CNtOtS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages