
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜଷ୍ଟିସ ଅଜିତ୍ ସିଂହ ଓଡ଼ିଶା ଲୋକାୟୁକ୍ତ ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଛନ୍ତି। ଓଡ଼ିଶା ଲୋକାୟୁକ୍ତ ଆଇନ-୨୦୧୫ କାର୍ଯ୍ୟକ୍ଷମ ହେବାପରେ ପ୍ରଥମ ଅଧ୍ୟକ୍ଷ ଭାବେ ଜଷ୍ଟିସ ସିଂହଙ୍କୁ ନିଯୁକ୍ତି ମିଳିଛି। ଲୋକାୟୁକ୍ତ ଚୟନ କମିଟିର ସୁପାରିସ୍ ଆଧାରରେ ରାଜ୍ୟପାଳ ପ୍ରଫେସର ଗଣେଣୀ ଲାଲ ଓଡ଼ିଶା ଲୋକାୟୁକ୍ତ ଅଧ୍ୟକ୍ଷ ଭାବେ ଜଷ୍ଟିସ ସିଂହଙ୍କୁ ନିଯୁକ୍ତି ଦେଇଛନ୍ତି।
ସୂଚନାଯୋଗ୍ୟ, ଜଷ୍ଟିସ ସିଂହ ଗୌହ୍ୱାଟି ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟ କରି ଅବସର ନେଇଛନ୍ତି। ୧୯୫୬ ମସିହାରେ ଜନ୍ମିତ ଜଷ୍ଟିସ ସିଂହ ୧୯୭୯ ମସିହାରେ ମଧ୍ୟପ୍ରଦେଶର ଜବଲପୁର ହାଇକୋର୍ଟରେ ଆଡଭୋକେଟ୍ ଭାବେ କ୍ୟାରିୟର ଆରମ୍ଭ କରିଥିଲେ।
୨୦୦୨ ମସିହାରେ ସେ ମଧ୍ୟପ୍ରଦେଶ ହାଇକୋର୍ଟରେ ଅତିରିକ୍ତ ବିଚାରପତି ଭାବେ ନିଯୁକ୍ତି ପାଇଥିଲେ । ପରେ ସେ ରାଜସ୍ଥାନ,ଆସାମ, ଅରୁଣାଚଳ ପ୍ରଦେଶ ଓ ନାଗାଲ୍ୟାଣ୍ଡ ହାଇକୋର୍ଟରେ କାର୍ଯ୍ୟ କରିସାରିଛନ୍ତି ।
from Odisha Reporter https://ift.tt/2Uh8Dag
No comments:
Post a Comment