ମାସୁଦକୁ ନେଇ ବିଜେପି-କଂଗ୍ରେସ ବାକ୍‌ଯୁଦ୍ଧ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 14, 2019

ମାସୁଦକୁ ନେଇ ବିଜେପି-କଂଗ୍ରେସ ବାକ୍‌ଯୁଦ୍ଧ

ନୂଆଦିଲ୍ଲୀ: ମାସୁଦ ଆଝାରକୁ ଚୀନ୍‌ ସମର୍ଥନ କରିବା ପରେ ଭାରତ ସରକାର ତା’କୁ ଆତଙ୍କବାଦୀ ଘୋଷଣା ପାଇଁ ଯେଉଁ ପ୍ରୟାସ କରିଥିଲେ, ତା’ହା କାଟ ଖାଇଛି। ଏହାକୁ ନେଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି।

ମୋଦି ଚୀନ୍‌ ରାଷ୍ଟ୍ରପତିଙ୍କୁ କାହିଁକି ଡରୁଛନ୍ତି ଏବଂ ତାଙ୍କ ଆଗରେ ଆତ୍ମସମର୍ପଣ କରିଛନ୍ତି ବୋଲି ରାହୁଲ କହିଛନ୍ତି। ରାହୁଲଙ୍କ ଏଭଳି କଟାକ୍ଷର ଜବାବ୍‌ ମଧ୍ୟ ବିଜେପି ଦେଇଛି।

ଆଜି ରାହୁଲ ଗାନ୍ଧି ଟ୍ୱିଟ କରି କହିଥିଲେ ଯେ “ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚୀନ୍‌ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଡରୁଛନ୍ତି। ଚୀନ୍‌ ମାସୁଦକୁ ଜାତିସଂଘରେ ସମର୍ଥନ କରିଥିଲେ ହେଁ ମୋଦି ଏଯାଏ ବେଜିଂକୁ ଆଦୌ ନିନ୍ଦା କରିନାହାନ୍ତି। ମୋଦି ଚୀନ୍‌ର ରାଷ୍ଟ୍ରପତି ଜିନପିଙ୍ଗଙ୍କ ସହ ଗୁଜରାଟରେ ବୁଲିଲେ। ଦିଲ୍ଲୀରେ ତାଙ୍କୁ ମୋଦି କୁଣ୍ଢାଇଲେ। ଚୀନ୍‌ ତାଙ୍କ ଆଗରେ ମୁଣ୍ଡ ନୁଆଁଲେ। ତା’ ବଦଳରେ ଚୀନ୍‌ ଭାରତକୁ ଏହି ପୁରସ୍କାର ଦେଲା।”

ରାହୁଲଙ୍କ ଏଭଳି ମନ୍ତବ୍ୟକୁ କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ ତୀବ୍ର ସମାଲୋଚନା କରିଛନ୍ତି। ସେ କହିଛନ୍ତି, “ଚୀନ୍‌ର ମାସୁଦ ପ୍ରୀତିକୁ ନେଇ ସମଗ୍ର ଦେଶ ଦୁଃଖିତ ଥିବା ବେଳେ ରାହୁଲ ଗାନ୍ଧି କାହିଁକି ଏତେ ଖୁସି ହେଉଛନ୍ତି? ରାହୁଲ ଗାନ୍ଧିଙ୍କ ଟ୍ୱିଟ୍‌କୁ ଜୈଶ କ୍ୟାମ୍ପରେ ଦେଖାଇ ଏବେ ସେଠାରେ ଉତ୍ସବ ହେଉଥିବ। ମୁଁ ଅତ୍ୟନ୍ତ ଦୁଃଖରେ କହିବାକୁ ଚାହୁଁଛି ଯେ କଂଗ୍ରେସ ଆତଙ୍କବାଦ ବିରୋଧରେ କ’ଣ ପ୍ରମାଣ କରିବାକୁ ଚାହୁଁଛି? ରାଜନୀତିରେ ବିରୋଧ ହେବା ଠିକ୍‌। କିନ୍ତୁ ଆତଙ୍କବାଦ ପ୍ରସଙ୍ଗରେ ସମସ୍ତେ ଏକାଠି ହେବା ଉଚିତ। ୨୦୦୯ରେ ୟୁପିଏ ସରକାର ସମୟରେ ମାସୁଦକୁ ଆତଙ୍କୀ ଘୋଷଣା ପାଇଁ ଜାତିସଂଘ ସୁରକ୍ଷା ପରିଷଦରେ ପ୍ରସ୍ତାବ ଆସିଥିଲା। କିନ୍ତୁ ସେତେବେଳେ ମଧ୍ୟ ଚୀନ୍‌ ଏପରି କରିଥିଲା। କ’ଣ ରାହୁଲ ଗାନ୍ଧି ସେହି ସମୟରେ ଗୋଟିଏ ହେଲେ ଟ୍ୱିଟ୍‌ କରିଥିଲେ? ରାହୁଲ ଗାନ୍ଧି ପୂର୍ବରୁ କହିଥିଲେ ଚୀନ୍‌ ସହ ତାଙ୍କର ଭଲ ବନ୍ଧୁତା ଅଛି। ଏବେ ରାହୁଲ ଗାନ୍ଧି ତାଙ୍କ ବନ୍ଧୁ ଚୀନ୍‌କୁ କହି ମାସୁଦକୁ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ।”

ବିଜେପି ଟ୍ୱିଟ୍‌ ଯୋଗେ କହିଛି, ରାହୁଲ ଗାନ୍ଧିଙ୍କ ଗଡଫାଦରଙ୍କ ଯୋଗୁ ଚୀନ୍‌ ଆଜି ଜାତିସଂଘ ସୁରକ୍ଷା ପରିଷଦର ସଦସ୍ୟ ହୋଇଛି। ଯଦି ଭାରତ ଚୀନ୍‌କୁ ସେତେବେଳେ ଅନୁକମ୍ପା ଦେଖାଇ ନଥାଆନ୍ତା,ତା’ହେଲେ ହୁଏତ ଆଜି ଏଭଳି ସ୍ଥିତର ସମ୍ମୁଖୀନ ହେବାକୁ ପଡ଼ି ନଥାଆନ୍ତା।



from Odisha Reporter https://ift.tt/2W1JAc2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages