ବରଯାତ୍ରୀ ବସ୍‌ରେ ଲାଗିଗଲା ନିଆଁ: ଜୀଅନ୍ତା ଜଳିଗଲେ ଯୁବକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 14, 2019

ବରଯାତ୍ରୀ ବସ୍‌ରେ ଲାଗିଗଲା ନିଆଁ: ଜୀଅନ୍ତା ଜଳିଗଲେ ଯୁବକ

କେନ୍ଦୁଝର(ପ୍ରଣୟ ପାଣି): କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ସାମନ୍ତରାପୁର ଗାଁରେ ଏକ ବରଯାତ୍ରୀ ବସ୍‌ ଜଳି ଯାଇଛି। ଫଳରେ ବସ୍‌ରେ ଶୋଇଥିବା ଅବସ୍ଥାରେ ନିଆଁ ଲାଗି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ରାଜେଶ ଗିରି ବୋଲି କୁହାଯାଉଛି। ତାଙ୍କ ଘର ନୁସୁରି ପଶି ଗାଁରେ।

ସୂଚନା ଅନୁସାରେ, ଗତକାଲି ରାତିରେ ବସ୍‌ଟି ବରଯାତ୍ରୀଙ୍କୁ ଧରି କେନ୍ଦେଇପଶି ଯାଇଥିଲା। ବିଳମ୍ବିତ ରାତିରେ କନ୍ୟା ଘରୁ ଫେରି ବସ୍‌ଟି ସାମନ୍ତରାପୁର ଗାଁ ବରଘର ନିକଟରେ  ଛିଡା ହୋଇଥିଲା। ସମସ୍ତ ବରଯାତ୍ରୀ ବସ୍‌ରୁ ଓହ୍ଲାଇଥିବା ବେଳେ ରାଜେଶ ବସ୍‌ ଭିତରେ ଶୋଇ ପଡ଼ିଥିଲେ। ଫଳରେ କୌଣସି କାରଣରୁ ନିଆଁ ଲାଗି ବସ୍‌ଟି ସମ୍ପୂର୍ଣ୍ଣ ଜଳି ଯାଇଥିଲା। ଏଥିରେ ଯୁବକ ଜଣକ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ। ଗତକାଲି ରାତି ପ୍ରାୟ ୨ଟା ୩୦ ମିନିଟ୍‌ ସମୟରେ ଏହି ଅଭାବନୀୟ ଘଟଣା ଘଟିଛି।

ତେବେ କେଉଁ କାରଣରୁ ବସ୍‌ରେ ନିଆଁ ଲାଗିଲା ତାହା ଜଣାପଡ଼ିନାହିଁ। ଘଟଣାସ୍ଥଳରେ ଘଟଗାଁ ପୁଲିସ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଛି।



from Odisha Reporter https://ift.tt/2TFsvaj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages