ଜର୍ଜ-ଯୋଶେଫ୍‌ ଦଳର ସମ୍ମାନ ରଖିପାରିବେ ତ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 21, 2019

ଜର୍ଜ-ଯୋଶେଫ୍‌ ଦଳର ସମ୍ମାନ ରଖିପାରିବେ ତ !

ବୀରମିତ୍ରପୁର (ପବନ ତିୱାରୀ) : ସୁନ୍ଦରଗଡ଼ ଜିଲ୍ଲାର ବୀରମିତ୍ରପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ତାର ପ୍ରାର୍ଥୀ ଘୋଷଣା କରିବା ପରେ ରାଜନୈତିକ ପାଣିପାଗ ରୋଚକ ମୋଡ଼ ନେଇଛି। କଂଗ୍ରେସ ତାର ବିଧାୟକ ପଦ ପାଇଁ ରୋହିତ ଯୋଶେଫ ତିର୍କୀଙ୍କ ନାମ ଘୋଷଣା କରିଛି। ଏଠି ବାପା ଜର୍ଜ ତିର୍କୀ ଲୋକସଭା ଆସନରେ, ପୁଅ ଯୋଶେଫ ବିଧାନ ସଭା ଆସନରେ ପ୍ରାର୍ଥୀ। ବାପ-ପୁଅ ଦଳକୁ ଫାଇଦା ଦେବେ କିମ୍ବା ଆଶାୟୀଙ୍କ ଅସନ୍ତୋଷ ଦଳୀୟ ସଫଳତାର ବାଟ ଓଗାଳିବ ତାହାକୁ ନେଇ ଏବେ ସବୁଠି ଚର୍ଚ୍ଚା।

ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀରେ ଗତ ୪ ଥର ନିର୍ବାଚନରେ କଂଗ୍ରେସ ନେତା ଜର୍ଜ ତିର୍କୀ ବିଜୟୀ ହୋଇ ବିଧାୟକ ହୋଇ ଆସିଛନ୍ତି। ଜର୍ଜ୍ଜ ୧୯୯୫ରେ ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା, ୨୦୦୦ ରେ ପୁଣି ଜେଏମ୍ଏମ୍, ୨୦୦୯ ସ୍ୱାଧୀନ ଏବଂ ୨୦୧୪ ରେ ସମତାକ୍ରାନ୍ତି ଦଳରୁ ବିଜୟୀ ହୋଇ ବିଧାୟକ ଅଛନ୍ତି। ଏବେ କିଛି ଦିନ ହେବ ସେ କଂଗ୍ରେସ ରେ ଯୋଗ ଦେଇ ସାଂସଦ ପ୍ରାର୍ଥୀ ହୋଇଛନ୍ତି।
ତାଙ୍କୁ ପରାଜିତ କରିବା ଭଳି ନେତା ବିଜେଡି କିମ୍ବା ବିଜେପି ଏ ପର୍ଯ୍ୟନ୍ତ ଦେଇପାରି ନାହିଁ। ଜର୍ଜ୍ଜଙ୍କ ଉପରେ ଦଳର ବହୁତ ବିଶ୍ୱାସ ରହିଥିବା କୁହାଯାଉଛି। ତେଣୁ ଜର୍ଜ ଲୋକସଭା ପ୍ରାର୍ଥୀ ହେବା ପରେ  ପୁଅ ରୋହିତ ଯୋଶେଫଙ୍କୁ ପ୍ରାର୍ଥୀ କରାଇବାରେ ସଫଳ ହୋଇଛନ୍ତି।


ଏବେ ଭୋଟର-ଆଶାୟୀଙ୍କ ମନରେ ପ୍ରଶ୍ନ- ଗୋଟିଏ ପରିବାରର ଜଣକୁ ଟିକଟ ଦିଆଯିବ ବୋଲି ପିସିସି ସଭାପତି ପୂର୍ବରୁ କହିଥିଲେ। ହେଲେ ଏଠି ବାପା-ପୁଅ ଦୁଇଜଣଙ୍କୁ କଂଗ୍ରେସ କିପରି ସୁଯୋଗ ଦେଲା ।
କଂଗ୍ରେସ ଏପରି ନିଷ୍ପତ୍ତି ନେଇ ଭୁଲ କରିଛି ବୋଲି ସମଗ୍ର ବୀରମିତ୍ରପୁରରେ ଚର୍ଚ୍ଚା ହେଉଛି । ଏପରିକି ଆଶାୟୀ ପ୍ରାର୍ଥୀ ଏହାକୁ ଖୋଲାଖୋଲି ବିରୋଧ କରିଛନ୍ତି। ଲୋକେ ବାପ-ପୁଅଙ୍କୁ ଭୋଟ ଦେବେ ନା ବିଜେଡି-ବିଜପି ଏହାର ଫାଇଦା ନେବେ ସେ ନେଇ ଆଲୋଚନା କରୁଛନ୍ତି।

କଂଗ୍ରସ ଆଶାୟୀଙ୍କ ମଧ୍ୟରେ ମୁଖ୍ୟତଃ ରାଜେଶ କେରକେଟା ଓ ପଟେଲ ବାର୍ଲାଙ୍କ ନାମ ରହିଥିଲା। ଏମାନଙ୍କ ମଧ୍ୟରୁ ଜଣଙ୍କୁ ପିସିସି ସଭାପତି ଟିକଟ ଦେବେ ବୋଲି ଆଶା କରାଯାଇଥିଲା। ହେଲ ଯୋଶେଫଙ୍କୁ ଟିକଟ ଦେବା ଘୋଷଣା ଭବିଷ୍ୟତରେ କଂଗ୍ରେସ ପାଇଁ ବୁମେରାଂ ହେବ ବୋଲି ତଥା ରାଜନୀତି ସମୀକ୍ଷକମାନେ ଆଶଙ୍କା କରିଛନ୍ତି।

ଅନ୍ୟପଟେ ବିଜେଡି ହକି ତାରକା ଦିଲୀପ ତିର୍କୀଙ୍କୁ ବିଧାୟକ ପ୍ରାର୍ଥୀ କରିବା ଏକ ପ୍ରକାର ଫାଇନାଲ । ଗତ ନିର୍ବାଚନରେ ଦିଲୀପ ବିଜେଡି ଟିକେଟରେ ସାଂସଦ ପ୍ରାର୍ଥୀ ହୋଇ ଦ୍ୱିତୀୟ ସ୍ଥାନରେ ରହିଥିଲେ। ଦିଲୀପଙ୍କର ହକି ତାରକା ଭାବରେ ଜାତୀୟ ସ୍ତରରେ ଭଲ ଇମେଜ୍‌ ମଧ୍ୟ ରହିଛି। ତେଣୁ କରି ଏଠାରେ ନିର୍ବାଚନ ଫାଇଟ ଭଲ ହେବ ବୋଲି ଭୋଟର ଆଶା କରୁଛନ୍ତି।

ଯଦି ଆମେ ବିଜେପି କଥା କହିବା, ତେବେ ଦେଶରେ ବିଜେପି ଓ ମୋଦି ଲହର ଥିବା କଥାକୁ ମଧ୍ୟ ଅସ୍ୱୀକାର କରିହେବ ନାହିଁ। ପାକିସ୍ତାନ ଉପରେ ସର୍ଜିକାଲ ଷ୍ଟାଇକ ପରେ ସୁନ୍ଦରଗଡ଼ ଲୋକଙ୍କ ମୁଡ ଏବେ ପୁଣି ଥରେ ବିଜେପି ପଟକୁ ଢ଼ଳୁଥିବା ରାଜନୀତି ସମୀକ୍ଷକ କହୁଛନ୍ତି। ଯଦି ଏମିତି ହୁଏ ତେବେ ଏଠାରେ ବିଜେପିର ଆଶାୟୀ ପ୍ରାର୍ଥୀ ଶଙ୍କର ଓରାମଙ୍କୁ ଏହା କେତେ ଫାଇଦା ଦେବ ତାହା ସମୟ ଆସିଲେ ଜଣାପଡ଼ିବ। ବିଜେପିର ପୁର୍ଣ୍ଣମା କେରକେଟାଙ୍କ ନାମ ମଧ୍ୟ ଥିବା ଚର୍ଚ୍ଚା ହେଉଛି। ତେବେ ବିଜେପି ଟିକଟ କାହାକୁ ମିଳିବ ତାହା ଆଗକୁ ଜଣାପଡ଼ିବ।

ସୁନ୍ଦରଗଡ଼ରେ ଖ୍ରୀଷ୍ଟିଆନ୍‌ ଭୋଟରଙ୍କ ସଂଖା ଅଧିକ । ଆଜି ଯାଏ ଏଠାରେ ଖ୍ରୀଷ୍ଟିଆନ୍‌ ଭୋଟର ହିଁ ନିର୍ଣାୟକ ଭୂମିକା ଗ୍ରହଣ କରିଥାନ୍ତି। ତେଣୁ ତିନି ଦଳର ପ୍ରାର୍ଥୀ ମୁଖ୍ୟତଃ ଖ୍ରିଷ୍ଟିଆନ୍‌ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ସବୁ ଚେଷ୍ଟା ଚଳାଇଛନ୍ତି।

 



from Odisha Reporter https://ift.tt/2umU1L6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages