୨ମାର୍ଚ୍ଚ, ଶନିବାର: ବାଦ-ବିବାଦରୁ ଦୂରେଇ ରୁହନ୍ତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 1, 2019

୨ମାର୍ଚ୍ଚ, ଶନିବାର: ବାଦ-ବିବାଦରୁ ଦୂରେଇ ରୁହନ୍ତୁ

asi-Fala-2-1-1-3-2-1-2-1-2-1-1-3-3-1-1-1-1-1-1-2-1-1-4-4-1-2-2-3

ମେଷ: ଦିନଟି ଭଲରେ କଟିବ। ପରିବାର ସଦସ୍ୟଙ୍କ ବାହାରକୁ ବୁଲିବାକୁ ଯାଇପାରନ୍ତି। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ।

ବୃଷ: ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। କାହାକୁ ଋଣ ଦିଅନ୍ତୁ ନାହିଁ। ଗୁଡ଼ ଖାଇ ଘରୁ ବାହାରନ୍ତୁ, ସମସ୍ୟା ଟଳିଯିବ।

ମିଥୁନ: ଆଜି କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। କୌଣସି କଥାକୁ ନେଇ ବନ୍ଧୁଙ୍କ ସହ ଝଗଡ଼ା ହୋଇପାରେ।

କର୍କଟ: ବଡ଼ ଭାଇ କିମ୍ବା ଅନ୍ୟ ଗୁରୁଜନଙ୍କ ସହଯୋଗ ମିଳିବ। ବ୍ୟସ୍ତତା ଭିତରେ ଦିନଟି କଟିବ। କୌଣସି ସ୍ଥାନକୁ ଯିବାକୁ ଥିଲେ, ନିଷ୍ପତ୍ତିରେ ପରିବର୍ତ୍ତନ କରନ୍ତୁ।

ସିଂହ: ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ବନ୍ଧୁଙ୍କ ପାଖରୁ ଟଙ୍କା ପଇସା ଧାର ଉଧାର କରିପାରନ୍ତି। ମା’ଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିପାରନ୍ତି।

କନ୍ୟା: ଅଟକି ରହିଥିବା ଅର୍ଥ ଫେରି ପାଇବାର ଯୋଗ ରହିଛି। ସନ୍ତାନ ପ୍ରାପ୍ତିର ଯୋଗ ରହିଛି। ବାଦ-ବିବାଦରୁ ଦୂରେଇ ରୁହନ୍ତୁ।

ତୁଳା: ଆଜି ନୂଆ କାର୍ଯ୍ୟ ଆରମ୍ଭ କରିପାରନ୍ତି। ବ୍ୟବସାୟରେ ଆଶା ମୁତାବକ ଫଳ ମିଳିବ। ଜୀବନସାଥୀଙ୍କ ସହଯୋଗ ମିଳିବ। ପ୍ରେମ ବ୍ୟାପାରରେ ସଫଳତା ମିଳିବ।

ବିଚ୍ଛା: ଜମି କିଣି ପାରନ୍ତି। ପିଲାମାନଙ୍କ ପାଖରୁ ଖୁସି ଖବର ପାଇବେ। ପୁରୁଣା ବନ୍ଧୁଙ୍କ ସହ ଦେଖା ହୋଇପାରେ। ବ୍ୟବସାୟରେ ଅର୍ଥ ଲଗାନ୍ତୁ ନାହିଁ।

ଧନୁ: ପୁରୁଣା ଇଚ୍ଛା ପୁରଣ ହୋଇପାରେ। ଚାକିରିକ୍ଷେତ୍ରରେ ଉଚ୍ଚପଦସ୍ଥ ଅଧିକାରୀ କୌଣସି କଥା ନେଇ ପ୍ରଶଂସା କରିପାରନ୍ତି। ପର୍ଯ୍ୟଟନ ସ୍ଥଳୀକୁ ବୁଲିବାକୁ ଯାଇପାରନ୍ତି।

ମକର: ଜୀବନସାଥୀଙ୍କ ସହଯୋଗ ମିଳିବ। ଧାର୍ମିକ କାର୍ଯ୍ୟରେ ଯୋଗ ଦେଇପାରନ୍ତି। ବ୍ରାହ୍ମଣଙ୍କୁ ବସ୍ତ୍ର ଦାନ କରନ୍ତୁ। ମଧ୍ୟାହ୍ଣ ପରେ ଖୁସି ଖବର ଶୁଣି ପାରନ୍ତି।

କୁମ୍ଭ: ଆଇନଗତ ମାମଲାରେ ବିଜୟୀ ହେବେ। ଘରକୁ ଅତିଥି ଆସିପାରନ୍ତି। ମନ ଫୂର୍ତ୍ତି ରହିବ। ଦାମ୍ପତ୍ୟ ଜୀବନ ଖୁସିରେ କଟିବ। ଆଣ୍ଠୁଗଣ୍ଠିରେ ଯନ୍ତ୍ରଣା ଅନୁଭବ କରିପାରନ୍ତି।

ମୀନ: କୌଣସି କଥାକୁ ନେଇ ପଡୋଶୀଙ୍କ ସହ ଝଗଡ଼ା ହୋଇପାରେ। ଯାତ୍ରା କରନ୍ତୁ ନାହିଁ। ଦୁର୍ଘଟଣା ଘଟିପାରେ, ସତର୍କ ରୁହନ୍ତୁ। ଆୟଠାରୁ ବ୍ୟୟ ଅଧିକ ହେବ।



from Odisha Reporter https://ift.tt/2ILroBx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages