ବାହାଘରରେ ଗୀତ ବଜାଇବାକୁ ନେଇ ଗଣ୍ଡଗୋଳ: ସ୍ୱାମୀଙ୍କୁ ବଞ୍ଚାଇବାକୁ ଯାଇ ସ୍ତ୍ରୀ ହରାଇଲେ ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 3, 2019

ବାହାଘରରେ ଗୀତ ବଜାଇବାକୁ ନେଇ ଗଣ୍ଡଗୋଳ: ସ୍ୱାମୀଙ୍କୁ ବଞ୍ଚାଇବାକୁ ଯାଇ ସ୍ତ୍ରୀ ହରାଇଲେ ଜୀବନ

gun

ନୂଆଦିଲ୍ଲୀ: ବାହାଘର ବେଳେ ଗୀତ ବଜାଇବାକୁ ନେଇ ହୋଇଥିଲା ଯୁକ୍ତତର୍କ। ତେବେ ଯୁକ୍ତିତର୍କ ଗଣ୍ଡଗୋଳର ରୂପ ନେଇଥିଲା ଓ ତା’ପରେ ଘଟିଥିଲା ହତ୍ୟାକାଣ୍ଡ। ଗୁଳିମାଡ଼ରେ ଟଳି ପଡ଼ିଥିଲେ ପୁତୁରା ବାହାଘର ପାଇଁ ପୂରା ଖୁସି ଥିବା ଜଣେ ମହିଳା। ତାଙ୍କ ନାଁ ସୁନୀତା। ତାଙ୍କୁ ମାତ୍ର ୩୨ ବର୍ଷ ହୋଇଥିଲା।

ଦିଲ୍ଲୀର ମଙ୍ଗୋଲପୁରି ଅଞ୍ଚଳରେ ଶୁକ୍ରବାର ମଧ୍ୟରାତ୍ରରେ ଘଟିଥିଲା ଏ ଘଟଣା।

ପୁଲିସ୍‌ଠାରୁ ମିଳିଥିବା ସୂଚନା ଅନୁଯାୟୀ, ବାହାଘର ଚାଲିଥିବା ବେଳେ ସୁନୀତାଙ୍କ ସ୍ୱାମୀ ସଜ୍ଜନଙ୍କର ଦୁଇ ଅଭିଯୁକ୍ତ- ଆକାଶ ଓ ସନ୍ଦୀପଙ୍କ ସହିତ ପାଟିତୁଣ୍ଡ ହୋଇଥିଲା। ଅଭିଯୁକ୍ତ ଦ୍ୱୟ ଏକ ଗୀତ ବଜାଇବାକୁ ଡିଜେକୁ କହିଥିଲେ। ଏହାକୁ ସଜ୍ଜନ ବିରୋଧ କରିଥିଲେ। ଫଳରେ ଉଭୟ ପକ୍ଷରେ ଯୁକ୍ତିତର୍କ ହୋଇଥିଲା। ତେବେ ଯୁକ୍ତିତର୍କ ଭୟଙ୍କର ରୂପ ନେଇଥିଲା। ସେମାନଙ୍କ ମଧ୍ୟରେ ମାରପିଟ ହେବା ବେଳେ ସୁନୀତା ଛଡ଼ାଇବାକୁ ଆସିଥିଲେ। ସେତେବେଳେ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ସଜ୍ଜନଙ୍କୁ ଲକ୍ଷ୍ୟ କରି ପିସ୍ତଲରୁ ଗୁଳି କରିଥିଲେ। ତେବେ ସୁନୀତା ତାଙ୍କ ସାମ୍ନାକୁ ଆସି ଯାଇଥିଲେ ଓ ତାଙ୍କ ଦେହରେ ଗୁଳି ବାଜି ଯାଇଥିଲା। ତାଙ୍କୁ ସଙ୍ଗେ ସଙ୍ଗେ ଡାକ୍ତରଖାନା ନିଆଯାଇଥିଲା। ତେବେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।

ପୁଲିସ୍ ଏକ ହତ୍ୟା ମାମଲା ରୁଜୁ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନଙ୍କୁ ଗତକାଲି ଚଣ୍ଡିଗଡ଼ରୁ ଗିରଫ କରାଯାଇଥିଲା। ସେମାନଙ୍କ ନାଁରେ ପୂର୍ବରୁ ଚୋରି ଓ ଲୁଟ୍ ଭଳି ମାମଲା ରହିଛି ବୋଲି ପୁଲିସ୍ କହିଛି।



from Odisha Reporter https://ift.tt/2HcbcXt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages