ଆଖୁ ଚାଷୀଙ୍କ ପ୍ରତି ସମବେଦନା ଦେଖାଇଲେ ପ୍ରିୟଙ୍କା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 24, 2019

ଆଖୁ ଚାଷୀଙ୍କ ପ୍ରତି ସମବେଦନା ଦେଖାଇଲେ ପ୍ରିୟଙ୍କା

 

 

ଲକ୍ଷ୍ନୌ:କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ-ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ମଧ୍ୟରେ ଆରମ୍ଭ ହୋଇ ଯାଇଛି ଟ୍ୱିଟ ଯୁଦ୍ଧ। ପ୍ରିୟଙ୍କା ରବିବାର ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଯୋଗୀ ସରକାରଙ୍କ ଉପରେ ବର୍ଷିଛନ୍ତି। ଟ୍ୱିଟ୍‌ରେ ଉତ୍ତର ପ୍ରଦେଶରେ ଆଖୁ ଚାଷୀ କିପରି ବକେୟା ଟଙ୍କା ପାଇବା ପାଇଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତାହା ଉଲ୍ଲେଖ କରିଥିଲେ। ଏହାର ଜବାବରେ ଯୋଗୀ ଟ୍ୱିଟ୍‌ରେ ପ୍ରିୟଙ୍କାଙ୍କୁ ପ୍ରଶ୍ନ କରିଛନ୍ତି। ଏଥିରେ ଯୋଗୀ ଏସ୍‌ପି ଓ ବିଏସ୍‌ପୁକୁ ମଧ୍ୟ ତୀର ମାରିଛନ୍ତି।

ପ୍ରିୟଙ୍କା ତାଙ୍କ ଟ୍ୱିଟ୍‌ରେ ଲେଖିଛନ୍ତି, ଆଖୁ ଚାଷୀମାନେ ଦିନ ରାତି ପରିଶ୍ରମ କରୁଛନ୍ତି। କିନ୍ତୁ ଉତ୍ତର ପ୍ରଦେଶ ସରକାର ତାଙ୍କ ଫସଲର ମୂଲ୍ୟ ଦେଉ ନାହାନ୍ତି। ସରକାରଙ୍କ ଉପରେ ଚାଷୀଙ୍କର୧୦ ହଜାର କୋଟି ଟଙ୍କା ବାକି ପଡ଼ିଛି। ଏହାର ଅର୍ଥ ସେମାନଙ୍କ ପିଲାଙ୍କର ଶିକ୍ଷା, ଖାଦ୍ୟ, ସ୍ୱାସ୍ଥ୍ୟ ସବୁକିଛି ବ୍ୟାହତ ହେଉଛି। ସେତିକି ନୁହେଁ,  ଆଗାମୀ ଫସଲ କରିବା ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ଚୌକିଦାର କେବଳ ଧନୀମାନଙ୍କ ପାଇଁ ଡ୍ୟୁଟି କରୁଛନ୍ତି। ଗରିବଙ୍କ ପାଇଁ ନୁହେଁ।

ମୁଖ୍ୟମନ୍ତ୍ରୀ ଯୋଗୀ ୨ଟି ଟ୍ୱିଟ କରି ଏହାର ଉତ୍ତର ଦେଇଛନ୍ତି। ପ୍ରଥମ ଟ୍ୱିଟ୍‌ରେ ସେମାନେ କହିଛନ୍ତି ଯେ, ଆମର ସରକାର ଯେତେବେଳେ କ୍ଷମତାକୁ ଆସିଲା, ଆମ ସରକାର ଚାଷୀଙ୍କୁ ୫୭,୦୦୦ କୋଟି ଟଙ୍କା ବକେୟା ପ୍ରଦାନ କରିଥିଲୁ। ଏହି ଟଙ୍କା ଅନେକ ରାଜ୍ୟର ବଜେଟ୍‌ଠାରୁ ମଧ୍ୟ ଅଧିକ। ପୂର୍ବରୁ ଏସ୍‌ପି ଏବଂ ବିଏସ୍‌ପି ସରକର ଆଖୁ ଚାଷୀଙ୍କ ପାଇଁ କିଛି କରି ନାହାନ୍ତି। ଯାହାଫଳରେ ସେମାନେ ଅନାହାର ଜୀବନ ଜୀଉଁଥିଲେ।

ତେବ ଦ୍ୱିତୀୟ ଟ୍ୱିଟ୍‌ରେ ଯୋଗୀ ପ୍ରଶ୍ନ କରିଛନ୍ତି ଯେ, ଚାଷୀଙ୍କର ଶୁଭାକାଂକ୍ଷୀ କହୁଥିବା ଏହି ମହିଳା ଜଣକ ଏତେଦିନ ଯାଏ କେଉଁଠି ଥିଲେ ଯେତେବେଳେ ୨୦୧୨ରୁ ୨୦୧୭ ପର୍ଯନ୍ତ ଚାଷୀ ଅନାହାରରେ ମରୁଥିଲେ। ଏବେ ତାଙ୍କ ଆଖି କେମିତି ଖୋଲିଲା ? ଉତ୍ତର ପ୍ରଦେଶରେ ଏବେ ଆଖୁ ଚାଷଜମିର କ୍ଷେତ୍ରଫଳ ୨୨ ପ୍ରତିଶତ ବୃଦ୍ଧି ପାଇ ୨୮ ଲକ୍ଷ ହେକ୍ଟରରେ ପହଞ୍ଚିଛି। ବନ୍ଦ ହୋଇ ଯାଇଥିବା ଅନେକ ଚିନି କଳକୁ ମଧ୍ୟ ଏହା ମଧ୍ୟରେ କାର୍ଯ୍ୟକ୍ଷମ କରାଯାଇଛି।



from Odisha Reporter https://ift.tt/2WjlpFS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages