ଜାଣନ୍ତୁ ଗୁଡ଼ ଖାଇବା ଦ୍ୱାରା କ’ଣ ସବୁ ଲାଭ ମିଳିଥାଏ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 31, 2019

ଜାଣନ୍ତୁ ଗୁଡ଼ ଖାଇବା ଦ୍ୱାରା କ’ଣ ସବୁ ଲାଭ ମିଳିଥାଏ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗୁଡ଼ ଆମ ସମସ୍ତଙ୍କ ଘରେ ବ୍ୟବହାର ହୋଇଥାଏ। କିନ୍ତୁ ଆମେ ଖାଦ୍ୟରେ ଅନେକ ସମୟରେ ଗୁଡ଼ ଅପେକ୍ଷା ଚିନିର ବ୍ୟବହାର ଅଧିକ କରିଥାଉ । ଏହା ପାଟିକୁ ଭଲ ଲାଗେ ସତ କିନ୍ତୁ  ଶରୀର ପାଇଁ  ବହୁ କ୍ଷତିକାରକ ହୋଇଥାଏ। ଆମେ ଯଦି ପ୍ରତିଦିନ ଖାଦ୍ୟରେ ଚିନି ଅପେକ୍ଷା ଗୁଡ଼ର ବ୍ୟବହାର କରିବା ତାହାଲେ ଏହା ଆମକୁ ଅନେକ ଫାଇଦା ଦେବ। ଯାହା ଦ୍ୱାରା ଆମର ଅନେକ ପ୍ରକାର ସମସ୍ୟା ଦୂର ହୋଇପାରିବ।

ଗୁଡ଼ରେ ଭିଟାମିନ ଏ ଏବଂ ଭିଟାମିନ ବି ରହିଥାଏ। ଥଣ୍ଡା ହେଲେ ଗୁଡ଼ର ବ୍ୟବହାର କରିବା ଲାଭଦାୟକ ହୋଇଥାଏ। ପ୍ରତିଦିନ ସକାଳେ ଗରମ ପାଣି ସହ ଗୁଡ଼ ଖାଇବା ଦ୍ୱାରା ଆମ ଶରୀରକୁ ଶକ୍ତି ମିଳିଥାଏ। ଆହୁରି ମଧ୍ୟ ଏହାଦ୍ୱାରା ପେଟ ସମ୍ବନ୍ଧୀୟ ଅନେକ ରୋଗ ଦୂର କରିଥାଏ।

ତେବେ ଜାଣି ରଖନ୍ତୁ ଏହାକୁ ଖାଇବା ଦ୍ୱାରା ଆମକୁ କ’ଣ ସବୁ ଫାଇଦା ମିଳିଥାଏ।

ନୂଆ ରକ୍ତ ତିଆରି କରେ

ପ୍ରତିଦିନ ଗୁଡ଼ ଖାଇବା ଦ୍ୱାରା ଆମ ଶରୀରରେ ନୂଆ ରକ୍ତ ତିଆରି ହୋଇଥାଏ। ଏଥିପାଇଁ ଆମର ହାର୍ଟ ସମ୍ବନ୍ଧୀୟ ସମସ୍ୟା ଦେଖାଯିବାର ଆଶଙ୍କା କମ୍‌ ଥାଏ।

ଶକ୍ତି ମିଳେ

ଏହା ଆମ ଶରୀରକୁ ଶକ୍ତି ଦେଇଥାଏ। ଯେଉଁମାନେ କାମ କମ୍‌ କରି ମଧ୍ୟ ଶୀଘ୍ର ହାଲିଆ ହେଇଯାଉଛନ୍ତି ସେମାନେ ଚିନି ବଦଳରେ ଗୁଡ଼ ଖାଆନ୍ତୁ। ଏହା ଆପଣଙ୍କ ଶରୀରକୁ ଶକ୍ତି ଯୋଗାଇବ। ଯାହା ଆପଣଙ୍କୁ ଚିନି ଖାଇବା ଦ୍ୱାରା ମିଳି ନଥାଏ।

ପାଚନ ତନ୍ତ୍ର ମଜବୁତ କରିଥାଏ

ଯେଉଁ ଲୋକମାନଙ୍କର ପାଚନ କ୍ରୀୟାରେ ସମସ୍ୟା ଦେଖାଦେଇଥାଏ। ସେମାନଙ୍କ ପାଇଁ ଗୁଡ଼ ସହ ଗରମ ପାଣି ଅନେକ ଫାଇଦା ଦେଇଥାଏ। ଏହା କେବଳ ପାଚନ କ୍ରୀୟା ଜନିତ ସମସ୍ୟା ଦୂର କରେ ନାହିଁ, ଗ୍ୟାସ୍‌, କବଜ୍‌ ପରି ସମସ୍ୟା ମଧ୍ୟ ଦୂର କରିଥାଏ।

ବ୍ଲଡ୍‌ ପ୍ରେସର୍‌ କଣ୍ଟ୍ରୋଲ୍‌ କରିଥାଏ

ଯେଉଁ ଲୋକମାନଙ୍କର ବ୍ଲଡ୍‌ ପ୍ରେସର୍‌ ଜନିତ ସମସ୍ୟା ରହିଛି ସେମାନଙ୍କ ପାଇଁ ଗୁଡ଼ ବହୁତ ଫାଇଦା ଦେଇଥାଏ। ସେମାନେ ପ୍ରତିଦିନ ଗୁଡ଼ ଖାଇବା ଦ୍ୱାରା ବ୍ଲଡ୍‌ ପ୍ରେସର୍‌ କଣ୍ଟ୍ରୋଲ୍‌ରେ ରହିଥାଏ।

ହାଡ଼ ମଜବୁତ କରିଥାଏ

ଗୁଡ଼ରେ କ୍ୟାଲ୍‌ସିୟମ୍‌ ଏବଂ ଫସଫରସ୍‌ ରହିଥାଏ। ଏହି  ତତ୍ତ୍ୱ ଦ୍ୱାରା ଆମ ହାଡ଼ ମଜବୁତ ହୋଇଥାଏ। ତେଣୁ ଆପଣ ଛୋଟ ପିଲାଙ୍କୁ ଚିନି ବଦଳରେ ଗୁଡ଼ ଖାଇବାକୁ ଦିଅନ୍ତୁ। ଏହା ସହ ଗୁଡ଼ ସହ ଅଦା ମିଶାଇ ଖାଇବା ଦ୍ୱାରା ଆମେ ଗଣ୍ଠିଜନିତ ସମସ୍ୟାରୁ ରକ୍ଷା ପାଇ ପାରିବା।



from Odisha Reporter https://ift.tt/2CP1Iyo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages