
ମୁମ୍ବାଇ: ଅଧ୍ୟବସାୟ ପାଖରେ ହାର ମାନିଛି କ୍ୟାରିଅର। ନିଜ ଦ୍ବାରା ପ୍ରସ୍ତୁତ କମ୍ପୁଟର ପ୍ରୋଗ୍ରାମିଂ ପାଇଁ ମୁମ୍ବାଇର ୨୧ ବର୍ଷୀୟ ଅବଦୁଲହା ଖାନ ଗୁଗୁଲରେ ବଡ଼ ଚାକିରି ପାଇଛନ୍ତି। ବାର୍ଷିକ ଦରମା ପ୍ୟାକେଜ ରହିଛି ୧.୨ କୋଟି। ଅବଦୁଲହା ଏବେ ମୁମ୍ବାଇର ମୀରା ରୋଡ଼ ସ୍ଥିତ ଶ୍ରୀ ଏଲଆର ତିୱାରି ଇଞ୍ଜିନିୟରିଂ କଲଜେରେ ବିଟେକ କମ୍ପ୍ୟୁଟର ସାଇନ୍ସରେ ପାଠ ପଢୁଛନ୍ତି।
ଅନଲାଇନ ମାଧ୍ୟମରେ ଗୁଗୁଲରେ ଅବଦୁଲହା ପରୀକ୍ଷା ଦେଇଥିଲେ, ହେଲେ ସମସ୍ତ ପ୍ରକ୍ରିୟାରେ ପାସ କରିବା ପରେ ଚଳିତ ମାସ ଲଣ୍ଡନ ସ୍ଥିତ ଗୁଗୁଲ ଅଫିସରେ ତାଙ୍କୁ ସାକ୍ଷାତକାର ପାଇଁ ଡକାଯାଇଥିଲା। ଏହାପରେ ଅବଦଲହା ଏହି ଚାକିରି ପାଇଛନ୍ତି। ଚଳିତ ବର୍ଷ ସେପ୍ଟେମ୍ବର ମାସରେ ସେ ଚାକିରିରେ ଯୋଗ ଦେବେ।
ଗତବର୍ଷ ନଭେମ୍ବର ମାସରେ ଖାନଙ୍କର ପ୍ରୋଫାଇଲ ଦେଖି ଗୁଗୁଲ ତାଙ୍କୁ ସାକ୍ଷାତକାର ପାଇଁ ଡାକିଥିଲେ। ଏହି ଚାକିରି ପାଇବା ପରେ ଖାନ ଜାତୀୟ ଗଣମାଧ୍ୟମ ଚାଇମ୍ସ ଅଫ୍ ଇଣ୍ଡିଆକୁ ପ୍ରତିକ୍ରିୟା ଦେଇଛନ୍ତି। “ଚାକିରି ଆଶାରେ ସାକ୍ଷାତକାର ଦେଇନଥିଲି, ସାଙ୍ଗଙ୍କ ପାଖରୁ ଗୁଗୁଲର ଇ-ମେଲ ଆଇଡ଼ି ପାଇ ସାଙ୍ଗଙ୍କ ସହ ଚାକିରି ପାଇଁ ଦରଖାସ୍ତ ପକାଇଥିଲି” ବୋଲି କହିଛନ୍ତି ଅବଦୁଲହା ଖାନ। ଅବଦୁଲହା ସାଉଦି ଆରବରେ ତାଙ୍କ ସ୍କୁଲ ପଢ଼ା ଶେଷ କରିବା ପରେ ମୁମ୍ବାଇରେ ଯୁକ୍ତ ୨ କରିବା ପରେ ବିଟେକ କରୁଛନ୍ତି।
from Odisha Reporter https://ift.tt/2uzIb0x
No comments:
Post a Comment