ଥରେ ବୁଲି ଆସନ୍ତୁ ଶିମିଳିପାଳ… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 7, 2019

 ଥରେ ବୁଲି ଆସନ୍ତୁ ଶିମିଳିପାଳ…

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌) : ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାରେ ରହିଛି ଶିମିଳିପାଳ ଜାତୀୟ ଉଦ୍ୟାନ । ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଏହି ଅଭୟାରଣ୍ୟ ରାଜ୍ୟ ତଥା ଦେଶର ସର୍ବବୃହତ ବିଷୁବ ମଣ୍ଡଳୀୟ ଜଙ୍ଗଲ। ସବୁଜ ବନାନୀ ସାଙ୍ଗକୁ ଉତ୍ତୁଙ୍ଗ ପର୍ବତ ଶିଖର ଓ ଝରଣାର କୂଳୁ କୂଳୁ ନାଦ ଏଠାକୁ ଆସୁଥିବା ପର୍ଯ୍ୟଟକଙ୍କୁ ଆନମନା କରେ। ସବୁ ବର୍ଷ ବର୍ଷା ଦିନେ ଶିମିଳିପାଳର ମାଟି ରାସ୍ତା ଧୋଇ ହୋଇ ଯାଇଥାଏ। ଫଳରେ ବର୍ଷର ୬ ମାସ ଏହି ଅଭୟାରଣ୍ୟର ଗେଟ୍‌ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରୁହେ । ପ୍ରତି ବର୍ଷ ଜୁନ ୧୫ରୁ ଏହା ବନ୍ଦ ରହୁଥିବା ବେଳେ, ନଭେମ୍ବର ୧ରେ ଖୋଲେ ।

କ’ଣ ଅଛି ଶିମିଳିପାଳରେ : ସବୁଜ ବନାନୀ, ନଭଶ୍ଚୁମ୍ବୀ ପର୍ବତ, ଭାସ୍ୟମାନ ମେଘମାଳା ଓ କଳକଳ ନାଦ କରି ବୋହି ଯାଉଥିବା ଝରଣା ଏଠାରେ ଏକ ମନୋରମ ପରିବେଶ ସୃଷ୍ଟି କରିଥାଏ। ବିଭିନ୍ନ ପ୍ରଜାତିର ପ୍ରାଣୀ  ଓ ଉଦ୍ଭିଦ ଏହାର ଅନ୍ୟତମ ଆକର୍ଷଣ । ଏଠାରେ ୧୦୭୬ ପ୍ରଜାତିର ସ୍ତନ୍ୟପାୟୀ ପ୍ରାଣୀ, ୨୩୧ ପ୍ରଜାତିର ପକ୍ଷୀ, ୨୯ ପ୍ରଜାତିର ସରୀସୃପ ଅଛନ୍ତି। ସମୁଦ୍ର ପତ୍ତନଠାରୁ ଶିମିଳିପାଳର ହାରାହାରି ଉଚ୍ଚତା ହେଉଛି ୯୦୦ ମିଟର। ଏଠାରେ ଶାଳ, ପିଆଶାଳ, ଶାଗୁଆନ, ଶିଶୁ, ଶିମିଳି, ମହୁଲ, ଆମ୍ବ, ପଣସ ଆଦି  ବିଭିନ୍ନ ପ୍ରକାର ବୃକ୍ଷରାଜି ଶୋଭା ପାଇଥାଏ। ଖୈରବୁରି, ମେଘାସନ  ପରି ସୁଉଚ୍ଚ, ସୁଦୃଶ୍ୟ ପର୍ବତର ଗାମ୍ଭୀର୍ଯ୍ୟ ପରିବେଶ ପର୍ଯ୍ୟଟକଙ୍କୁ ବେଶ୍ ଆକୃଷ୍ଟ କରିଥାଏ।  ଜିଲ୍ଲାରେ ପ୍ରବାହିତ ହେଉଥିବା ବୁଢାବଳଙ୍ଗ, ଖଇରୀ, ସାଳନ୍ଦୀ, ପଳପଳା ଆଦି ନଦୀ ଶିମିଳିପାଳରୁ ହିଁ ବାହାରିଛନ୍ତି । ଏହାବ୍ୟତୀତ ଏଠାରେ ଥିବା ବରେହିପାଣି ଓ ଯୋରନ୍ଦା ଜଳପ୍ରପାତ ଦୃଶ୍ୟ ମଧ୍ୟ ଅତୀବ ମନୋରମ।

୧୨୮ ପ୍ରକାର ଅର୍କିଡ ମଧ୍ୟରୁ ଶିମିଳିପାଳରେ ଅଛି ୯୮: ସମୁଦ୍ର ପତ୍ତନଠାରୁ ୧୧୬୫.୬ ମିଟର ଉଚ୍ଚରେ ଅବସ୍ଥିତ  ମେଘାସନୀ ପର୍ବତ ଏହାର ଉଚ୍ଚତମ ଶୃଙ୍ଗ।  ଓଡ଼ିଶାରେ ମିଳୁଥିବା ୧୨୮ ପ୍ରକାର ଅର୍କିଡ ମଧ୍ୟରୁ ଶିମିଳିପାଳରେ କେବଳ ୯୮ ପ୍ରକାର ମିଳିଥାଏ।  ଶିମିଳିପାଳରେ ୨ଟି ସ୍ୱତନ୍ତ୍ର ଧରଣର ଅର୍କିଡ ମିଳିଥାଏ। ଯାହା ଅନ୍ୟ କେଉଁଠି ମିଳି ନ ଥାଏ।

ଏଠାରେ ବାଘ, କଲରାପତରିଆ ବାଘ, ଜଙ୍ଗଲ ବିରାଡି, ବଳିଆ କୁକୁର, ଗଧିଆ ଆଦି ଅନେକ ମାଂସାଶୀ ଜୀବ ଅଛନ୍ତି। ତୃଣଭୋଜି ପ୍ରାଣୀଙ୍କ ମଧ୍ୟରେ ହାତୀ, ଗୟଳ, ସମ୍ୱର, କୁଟୁରା, ହରିଣ, ଗୁରାଣ୍ଡି ଆଦି ଅଛନ୍ତି। ଶିମିଳିପାଳକୁ ୨୭ ମେ ୨୦୦୯ ମସିହାରେ ୟୁନେସ୍କୋ ତରଫରୁ ବିଶ୍ୱ ଐତିହ୍ୟ ମାନ୍ୟତା ପ୍ରଦାନ କରାଯାଇଛି। ଅଭୟାରଣ୍ୟ ଭିତରେ ବଣଭୋଜି, ମଦ୍ୟପାନ ଓ ପ୍ଲାଷ୍ଟିକ ବ୍ୟବହାରକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ପର୍ଯ୍ୟଟକମାନେ କେବଳ ନିରାମିଷ ଖାଦ୍ୟ ନେଇ ଭିତରକୁ ଯାଇ ପାରିବେ।

କେମିତି ଯିବେ : ଶିମିଳିପାଳକୁ ଯିବା ଲାଗି ୩ଟି ପ୍ରବେଶପଥ ଅଛି। ତାହା ହେଉଛି ଯଶିପୁର, ଲୁଲୁଙ୍ଗ, ପିଠାବଟା। ଏହି ସବୁ ସ୍ଥାନକୁ ନିୟମିତ ବସ୍‌ ଚଳାଚଳ କରିଥାଏ। ଏହାଛଡା କାର୍‌ ଓ ବସ୍‌ ସାହାଯ୍ୟରେ ମଧ୍ୟ  ଶିମିଳିପାଳକୁ ଯାଇହେବ। ଏହାର ନିକଟସ୍ଥ ରେଳଷ୍ଟେଶନ ହେଉଛି ବାରିପଦା ଓ ବାଲେଶ୍ୱର ଷ୍ଟେଶନ।



from Odisha Reporter https://odishareporter.in/life-style/similipal-a-great-tourism-place-349123

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages