ମୋଦିଙ୍କ ବିରୋଧରେ ନିର୍ବାଚନ ଲଢ଼ିବେ ଏହି ବହିଷ୍କୃତ ଯବାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 30, 2019

ମୋଦିଙ୍କ ବିରୋଧରେ ନିର୍ବାଚନ ଲଢ଼ିବେ ଏହି ବହିଷ୍କୃତ ଯବାନ

ରୋହତକ: ସେନାରେ ଖରାପ ଖାଦ୍ୟ ଦିଆଯାଉଥିବା ଅଭିଯୋଗ କରି ଚର୍ଚ୍ଚାକୁ ଆସିଥିବା ବହିଷ୍କୃତ ଯବାନ ତେଜ ବାହାଦୂର ଯାଦବ ଏବେ ନିର୍ବାଚନ ଲଢ଼ିବାକୁ ଅଣ୍ଟା ଭିଡ଼ିଛନ୍ତି। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଉତ୍ତର ପ୍ରଦେଶର ବାରଣାସୀ ଆସନରୁ ନିର୍ବାଚନ ଲଢ଼ିବେ ବୋଲି ଜଣାପଡ଼ିଛି।

ସେନା ବାହିନୀରେ କାର୍ଯ୍ୟରତ ଯବାନମାନଙ୍କୁ ଅତି ନିମ୍ନମାନର ଖାଦ୍ୟ ଦିଆଯାଉଥିବା ଅଭିଯୋଗ କରି ତେଜ ବାହାଦୂର ଏକ ଭିଡିଓ ସୋଶାଲ୍‌ ମିଡିଆରେ ପୋଷ୍ଟ କରିଥିଲେ। ଏହି ଭିଡିଓ ଭାଇରାଲ ହେବା ପରେ ତାଙ୍କୁ ସେନାରୁ ବହିଷ୍କୃତ କରାଯାଇଥିଲା।

ତେଜବାହାଦୂର କହିଛନ୍ତି, “ ମୋତେ ନିଜ ସହ ସାମିଲ କରିବା ପାଇଁ ଏକାଧିକ ରାଜନୀତିକ ପାର୍ଟି ମୋ ପାଖକୁ ଆସିଥିଲେ। କିନ୍ତୁ ମୁଁ ସ୍ୱାଧୀନ ଭାବେ ପ୍ରାର୍ଥୀ ହେବାକୁ ନିଷ୍ପତ୍ତି ନେଇଛି। ନିର୍ବାଚନ ଲଢ଼ି ମୁଁ ସେନାରେ ଚାଲିଥିବା ଦୁର୍ନୀତି ସମ୍ପର୍କରେ ସମସ୍ତଙ୍କୁ ସଚେତନ କରିବି। ମୋ ମନରେ ଜିତିବା କିମ୍ବା ହାରିବା ଚାଲିନାହିଁ।

ଅର୍ଦ୍ଧସାମରିକ ବାହିନୀକୁ ସରକାର କେମିତି ଅବହେଳା କରିଛନ୍ତି, ସେକଥା କେବଳ ସମସ୍ତଙ୍କ ପାଖରେ ପହଞ୍ଚାଇବି। ପ୍ରଧାନମନ୍ତ୍ରୀ ମୋଦି ଆମ ଯବାନଙ୍କ ନାଁରେ ଭୋଟ୍‌ ମାଗୁଛନ୍ତି। ହେଲେ ସେ ଯବାନଙ୍କ ପାଇଁ କିଛି ହେଲେ ବି କରିନାହାନ୍ତି। ପୁଲୱାମା ହମ୍‌ଲାରେ ଆମ ସିରିଆରପିଏଫ୍‌ ଯବାନ ସହିଦ ହେଲେ। କିନ୍ତୁ ସରକାର ଯବାନମାନଙ୍କୁ ସହିଦର ମାନ୍ୟତା ଦେଲେନାହିଁ। ମୁଁ ବାରଣାସୀରେ ପ୍ରାର୍ଥୀ ହେବି। ପୂର୍ବତନ ସେନା ଅଧିକାରୀମାନେ ମୋ ସମର୍ଥନରେ ପ୍ରଚାର କରିବେ।”

ଭାଇରାଲ୍‌ ଭିଡିଓ ପାଇଁ ୨୦୧୭ରେ ଯାଦବଙ୍କୁ ସେନାରୁ ବିଦା କରାଯାଇଥିଲା। ସେ ଏହା ବିରୋଧରେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏବେ ବି ମାମଲା କୋର୍ଟରେ ପେଣ୍ଡିଂ ରହିଛି।



from Odisha Reporter https://ift.tt/2Un6ux9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages