
ମୁମ୍ବାଇ: ଦୀର୍ଘ ୨୦ ବର୍ଷ ପରେ ଏକାଠି ହେବାକୁ ଯାଉଛନ୍ତି ବଲିଉଡର ସବୁଠୁ ଚର୍ଚ୍ଚିତ ଯୋଡ଼ି ସଲମାନ-ଐଶ୍ୱର୍ଯ୍ୟା। ଦୁହେଁ ବଲିଉଡର ଷ୍ଟାର ଫିଲ୍ମ ମେକର ସଜୟ ଲୀଲା ଭଂଶାଲୀଙ୍କ ଏକ ରୋମାଣ୍ଟିକ ପ୍ରୋଜେକ୍ଟରେ ଏକାଠି ହେବେ । ଫିଲ୍ମଟିର ନାଁ ‘ହମ୍ ଦିଲ୍ ଦେ ଚୁକେ ସନମ୍-୨’ ହେବ ବୋଲି ଶୁଣିବାକୁ ମିଳିଛି। ହେଲେ ପ୍ରଯୋଜନା ସଂସ୍ଥା ତରଫରୁ ଏନେଇ କୌଣସି ଘୋଷଣା କରାଯାଇ ନାହିଁ।
ତେବେ ଏହି ରୋମାଣ୍ଟିକ୍ ଫିଲ୍ମର ମୁଖ୍ୟ ନାୟିକା କିଏ ହେବ ତାକୁ ନେଇ ବଡ଼ ସସ୍ପେନ୍ସ ରହିଛି। ଚର୍ଚ୍ଚା ହେଉଛି, ଏହି ପ୍ରୋଜେକ୍ଟରେ ସଲମାନ ନିଜ ବିପକ୍ଷରେ କ୍ୟାଟ୍ରିନା କୈଫଙ୍କୁ ନେବାକୁ ଚାହୁଁଛନ୍ତି। ହେଲେ ଭଂଶାଲୀ ଏଥିରେ ସହମତ ନୁହଁନ୍ତି। ସେ ସଲମାନଙ୍କ ବିପକ୍ଷରେ ଦୀପିକା ପାଦୁକୋନ୍ଙ୍କୁ ନେବାକୁ ଚାହୁଁଛନ୍ତି।
ଚର୍ଚ୍ଚା ଏମିତି ବି ହେଉଛି ଯେ, ଭଂଶାଲୀ ଏହି ପ୍ରୋଜେକ୍ଟ ପାଇଁ ଐଶ୍ୱର୍ଯ୍ୟା ରାୟଙ୍କୁ ରାଜି କରେଇବାକୁ ପ୍ରୟାସ କରୁଛନ୍ତି। ଏହି ରୋଲ୍ ପାଇଁ ପୂର୍ବରୁ କଆଡ଼େ ଅନୁଷ୍କା ଶର୍ମା, ଆଲିଆ ଭଚ୍ଚ, ଜାହ୍ନବୀ କପୁରଙ୍କ ନାଁ ଉପରେ ମଧ୍ୟ ବିଚାର କରାସରିଛି। ହେଲେ ସଲମାନଙ୍କ ସହ ଏମାନଙ୍କ ଯୋଡ଼ି ଭଂଶାଲୀଙ୍କୁ ପସନ୍ଦ ଆସିଲା ନାହିଁ।
ଅନ୍ୟପଟେ ଫିଲ୍ମରେ ସଲମାନଙ୍କ ସହ ଦେଶୀଗର୍ଲ ପ୍ରିୟଙ୍କା ଚୋପ୍ରା ମଧ୍ୟ ନଜର ଆସିପାରନ୍ତି। ଟ୍ୟାଟ୍ ସୋ ‘କଫି ୱିଥ୍ କରନ୍ରେ-୬’ରେ ଅଭିନେତ୍ରୀ ଜଣକ କହିଥିଲେ ଯେ ତାଙ୍କର କୌଣସି ଏକ ପ୍ରୋଜେକ୍ଟକୁ ନେଇ ଭଂଶାଲୀ ଓ ବିଶାଲ ଭରଦ୍ୱାଜଙ୍କ ସହ କଥାବାର୍ତ୍ତା ଚାଲିଛି। ହେଲେ ଏଯାଏଁ କୌଣସି ସ୍ପଷ୍ଟ ସୂଚନା ମିଳି ନାହିଁ।
ଫିଲ୍ମର ସୁଟିଂ ଭଂଶାଲୀ ଚଳିତ ବର୍ଷ ସେପ୍ଟେମ୍ବରରୁ ଆରମ୍ଭ କରିବାକୁ ଚାହୁଁଛନ୍ତି। ହେଲେ ଏ ପର୍ଯ୍ୟନ୍ତ ଫିଲ୍ମର ଲିଡ୍ ଆକ୍ଟ୍ରେସ୍କୁ ନେଇ କୌଣସି ନିଷ୍ପତି ନିଆଯାଇ ନାହିଁ । ତେବେ ଐଶ୍ୱର୍ଯ୍ୟା ସଲମାନ୍ଙ୍କ ସହ କାମ କରିବାକୁ ରାଜି ହେଉଛନ୍ତି କି ନାହିଁ ତାହା ଦେଖିବାକୁ ରହିଲା । ତେବେ ଫିଲ୍ମଟିକୁ ସଞ୍ଜୟ ଲୀଲା ଭଂଶାଲୀ ଓ ସଲମାନ୍ ମିଳିତ ଭାବେ ପ୍ରଯୋଜନା କରିବେ। ଫିଲ୍ମଟି ୨୦୨୦ରେ ପରଦାକୁ ଆସିବ।
from Odisha Reporter https://ift.tt/2INB1Qd
No comments:
Post a Comment