ଅମୀୟଙ୍କୁ ଟିକେଟ୍ ନ ମିଳିବାରୁ ସମର୍ଥକ ଅସନ୍ତୁଷ୍ଟ; ଦଳୀୟ କାର୍ଯ୍ୟାଳୟ ଆଗରେ ଧାରଣା ଦେଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 21, 2019

ଅମୀୟଙ୍କୁ ଟିକେଟ୍ ନ ମିଳିବାରୁ ସମର୍ଥକ ଅସନ୍ତୁଷ୍ଟ; ଦଳୀୟ କାର୍ଯ୍ୟାଳୟ ଆଗରେ ଧାରଣା ଦେଲେ

bjp1

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କଂଗ୍ରେସ ଓ ବିଜେଡି ପରେ ଗତକାଲି ରାତିରେ ବିଜେପି ତା’ର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଓଡ଼ିଶାର ୧୦ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଥିବା ବେଳେ ୧୦୦ଟି ବିଧାନସଭା ଆସନ ପାଇଁ ନାଁ ଘୋଷଣା କରାଯାଇଛି। ତେବେ ଆସ୍କା ଆସନର ପ୍ରାର୍ଥୀ ବଦଳିବେ ବୋଲି କୁହାଯାଉଛି।

ଯେଉଁ ସବୁ ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି, ସେଥିରେ ଅମୀୟ ଦାଶଙ୍କ ନାଁ ନାହିଁ। ସେ ଭୁବନେଶ୍ୱରର ଏକାମ୍ର ଆସନରୁ ଟିକେଟ୍ ପାଇବାକୁ ଆଶାୟୀ ଥିଲେ। ତାଙ୍କ ବଦଳରେ ଏହି ଆସନରୁ ବାବୁ ସିଂହଙ୍କୁ ଟିକେଟ୍ ଦିଆଯାଇଛି। ଏହି ଖବର ପାଇବା ପରେ ଅମୀୟଙ୍କ ସମର୍ଥକମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ଗତକାଲି ରାତିରେ ସେମାନେ ବିଜେପି କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ ଓ ନାରାବାଜି କରିଥିଲେ। ରାଜ୍ୟ ବିଜେପି ଉପସଭାପତି ସମୀର ମହାନ୍ତି ସେମାନଙ୍କୁ ବୁଝାସୁଝା କରିଥିଲେ।

carଅନ୍ୟପକ୍ଷରେ ଗତକାଲି ରାତିରେ ସମୀର ମହାନ୍ତି ଗାଡ଼ିକୁ କେହି ଭଙ୍ଗାରୁଜା କରିଥିବା ସୂଚନା ମିଳିଛି। କାର୍‌ଟି ତାଙ୍କ ବାସଭବନରେ ଥିବା ବେଳେ ଏହି ଘଟଣା ଘଟିଛି।

ସୂଚନାଯୋଗ୍ୟ, ନିକଟରେ ବାବୁ ସିଂହ ବିଜେଡି ଛାଡ଼ି ବିଜେପିରେ ମିଶିଥିଲେ। ତାଙ୍କୁ ଅଣଦେଖା କରାଯାଇଥିବା ଅଭିଯୋଗ କରି ସେ ବିଜେଡି ଛାଡ଼ିଥିଲେ। ଗତଥର ଏକାମ୍ର ଆସନରୁ ଅମୀୟ ଦାଶ  ବିଜେପି ଟିକେଟ୍‌ରେ ପ୍ରାର୍ଥୀ ହୋଇ ହାରି ଯାଇଥିଲେ।



from Odisha Reporter https://ift.tt/2uowvxE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages