କଶ୍ମିରୀଙ୍କୁ ଆତଙ୍କୀ କହି ହିନ୍ଦୁ ଗୋଷ୍ଠୀର ଆକ୍ରମଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 7, 2019

କଶ୍ମିରୀଙ୍କୁ ଆତଙ୍କୀ କହି ହିନ୍ଦୁ ଗୋଷ୍ଠୀର ଆକ୍ରମଣ

ଲକ୍ଷ୍ନୌ: ବିଜେପି ଶାସିତ ଉତ୍ତର ପ୍ରଦେଶର ଲକ୍ଷ୍ନୌଠାରେ ଥିବା ଦଲିଗଞ୍ଜଠାରେ ଆଜି ହିନ୍ଦୁ ଗୋଷ୍ଠୀଙ୍କ ଦାଦାଗିରି ଦେଖିବାକୁ ମିଳିଛି। ଏହି ବ୍ରିଜ୍‌ ଉପରେ ଫଳ ବ୍ୟବସାୟ କରୁଥିବା ଦୁଇ ଜଣ କଶ୍ମିରୀ ଯୁବକଙ୍କୁ ବିଶ୍ୱ ହିନ୍ଦୁ ପରିଷଦର ସଦସ୍ୟମାନେ ଆତଙ୍କବାଦୀ ବୋଲି କହି ମାଡ଼ ମାରିଛନ୍ତି।

ଏହି ଘଟଣାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି। ପୁଲିସ୍‌ ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିଛି।

ପୁଲୱାମା ଆତଙ୍କୀ ହମ୍‌ଲା ପରେ ଦେଶର ବିଭିନ୍ନ ସ୍ଥାନରେ କଶ୍ମିରୀ ଯୁବକଙ୍କ ଉପରେ ଆକ୍ରମଣ ହୋଇଛି। ଏହିକ୍ରମରେ ବୁଧବାର ସନ୍ଧ୍ୟାରେ ଉତ୍ତର ପ୍ରଦେଶର ଦଲିଗଞ୍ଜଠାରେ କଶ୍ମିରୀଙ୍କ ଉପରେ ଆକ୍ରମଣ ହୋଇଥିଲା। କଶ୍ମିରୀମାନେ ବ୍ରିଜ୍‌ ଉପରେ ଫଳ ବିକ୍ରି କରୁଥିବା ବେଳେ ଗେରୁଆ ବସ୍ତ୍ର ପିନ୍ଧିଥିବା କିଛି ତଥାକଥିତ ରାଷ୍ଟ୍ରବାଦୀ ଲୋକ ସେଠାରେ ପହଞ୍ଚିଥିଲେ।

ଫଳ ବିକ୍ରି କରୁଥିବା କଶ୍ମୀର ଯୁବକମାନଙ୍କୁ ପ୍ରଥମେ ସେମାନେ ଆଧାର କାର୍ଡ ମାଗି ସେମାନଙ୍କୁ ଆତଙ୍କବାଦୀ ବୋଲି ସମ୍ବୋଧନ କରିଥିଲେ। ଏହାପରେ ସେମାନଙ୍କୁ ପଥର ଫିଙ୍ଗାଳି ବୋଲି କହି ଧକ୍କା ମାରିବା ସହ ବାଡ଼ିରେ ଆକ୍ରମଣ କରିଥିଲେ। ତେବେ ସେଇ ରାସ୍ତାରେ ଯାଉଥିବା ଲୋକମାନେ କଶ୍ମିରୀ ଯୁବକମାନଙ୍କୁ ଏହି ଆକ୍ରମଣରୁ ରକ୍ଷା କରିଥିଲେ।

ଘଟଣାର ଭିଡିଓ ଭାଇରାଲ୍‌ ହେବା ପରେ ପୁଲିସ୍‌ ଆକ୍ସନ ମୋଡ୍‌କୁ ଆସି ୪ ଜଣ ଆକ୍ରମଣକାରୀଙ୍କୁ ଗିରଫ କରିଛି। ଏବେ ବି ଗେରୁଆ ବସ୍ତ୍ର ପିନ୍ଧିଥିବା କିଛି ତଥାକଥିତ ରାଷ୍ଟ୍ରବାଦୀ ଫେରାର ଅଛନ୍ତି। ଏମାନେ ସମସ୍ତେ ବିଶ୍ୱହିନ୍ଦୁ ପରିଷଦର ସଦସ୍ୟ ବୋଲି ଜଣାପଡ଼ିଛି।



from Odisha Reporter https://odishareporter.in/nation/two-dry-fruit-sellers-from-kashmir-attacked-by-vhp-activists-in-lucknow-349177

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages