ଏଆଇସିସି ଚାପ ପରେ ରାଜ୍ୟ କଂଗ୍ରେସ ହରଡ଼ଘଣାରେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 15, 2019

ଏଆଇସିସି ଚାପ ପରେ ରାଜ୍ୟ କଂଗ୍ରେସ ହରଡ଼ଘଣାରେ

congress

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚଳିତ ସାଧାରଣ ନିର୍ବାଚନରେ ଅଧିକ ସଂଖ୍ୟକ ମହିଳାଙ୍କୁ ଲୋକସଭାରେ ପ୍ରାର୍ଥୀ କରିବା ପ୍ରସଙ୍ଗରେ ପ୍ରଦେଶ କଂଗ୍ରେସ କମିଟି ହରଡ଼ଘଣାରେ ପଡ଼ିଛି। ଅତିକମରେ ୫ଜଣ ମହିଳାଙ୍କ ନାଁ ସମ୍ଭାବ୍ୟ ଲୋକସଭା ପ୍ରାର୍ଥୀ ଭାବେ ପଠାଇବାକୁ ଏଆଇସିସି ନିର୍ଦ୍ଦେଶ ଦେଇଛି। ଯଦି ପିସିସି ଏଭଳି ମହିଳାଙ୍କ ନାଁ ପଠାଇବାରେ ସକ୍ଷମ ନହେବ ତା’ହେଲେ ଏଆଇସିସି ନିଜଆଡ଼ୁ ୫ଜଣ ମହିଳା ପ୍ରାର୍ଥୀଙ୍କ ନାଁ ଚୂଡ଼ାନ୍ତ କରିବ ବୋଲି ସୂଚନା ଦେଇଛି।

ସୂଚନା ଅନୁସାରେ, ପିସିସି ପକ୍ଷରୁ ଏଆଇସିସିକୁ ପଠାଯାଇଥିବା ସମ୍ଭାବ୍ୟ ଲୋକସଭା ପ୍ରାର୍ଥୀ ତାଲିକାରେ ମାତ୍ର ୨ଜଣ ମହିଳାଙ୍କ ନାଁ ରହିଛି। ଏବେ ବିଭିନ୍ନ ରାଜନୀତିକ ଦଳ ଅଧିକ ସଂଖ୍ୟକ ମହିଳା ପ୍ରାର୍ଥୀଙ୍କୁ ନିର୍ବାଚନ ମଇଦାନକୁ ଓହ୍ଲାଉଥିବାରୁ କଂଗ୍ରେସ ମଧ୍ୟ ଏକ୍ଷେତ୍ରରେ ପଛରେ ରହିବାକୁ ଚାହୁଁନି। ତେଣୁ ୨୧ଟି ଲୋକସଭା ଆସନ ମଧ୍ୟରୁ ଅତିକମରେ ୫ଟି ଆସନ ପାଇଁ ସମ୍ଭାବ୍ୟ ମହିଳା ପ୍ରାର୍ଥୀଙ୍କ ନାଁ ପଠାଇବାକୁ ତାଗିଦ୍ କରିଛି। ଏଆଇସିସିର ଏଭଳି ନିଷ୍ପତ୍ତି ପରେ ପ୍ରଥମ ପର୍ଯ୍ୟାୟ କଂଗ୍ରେସ ପ୍ରାର୍ଥୀ ତାଲିକା ୧୭ତାରିଖରେ ପ୍ରକାଶ ପାଇବାରେ ଅନିଶ୍ଚିତତା ଦେଖାଦେଇଛି।

ପିସିସି ଯଦି ଆସନ୍ତାକାଲି ସୁଦ୍ଧା ଏହି ତାଲିକା ନପଠାଏ ତା’ହେଲେ ଏଆଇସିସି ନିଜଆଡ଼ୁ ୧୮ କିମ୍ବା ୧୯ତାରିଖରେ ଓଡ଼ିଶାର ଲୋକସଭା ଆସନଗୁଡ଼ିକ ପାଇଁ ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ଘୋଷଣା କରିବ ବୋଲି ସୂଚନା ମିଳିଛି। କଂଗ୍ରେସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଆସନ୍ତାକାଲି ସୁଦ୍ଧା ବରିଷ୍ଠ ନେତାମାନଙ୍କ ସହ ବିଚାରବିମର୍ଶ ପରେ ପ୍ରଦେଶ କଂଗ୍ରେସ ନିର୍ବାଚନ କମିଟି ସମ୍ଭାବ୍ୟ ମହିଳା ପ୍ରାର୍ଥୀଙ୍କ ତାଲିକା ଏଆଇସିସିକୁ ପଠାଇବ। ଯେଉଁ ସବୁ ଆସନରେ କଂଗ୍ରେସ ଦୁର୍ବଳ ରହିଛି ସେଠାରେ ମହିଳାଙ୍କୁ ପ୍ରାର୍ଥୀ କରି ଦଳ ନିଜର ‘କୋଟା’ ପୂରଣ କରିବାକୁ ଲକ୍ଷ୍ୟ ରଖିଛି ବୋଲି ଜଣାପଡ଼ିଛି।



from Odisha Reporter https://ift.tt/2TOHuOX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages