ସିକ୍ୟୁରିଟି ଗାର୍ଡଙ୍କୁ ତଣ୍ଟି କାଟି ହତ୍ୟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 28, 2019

ସିକ୍ୟୁରିଟି ଗାର୍ଡଙ୍କୁ ତଣ୍ଟି କାଟି ହତ୍ୟା

murder1

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରର ପାହାଳରେ ଜଣେ ସିକ୍ୟୁରିଟି ଗାର୍ଡଙ୍କୁ ତଣ୍ଟି କାଟି ହତ୍ୟା କରାଯାଇଛି। ତାଙ୍କ ନାଁ ଗଦାଧର ସ୍ୱାଇଁ। ସେ ଏକ ମାର୍ବଲ ଦୋକାନରେ କାମ କରୁଥିଲେ।

ଆଜି ସକାଳେ ଦୋକାନକୁ ଲାଗି ଥିବା ଏକ ଘରେ ତାଙ୍କ ମୃତଦେହକୁ ଠାବ କରାଯାଇଥିଲା। ଏହା ପରେ ପୁଲିସ୍‌କୁ ସୂଚନା ଦିଆଯାଇଥିଲା।

ଏ ଘଟଣାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି। ଦୋକାନର ମାଲିକ ନ ଆସିବା ପର୍ଯ୍ୟନ୍ତ ମୃତଦେହକୁ ଛଡ଼ା ଯିବନି ବୋଲି ଲୋକେ ଜିଦ୍ ଧରିଛନ୍ତି।

ଅଭିଯୁକ୍ତଙ୍କୁ ଧରିବା ଦାବିରେ ଲୋକେ ରାସ୍ତାରୋକ ମଧ୍ୟ କରିଥିଲେ। ତେବେ ପୁଲିସ୍ ପହଞ୍ଚି ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା।

ପୁଲିସ୍ ଘଟଣାସ୍ଥଳରେ ତନାଘନା ଆରମ୍ଭ କରିଛି। ହତ୍ୟାର କାରଣ ସଂପର୍କରେ କିଛି ଜଣାପଡ଼ି ନାହିଁ। କୌଣସି ଗଣ୍ଡଗୋଳରୁ ଏହି ହତ୍ୟାକାଣ୍ଡ ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି।



from Odisha Reporter https://ift.tt/2HL8edM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages