ଖରାଦିନେ ପିନ୍ଧନ୍ତୁ ଏହିଭଳି ପୋଷାକ, ଆରାମ ଲାଗିବା ସହ ଦେବ ଖାସ୍‌ ଲୁକ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 27, 2019

ଖରାଦିନେ ପିନ୍ଧନ୍ତୁ ଏହିଭଳି ପୋଷାକ, ଆରାମ ଲାଗିବା ସହ ଦେବ ଖାସ୍‌ ଲୁକ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗରମ ଆସିବା କ୍ଷଣି ଆମେ ଆମର ଖାଇବା, ପିଇବା ପିନ୍ଧିବା ଇତ୍ୟାଦିରେ ପରିବର୍ତ୍ତନ କରିଥାଉ। ଆଉ ଖରା ଦିନେ କପଡ଼ା ଉପରେ ବିଶେଷ ଧ୍ୟାନ ଦେବାକୁ ପଡ଼ିଥାଏ। କାରଣ ଆମେ ଖରାରେ ବାହାରକୁ ଗଲା ବେଳେ ଖରା ସିଧା ଆମ ଉପରେ ପଡ଼ିଥାଏ। ତେଣୁ, ଖରାଦିନେ ପ୍ରାୟ ସୂତା ଏବଂ ଧଳା ପୋଷାକ ପିନ୍ଧିବାକୁ ସମସ୍ତେ ପସନ୍ଦ କରିଥାନ୍ତି ।

ତେଣୁ ଏହି ଦିନେ ଆମକୁ ଯେଉଁ ପୋଷାକ ଆରାମଦାୟକ ଲାଗିଥାଏ ତାହା ହିଁ ଆମେ ପିନ୍ଧିବା ଦରକାର। ତେବେ ଆପଣ ଖରାଦିନ ପାଇଁ ପୋଷାକ କିଣୁଥିଲେ ଆମେ ଆପଣଙ୍କୁ କିଛିଟା ଟିପ୍ସ ଦେବୁ। ଯାହାକୁ ଆପଣେଇ ପୋଷାକ କିଣିଲେ ଖରାଦିନେ ଆରାମଦାୟକ ଲାଗିବା ସହ ଷ୍ଟାଇଲିସ୍‌ ଲୁକ୍‌ ବି ଦେବ।
ତେବେ ଜାଣି ରଖନ୍ତୁ ଆପଣ କେଉଁ ଭଳି ପୋଷାକ କିଣିବେ।

ସୂତା ପୋଷାକ

ଖରାଦିନେ ସୂତା ପୋଷାକ ଆମ ତ୍ୱଚା ପାଇଁ ଭଲ ହୋଇଥାଏ। ଏହା ପିନ୍ଧିବା ଦ୍ୱାରା ଆମ ଶରୀରକୁ ଆରାମ ମିଳିଥାଏ। ସୂତା କପଡ଼ା ଆମ ଶରୀରରେ ଝାଳକୁ ଶୋଷି ନେଇ ଥାଏ। ତେଣୁ ଆପଣ ଗରମ ଦିନରେ ସୂତା କପଡ଼ା ପିନ୍ଧନ୍ତୁ। ଖଦି କପଡ଼ାର ପୋଷାକ ଆପଣଙ୍କ ଶରୀର ପାଇଁ ବହୁତ ଭଲ ହେବ। ତେଣୁ ଆପଣ ଖରାଦିନେ ସୂତା ପୋଷାକ ପିନ୍ଧିଲେ ଝାଳ ବହାରିଲେ ମଧ୍ୟ ଏହା ଶରୀରକୁ ଆରାମ ଦେବ।

ହାଲ୍‌କା ରଙ୍ଗର ପୋଷାକ

ଅନେକଙ୍କର ପୋଷାକ ରଙ୍ଗ ପ୍ରତି ଟିକେ ମଧ୍ୟ ଜ୍ଞାନ ନ ଥାଏ। ତେଣୁ ସେମାନେ ନିଜ ମନ ଇଚ୍ଛା ପୋଷାକ ପିନ୍ଧି ବାହାରକୁ ଚାଲିଯାଇଥାନ୍ତି। ଆଉ ଏଥିପାଇଁ ଅଧିକ ଗରମ ଲାଗିବା ସହ ଝାଳ ମଧ୍ୟ ବୋହିଥାଏ। ଖରା ଦିନେ ହାଲ୍‌କା ରଙ୍ଗର ପୋଷାକ କିଣନ୍ତୁ। କଳା ନାଲି, ଇତ୍ୟାଦି ପୋଷାକ ନ କିଣି ଧଳା, ହଳଦିଆ, ନୀଳ ଇତ୍ୟାଦି ରଙ୍ଗର ପୋଷାକ ପିନ୍ଧନ୍ତୁ। ଗାଢ଼ା ରଙ୍ଗର ପୋଷାକ ପିନ୍ଧିବା ଯୋଗୁ ଏହା ବହୁତ  ଶୀଘ୍ର ଗରମକୁ ଶୋଷି ଥାଏ। ଆଉ ଏହି ରଙ୍ଗର କପଡ଼ା ଆମେ ପିନ୍ଧିବା ଯୋଗୁ ଆମକୁ ମଧ୍ୟ ଅଧିକ ଗରମ ଲାଗିଥାଏ।

ଦେହ ଢାଙ୍କି ହେଲା ଭଳି ପୋଷାକ ପିନ୍ଧନ୍ତୁ

ଅନେକ ଲୋକ ଥାନ୍ତି ଗରମରୁ ରକ୍ଷା ପାଇବା ପାଇଁ ଛୋଟ ପୋଷାକ ବା ହାତ କଟା ପୋଷାକ ପିନ୍ଧିଥାନ୍ତି। ଆପଣ ଯଦି ଏହା ଭାବୁଛନ୍ତି ତାହାଲେ ଭୁଲ୍‌ ଭାବୁଛନ୍ତି। ଖରାଦିନେ ଦେହ ଢାଙ୍କି ହେଲା ଭଳି ପୋଷାକ ପିନ୍ଧିବା ଯୋଗୁ ଆମ ଦେହରେ ଖରା ପଡ଼ି ନଥାଏ। ଆଉ ଦେହ କଳା ମଧ୍ୟ ହୋଇନଥାଏ। ଆଉ ତ୍ୱଚା ଭଲ ରହେ। ତେଣୁ ଆପଣ ପୋଷାକ କିଣିବାକୁ ଯାଉଥିଲେ, ଫୁଲ୍‌ ପୋଷାକ ବା ଦେହ ଢାଙ୍କି ହେଲା ଭଳି ପୋଷାକ କିଣନ୍ତୁ।

ଢିଲା ପୋଷାକ

ଖରାଦିନେ ଢିଲା ପୋଷାକ ପିନ୍ଧିବାକୁ ଚେଷ୍ଟା କରନ୍ତୁ। ଏହା   ଶରୀରକୁ ଆରାମ ଦେବ। ଆଉ ଗରମ ଯୋଗୁ ଶରୀରକୁ ପବନ ଯିବା ଆସିବା କରିଲେ ଆମେ ଆରାମ ଅନୁଭବ କରିଥାଉ। ଆହୁରି ମଧ୍ୟ ଆପଣ ଢିଲା ପୋଷାକ ନ ପିନ୍ଧିଲେ ଅଧିକା ଝାଳ ବାହାରିବାର ମଧ୍ୟ ଆଶଙ୍କା ଥାଏ। ତେଣୁ ପୋଷାକ କିଣିଲା ବେଳେ  ଏଥିପ୍ରତି ଧ୍ୟାନ ଦିଅନ୍ତୁ।



from Odisha Reporter https://ift.tt/2HM1zzY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages