‘ବଦ୍‌ଲା’କୁ ପଛରେ ପକାଇଲା ହଲିଉଡ୍‌ ଫିଲ୍ମ ‘କ୍ୟାପଟେନ୍‌ ମାର୍ବଲ୍‌’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 11, 2019

‘ବଦ୍‌ଲା’କୁ ପଛରେ ପକାଇଲା ହଲିଉଡ୍‌ ଫିଲ୍ମ ‘କ୍ୟାପଟେନ୍‌ ମାର୍ବଲ୍‌’

ୱାଶିଂଟନ୍‌: ଶୁକ୍ରବାର ଅମିତାଭ ବଚ୍ଚନଙ୍କ ଫିଲ୍ମ ‘ବଦ୍‌ଲା’ ଓ ବ୍ରୀ ଲାର୍ସନ୍‌ଙ୍କ ହଲିଉଡ୍‌ ଫିଲ୍ମ ‘କ୍ୟାପଟେନ୍‌ ମାର୍ବଲ୍‌’ ରିଲିଜ୍‌ ହୋଇଛି। ପ୍ରଥମ ଦିନରେ ବକ୍ସ ଅଫିସରେ ଭଲ ବ୍ୟବସାୟ କରିଥିବା ‘କ୍ୟାପଟେନ୍‌ ମାର୍ବଲ୍‌’ ବଲିଉଡ୍‌ ଫିଲ୍ମ ‘ବଦ୍‌ଲା’କୁ ପଛରେ ପକାଇ ଦେଇଛି।

‘ବଦ୍‌ଲା’ ପ୍ରଥମ ଦିନରେ ୫.୪ କୋଟି ଟଙ୍କା କମାଇଥିବା ବେଳେ ‘କ୍ୟାପଟେନ୍‌ ମାର୍ବଲ୍‌’ ପ୍ରଥମ ଦିନରେ ୧୨.୭୫ କୋଟି ଟଙ୍କା କମାଇଛି। 
‘କ୍ୟାପଟେନ୍‌ ମାର୍ବଲ୍‌’ ଫିଲ୍ମକୁ ଦର୍ଶକଙ୍କ ପ୍ରଶଂସା ମିଳିବାରେ ଲାଗିଛି। ପିଲ୍ମରେ ‘କ୍ୟାପଟେନ୍‌ ମାର୍ବଲ୍‌’ଙ୍କର ଜନ୍ମଠାରୁ ଆରମ୍ଭ କରି ତାଙ୍କର ଦୁର୍ବଳ ମହିଳାଙ୍କୁ ସୁପର୍‌ ୱିମାନ୍‌ ହେବା କାହାଣୀକୁ ଦେଖାଯାଇଛି। ୨୦୧୯ ରେ ‘କ୍ୟାପଟେନ୍‌ ମାର୍ବଲ୍‌’ ଫିଲ୍ମର ଓପନିଙ୍ଗକୁ ଭଲ ବୋଲି କୁହାଯାଉଛି। ଆଗକୁ ମଧ୍ୟ ଫିଲ୍ମଟି ଭଲ ପ୍ରଦର୍ଶନ କରିବାକୁ ଯାଉଛି।

ସେହିପରି ‘ବଦ୍‌ଲା’ରେ ଅମିତାଭ ବଚ୍ଚନ ଓ ତାପସୀ ପନ୍ନୁଙ୍କ ଅଭିନୟ ଦେଖିବାକୁ ମିଳିଛି।

ଫିଲ୍ମଟି ଦ୍ୱିତୀୟ ଓ ତୃତୀୟ ଦିନରେ ୮ କୋଟି ୫୫ ଲକ୍ଷ ଟଙ୍କା କାରବାର କରିଛି। ଏହି ହିସାବରେ ବର୍ତ୍ତମାନ ପର୍ଯ୍ୟନ୍ତ ‘ବଦ୍‌ଲା’ର ବକ୍ସ ଅଫିସ୍‌ କଲେକ୍ସନ୍‌ ୧୩ କୋଟି ୫୯ ଲକ୍ଷ ଟଙ୍କା ହୋଇଥିବାବେଳେ ‘କ୍ୟାପଟେନ୍‌ ମାର୍ବଲ୍‌’ ୧୫ କୋଟି ୧୮ ଲକ୍ଷ ଟଙ୍କା ବୋଲି ସୂଚନା ମିଳିଛି।



from Odisha Reporter https://ift.tt/2tZqiYu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages