୩ ଦିନ ଧରି ଛୁଟି ରହିବ ବ୍ୟାଙ୍କ, ସାରିଦିଅନ୍ତୁ ଆପଣଙ୍କ ଜରୁରୀ କାମ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 19, 2019

୩ ଦିନ ଧରି ଛୁଟି ରହିବ ବ୍ୟାଙ୍କ, ସାରିଦିଅନ୍ତୁ ଆପଣଙ୍କ ଜରୁରୀ କାମ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତା ୨୨ ତାରିଖରୁ ୨୪ ତାରିଖ ପର୍ଯ୍ୟନ୍ତ, ଅର୍ଥାତ୍‌ ଶୁକ୍ରବାର, ଶନିବାର ଓ ରବିବାର, ଲଗାତାର ଭାବେ ୩ ଦିନ ଧରି ବ୍ୟାଙ୍କଗୁଡ଼ିକ ବନ୍ଦ ରହିବାକୁ ଯାଉଛି। ୨୨ ତାରିଖରେ ହୋଲି ପଡୁଥିବା ବେଳେ ୨୩ ତାରିଖ ହେଉଛି ମାସର ଚତୁର୍ଥ ଶନିବାର। ସାଧାରଣ ଭାବେ ପ୍ରତି ମାସର ଚତୁର୍ଥ ଶନିବାର ଦିନ ବ୍ୟାଙ୍କଗୁଡ଼ିକରେ ଛୁଟି ରହେ। ୨୨ ଓ ୨୩ ତାରିଖ ଛୁଟି ପଡୁଥିବା ବେଳେ, ଏହାପରେ ୨୪ ତାରିଖ ରବିବାର ପଡ଼ୁଛି। ତେଣୁ ସ୍ୱାଭାବିକ ଭାବେ ବ୍ୟାଙ୍କଗୁଡ଼ିକ ଛୁଟି ରହିବ।

ଏ ତିନିଦିନ ଛୁଟି ସହିତ, କୌଣସି ସ୍ଥାନୀୟ ପର୍ବ ଯୋଗୁ, ବିହାର ସମେତ ଅନ୍ୟ କେତେକ ରାଜ୍ୟରେ ବ୍ୟାଙ୍କଗୁଡ଼ିକ ୪ ଦିନ ଧରି ବନ୍ଦ ରହିବ। ଓଡ଼ିଶାରେ ଲଗାତାର ୩ ଦନିଆ ଛୁଟି ପଡୁଥିବାରୁ ବ୍ୟାଙ୍କ ସଂପର୍କିତ ବିଭିନ୍ନ କାରବାର ପ୍ରଭାବିତ ହେବାର ଆଶଙ୍କା କରାଯାଉଛି।

ବ୍ୟାଙ୍କରେ ଚେକ୍‌ କ୍ଲିୟରାନ୍ସ ଏବଂ ଜମାଟଙ୍କା ଉଠାଣ ବାଧାପ୍ରାପ୍ତ ହୋଇପାରେ। ତେବେ ଏଟିଏମ୍‌ ଗୁଡ଼ିକରେ ଯଥେଷ୍ଟ ଟଙ୍କା ଭର୍ତ୍ତି କରା ନଗଲେ ଟଙ୍କା ଶୀଘ୍ର ସରି ଯିବାର ମଧ୍ୟ ଆଶଙ୍କା ରହିଛି। ୨୨ ତାରିଖରୁ ଛୁଟି ରହିବା କାରଣରୁ ଲୋକମାନେ ମଧ୍ୟ ଆଗୁଆ ବ୍ୟାଙ୍କ କାମ ସାରିବାର ଆବଶ୍ୟକତା ରହିଛି। ତେଣୁ ଏବେ ୨୨ ତାରିଖ ଯାଏଁ ବ୍ୟାଙ୍କ ଗୁଡ଼ିକରେ ସ୍ୱାଭାବିକ ଭାବେ ଭିଡ଼ ପରିଲକ୍ଷିତ ହେବ।



from Odisha Reporter https://ift.tt/2CoWyJu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages