ଖାସ୍ ଏୟାର୍ ଷ୍ଟ୍ରାଇକ୍‌ ଯୋଗୁ ଏନଡିଏ ପୁଣିଥରେ କ୍ଷମତାକୁ ଫେରିବ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 19, 2019

ଖାସ୍ ଏୟାର୍ ଷ୍ଟ୍ରାଇକ୍‌ ଯୋଗୁ ଏନଡିଏ ପୁଣିଥରେ କ୍ଷମତାକୁ ଫେରିବ!

ନୂଆଦିଲ୍ଲୀ: ପାକିସ୍ତାନର ବାଲାକୋଟ୍‌ରେ ଭାରତୀୟ ବାୟୁସେନା କରିଥିବା ଏୟାର ଷ୍ଟ୍ରାଇକ୍‌ ମୋଦି ସରକାରଙ୍କୁ କ୍ଷମତା ପୁନଃ ଦଖଲ କରିବାରେ ଭରପୂର ସାହାଯ୍ୟ କରିବ ବୋଲି ବିଭିନ୍ନ ସର୍ଭେ ସଂସ୍ଥା ପକ୍ଷରୁ ଆକଳନ କରାଯାଇଛି।

ବାଲାକୋଟ୍‌ ଏୟାର ଷ୍ଟ୍ରାଇକ୍‌ ପୂର୍ବରୁ ବିଭିନ୍ନ ସର୍ଭେ ସଂସ୍ଥା ପକ୍ଷରୁ କରାଯାଇଥିବା ଆକଳନ ଅନୁଯାୟୀ, ୨୦୧୯ରେ ଏନ୍‌ଡିଏ ପୁଣିଥରେ କେନ୍ଦ୍ରରେ କ୍ଷମତା ହାସଲ କରିବା ନେଇ ଆଶଙ୍କା ସୃଷ୍ଟି ହୋଇଥିଲା। କିନ୍ତୁ ଏୟାର ଷ୍ଟ୍ରାଇକ୍‌ ପରେ ଏହି ଆକଳନ ବଦଳିବା ସହ ଏନ୍‌ଡିଏ ପୁଣିଥରେ କେନ୍ଦ୍ରରେ କ୍ଷମତା ଦଖଲ କରିବ ବୋଲି ସର୍ଭେ ସଂସ୍ଥାଗୁଡ଼ିକ ପକ୍ଷରୁ କୁହାଯାଇଛି।

ନିକଟରେ ଜାତୀୟ ଗଣମାଧ୍ୟମ ଟାଇମ୍ସ ନାଓ –ଭିଏମ୍‌ଆର ପକ୍ଷରୁ ସର୍ଭେ କରାଯାଇଥିଲା। ବାଲାକୋଟ୍‌ ଏୟାର ଷ୍ଟ୍ରାଇକ୍‌ ପରେ ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ସରକାରଙ୍କ ସମ୍ଭାବ୍ୟ ଆସନ ସଂଖ୍ୟା ବୃଦ୍ଧି ପାଇଛି ବୋଲି ଏଥିରେ କୁହାଯାଇଛି।

ଏୟାର ଷ୍ଟ୍ରାଇକ୍‌ ପୂର୍ବରୁ କରାଯାଇଥିବା ସର୍ଭେ ଅନୁଯାୟୀ ଏନ୍‌ଡିଏ ୨୭୦ଟି ଆସନ ପାଇବାର ସମ୍ଭାବନା ଥିଲା। ଏହା ସରକାର ଗଠନ ପାଇଁ ଆବଶ୍ୟକ ମ୍ୟାଜିକ୍‌ ନମ୍ବର ଠାରୁ ୨ କମ୍‌ ଥିଲା। କିନ୍ତୁ ଏୟାର ଷ୍ଟ୍ରାଇକ୍‌ ପରେ ଏଥିରେ ଆଉ ୧୩ଟି ଆସନ ଯୋଡ଼ି ହୋଇଯାଇଛି। ଅର୍ଥାତ ଏନ୍‌ଡିଏ ୨୮୩ଟି ଆସନ ପାଇଁ ପୁଣିଥରେ କେନ୍ଦ୍ରରେ ସରକାର ଗଠନ କରିବ ବୋଲି ସର୍ଭେ ସଂସ୍ଥା ପକ୍ଷରୁ କୁହାଯାଇଛି।

ସେହିପରି ଏୟାର ଷ୍ଟ୍ରାଇକ୍‌ ପୂର୍ବରୁ କଂଗ୍ରେସ ନେତୃତ୍ୱାଧୀନ ୟୁପିଏର ଆସନ ସଂଖ୍ୟା ୧୪୪ ରହିଥିଲା। କିନ୍ତୁ ଏୟାର ଷ୍ଟ୍ରାଇକ୍‌ ପରେ ଏହା ୧୩୫କୁ ଖସି ଆସିଛି। ଅନ୍ୟାନ୍ୟ ଦଳଗୁଡ଼ିକ ଏୟାର ଷ୍ଟ୍ରାଇକ୍‌ ପୂର୍ବରୁ ୧୨୯ଟି ଆସନ ପାଇବେ ବୋଲି କୁହାଯାଉଥିଲା। ହେଲେ ଏବେ ଏହା ୧୨୫କୁ ଖସି ଆସିଥିବା ସର୍ଭେରେ କୁହାଯାଇଛି। ଅନ୍ୟାନ୍ୟ ଦଳଗୁଡ଼ିକ ମଧ୍ୟରେ ବିଜେଡି, ଟିଏମସି, ଟିଡିପି, ଟିଆରଏସ୍, ୱାଇଏସ୍‌ଆର କଂଗ୍ରେସ ଓ ସପା-ବିଏସ୍‌ପି-ଆରଏଲ୍‌ଡି ମେଣ୍ଟ ରହିଛନ୍ତି।



from Odisha Reporter https://ift.tt/2uc03hQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages