
ଝାରସୁଗୁଡ଼ା (ଭାଗିରଥି ସାହୁ): ମାର୍ଚ୍ଚ ୩୧ରୁ ଝାରସୁଗୁଡ଼ାରୁ ସିଧାସଳଖ ଦିଲ୍ଲୀକୁ ଉଡ଼ିବ ସ୍ପାଇସ୍ ଜେଟ୍ର ବିମାନ। ସେହିଦିନଠାରୁ ପ୍ରତ୍ୟେକ ଦିନ ଏହା ଦିଲ୍ଲୀ ଓ ଝାରସୁଗୁଡ଼ା ମଧ୍ୟରେ ଚଳାଚଳ କରିବ।
ଏହି ବିମାନ ଦିଲ୍ଲୀରୁ ଅପରାହ୍ଣ ଗୋଟାଏ ୫୦ରେ ଉଡ଼ାଣ ଆରମ୍ଭ କରିବ ଓ ଝାରସୁଗୁଡାରେ ୩ଟା ୫୦ରେ ପହଞ୍ଚିବ। ତା’ପରେ ୪ଟା ୨୫ରେ ଝାରସୁଗୁଡ଼ାରୁ ଉଡ଼ାଣ ଆରମ୍ଭ କରି ସନ୍ଧ୍ୟା ୬ଟା ୨୫ରେ ଦିଲ୍ଲୀରେ ପହଞ୍ଚିବ।
ଝାରସୁଗୁଡ଼ାରୁ ଦିଲ୍ଲୀକୁ ଏବଂ ଦିଲ୍ଲୀରୁ ଝାରସୁଗୁଡାକୁ ସ୍ପାଇସ୍ ଜେଟ୍ ବିମାନର ଭଡ଼ା ୩୭୦୧ ଟଙ୍କା ଧାର୍ଯ୍ୟ କରାଯାଇଛି।
from Odisha Reporter https://ift.tt/2UkwZAc
No comments:
Post a Comment