
ମୁମ୍ବାଇ: ‘ପିଏମ୍ ନରେନ୍ଦ୍ର ମୋଦି’ ଫିଲ୍ମର ପୋଷ୍ଟର୍ରେ ନିଜ ନାଁ ଦେଖି ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି ଭେଟରାନ୍ ଲେଖକ ଜାଭେଦ୍ ଅଖତର୍। ବିବେକ୍ ଓବରଏ ଅଭିନୀତ ଫିଲ୍ମ ‘ପିଏମ୍ ନରେନ୍ଦ୍ର ମୋଦି’ରେ ଏକ ଗୀତ ପାଇଁ ଜାଭେଦଙ୍କୁ ଧନ୍ୟବାଦ ଜଣାଇଛନ୍ତି ପ୍ରଯୋଜନା ସଂସ୍ଥା। ତେବେ ଏହାକୁ ଖଣ୍ଡନ କରିବା ସହ ଜାଭେଦ୍ ଫିଲ୍ମର କୌଣସି ଗୀତ ଲେଖିନଥିବା ଟ୍ୱିଟ୍ କରି କହିଛନ୍ତି।
Am shocked to find my name on the poster of this film. Have not written any songs for it ! pic.twitter.com/tIeg2vMpVG
— Javed Akhtar (@Javedakhtarjadu) March 22, 2019
ଏହା ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାଓପିକ୍, ବିଶେଷ ସୂତ୍ରରୁ ଜଣାପଡ଼ିଛି ଯେ, ଏହି ଫିଲ୍ମରେ ପ୍ରଧାନମନ୍ତ୍ରୀଙ୍କ ପୂର୍ବ ଜୀବନରେ ଘଟିଥିବା ସଂଘର୍ଷମୟ କାହାଣୀକୁ ଦର୍ଶଯାଇଛି। ଜଣେ ସାଧାରଣ କାର୍ଯ୍ୟକର୍ତ୍ତାରୁ ପ୍ରଧାନମନ୍ତ୍ରୀ ହେବା ପର୍ଯ୍ୟନ୍ତ ତାଙ୍କର ରାଜନୈତିକ ଜୀବନୀକୁ ଏହି ଫିଲ୍ମରେ ଦର୍ଶାଯାଇଛି।
ଫିଲ୍ମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭୂମିକାରେ ନଜର ଆସିଛନ୍ତି ବିବେକ୍। ତାଙ୍କ ସହ ଅମିତ ଶାହଙ୍କ ଭୂମିକାରେ ମନୋଜ ଯୋଶି ଏବଂ ଶିଳ୍ପପତି ରତନ ଟାଟାଙ୍କ ଭୂମିକାରେ ବୋମନ୍ ଈରାନି ନଜର ଆସିଛନ୍ତିା ଫିଲ୍ମର କାହାଣୀ ସନ୍ଦିପ୍ ସିଂହ ଲେଖିଥିବାବେଳେ ଓମ୍ କୁମାର ନିର୍ଦ୍ଦେଶନା ଦେଇଛନ୍ତି।
ସେ ପୂର୍ବରୁ ‘ବ୍ଲାକ୍’, ‘ଭୂମି’ ଓ ‘ମ୍ୟାରିକୋମ୍’ ପରି ସଫଳ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି। ଫିଲ୍ମଟି ଏପ୍ରିଲ୍ ୫ ତାରିଖରେ ରିଲିଜ୍ ହେବା ନିର୍ବାଚନ ଠିକ୍ ପୂର୍ବରୁ ଫିଲ୍ମ ରିଲିଜ୍ ହେଉଥିବାରୁ ଏହା ଅଧିକ ଚର୍ଚ୍ଚାକୁ ଆସିଛି।
from Odisha Reporter https://ift.tt/2U7C1Tz
No comments:
Post a Comment