ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ପାଇଁ ୨୯୮ଜଣଙ୍କ ନାମାଙ୍କନ ପତ୍ର କାଏମ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 27, 2019

ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ପାଇଁ ୨୯୮ଜଣଙ୍କ ନାମାଙ୍କନ ପତ୍ର କାଏମ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ପାଇଁ ମୋଟ ୨୯୮ଜଣ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର କାଏମ ରହିଛି। ଏଥିରେ ବିଧାନସଭା ପାଇଁ ୨୬୧ଟି ଓ ଲୋକସଭା ପାଇଁ ୩୭ଜଣ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର କାଏମ ରହିଛି। ଦ୍ୱିତୀୟ ପର୍ଯ୍ୟାୟରେ ୫ଟି ଲୋକସଭା ଓ ୩୫ ବିଧାନସଭା ପାଇଁ ଏପ୍ରିଲ ୧୮ତାରିଖରେ ନିର୍ବାଚନ ହେଉଛି।

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ପ୍ରେସ୍ ରିଲିଜ ଅନୁସାରେ ୩୫ଟି ବିଧାନସଭା ପାଇଁ ମୋଟ ୨୯୯ଜଣ ଓ ୫ଟି ଲୋକସଭା ପାଇଁ ୪୫ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିଲେ। ସେଥିରୁ ବିଧାନସଭାରେ ୩୮ଜଣଙ୍କର ଓ ଲୋକସଭାରେ ୮ଜଣଙ୍କ ନାମାଙ୍କନ ପତ୍ର ନାକଚ ହୋଇଯାଇଛି।

ସେହିପରି ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହ ପରିଚାଳନା ନିମନ୍ତେ ରାଜ୍ୟରେ ଆଜି ସୁଦ୍ଧା ୫୨୫୫ଟି ଜାମିନ ବିହୀନ ପରୱାନା କାର୍ଯ୍ୟକାରୀ ହୋଇଛି। ୨୭,୮୧୮ଜଣଙ୍କୁ ବିଭିନ୍ନ ଦଫାରେ ଅଟକ ରଖାଯାଇଛି। ଆଜିସୁଦ୍ଧା ବିଭିନ୍ନ ସ୍ଥାନରୁ ଫ୍ଲାଇଙ୍ଗ୍ ସ୍କ୍ୱାର୍ଡ ଓ ପୁଲିସ ଦ୍ୱାରା ୨୧ଲକ୍ଷ ୭୫ହଜାର ୪୧୦ଟଙ୍କା ଜବତ କରାଯାଇଥିବା ଜଣାପଡ଼ିଛି।



from Odisha Reporter https://ift.tt/2FD509I

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages