କରନ୍‌ ଜୋହରଙ୍କୁ ଚୱନ୍‌ପ୍ରାଶ୍‌ର ଆବଶ୍ୟକତା ରହିଛି: କଙ୍ଗନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 5, 2019

କରନ୍‌ ଜୋହରଙ୍କୁ ଚୱନ୍‌ପ୍ରାଶ୍‌ର ଆବଶ୍ୟକତା ରହିଛି: କଙ୍ଗନା

ମୁମ୍ୱାଇ: ବଲିଉଡ୍‌ର ଝାନ୍‌ସୀ ରାଣୀ କଙ୍ଗନା ରଣାୱତ୍‌ ତାଙ୍କର ମୁହଁତୋଡ଼ ଜବାବ ଯୋଗୁ ସବୁବେଳେ ଚର୍ଚ୍ଚାରେ। ନିକଟରେ ସେ ଆଲିଆ ଭଟ୍ଟଙ୍କୁ କରନ୍‌ ଜୋହର୍‌ଙ୍କ ହାତର କଣ୍ଢେଇ ବୋଲି କହିଥିଲେ।

ଏହାପରେ କଙ୍ଗନା ପୁଣିଥରେ କରନ୍‌ ଜୋହର୍‌ ଓ ହ୍ରିତ୍ୱିକ୍‌ ରୋଶନ୍‌ଙ୍କ ଉପରେ ବର୍ଷିଥିବା ଜଣାପଡ଼ିଛି। ‘ଇଣ୍ଡିଆ ଟୁଡେ’ର ଏକ ଇଣ୍ଟରଭ୍ୟୁରେ କଙ୍ଗନା କହିଛନ୍ତି, “ମୁଁ ଯେଉଁଠାରେ ଥିବି ସେହି ସ୍ଥାନରେ ହ୍ରିତ୍ୱିକ୍‌ ଓ କରନ୍‌ ରହିବେ ନାହିଁ।”

କଙ୍ଗନା ଆହୁରି ମଧ୍ୟ କହିଥିଲେ, “କରନ୍‌ ତାଙ୍କ ଟକ୍‌ ଶୋ କଫି ଉଇଥ୍‌ କରନ୍‌ରେ ବେଷ୍ଟ୍‌ ଆକ୍ଟ୍ରେସ୍‌ଙ୍କ ଲିଷ୍ଟରେ ମୋ ନାମକୁ ନିଅନ୍ତି ନାହିଁ। ତାଙ୍କୁ ଲାଗୁ ନାହିଁ ଯେ, ସେ ମୋର ନାମକୁ ବାଦ୍‌ ଦେଉଛନ୍ତି। ଯେତେବେଳେ ତୁମେ ଅଭିନେତ୍ରୀଙ୍କ କଥା କହୁଛ,  ତିନି ତିନିଥର ଜାତୀୟ ପୁରସ୍କାର ପାଇଥିବା ଅଭିନେତ୍ରୀଙ୍କୁ ଭୁଲି କିପରି ଯାଉଛ?  ଜୋହର୍‌ ସେମାନଙ୍କ ନାମକୁ ତାଲିକାରେ ଆଣୁଛନ୍ତି, ଯେଉଁମାନଙ୍କ ଅଭିନୟ ଉପରେ ପ୍ରଶ୍ନବାଚୀ ରହିଛି। ଏହାକୁ ଏକ ପ୍ରକାରର ମାନସିକତା କୁହାଯାଇପାରିବ। “

୨୦୧୭ରେ କଙ୍ଗନା କରନ୍‌ଙ୍କ ଶୋକୁ ଆସି ତାଙ୍କୁ ନେପୋଟିଜିମ୍‌ର ଆବାହାକ ବୋଲି କହିଥିଲେ। କେବଳ ଏତିକି ନୁହେଁ, କରନ୍‌ ଆଇଆଇଏଫ୍‌ର ମଞ୍ଚରେ କଙ୍ଗନାଙ୍କର ମଜାକ ଉଡ଼ାଇ ସେ ବେରୋଜଗାର ଏବଂ ଚାକିରି ଖୋଜୁଛନ୍ତି ବୋଲି କହିଥିବା କଙ୍ଗନା କହିଥିଲେ।

ଏହାର ଉତ୍ତରରେ  କଙ୍ଗନା କହିଥିଲେ, “କରନ୍‌ ପ୍ରଥମେ ମୋର ପ୍ରତିଭାକୁ ଦେଖନ୍ତୁ ଏବଂ ତାଙ୍କ ଫିଲ୍ମକୁ ଦେଖନ୍ତୁ। ବାସ୍ତବରେ ସେ ମଞ୍ଚରେ ମତେ ବେରୋଜଗାର କହିଲେ, ଯାହା ଆଶ୍ଚର୍ଯ୍ୟ କରିଥିଲା। ମତେ ଲାଗୁଛି କିଛି ଲୋକଙ୍କୁ ଚୱନ୍‌ପ୍ରାଶ୍‌ର ଆବଶ୍ୟକତା ରହିଛି।”

କେବଳ କରନ୍ ଜୋହର୍‌ ନୁହେଁ, କଙ୍ଗନା ହ୍ରିତ୍ୱିକ୍‌ ରୋଶନ୍‌ଙ୍କୁ ମଧ୍ୟ ଛାଡ଼ି ନ ଥିଲେ। କଙ୍ଗନା କହିଥିଲେ, “ହ୍ରିତ୍ୱିକ୍‌ ମତେ ବ୍ୟକ୍ତିଗତ ସ୍ତରରେ ଜାଣିନାହାନ୍ତି ବୋଲି ମନ୍ତବ୍ୟ ଦେଇଥିଲେ। ଯେବେ କି ଆମେ ସାଙ୍ଗ ହୋଇ ‘କାଇଟ୍‌’ ଓ ‘କ୍ରିସ୍‌’ ଫିଲ୍ମରେ କାମ କରିଛୁ। ଗୋଟିଏ ଫିଲ୍ମ ୨ ବର୍ଷ ଲାଗିଥିଲା ଏବଂ ଅନ୍ୟଟି ୩ ବର୍ଷ। ଏହା ପରେ ବି ହ୍ରିତ୍ୱିକ୍‌ ମତେ ଜାଣି ନାହାନ୍ତି। ଏହା ନିଶ୍ଚୟ ହାସ୍ୟାସ୍ପଦ କଥା। “



from Odisha Reporter https://ift.tt/2C4N7i2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages