
ନୂଆଦିଲ୍ଲୀ: ଶାନ୍ତି ପାଇଁ ନୋବେଲ ସମ୍ମାନ ପାଇଥିବା ତିବ୍ବତୀୟ ଧର୍ମଗୁରୁ ଦଲାଇ ଲାମାଙ୍କୁ ଜଣେ ପାକିସ୍ତାନୀ ସାମ୍ବାଦିକ ମୃତ୍ୟୁର ସୌଦାଗର ଆତଙ୍କବାଦୀ ମାସୁଦ ଆଝାର ସହିତ ତୁଳନା କରିବାକୁ ନେଇ ଟ୍ୱିଟରରେ ହଙ୍ଗାମା ଦେଖିବାକୁ ମିଳିଛି। ହମିଦ୍ ମିର ନାମକ ଏହି ସାମ୍ବାଦିକଙ୍କ ମନ୍ତବ୍ୟକୁ ବିଭିନ୍ନ ଟ୍ୱିଟର ବ୍ୟବହାକାରୀ କଡ଼ା ସମାଲୋଚନା କରିଛନ୍ତି।
It’s very easy to understand why China blocked resolution against Masood Azhar in UNSC?India sheltering an enemy of China since decades and his name is Dalai Lama https://t.co/Pc3BnbaO2Z
— Hamid Mir (@HamidMirPAK) March 13, 2019
ସେ ଏହି ଟ୍ୱିଟ୍ରେ ଏକ ପୁରୁଣା ନ୍ୟୁଜ୍ ଶେୟାର କରିଛନ୍ତି ଯେଉଁଥିରେ ବୌଦ୍ଧଧର୍ମ ଗୁରୁ ଦଲାଇ ଲାମାଙ୍କୁ ଆତଙ୍କବାଦୀ ଦର୍ଶାଯାଇଛି। ଏଥିରେ ସେ ଲେଖିଛନ୍ତି, “ୟୁଏନ୍ଏସ୍ସିରେ ମାସୁଦ୍ ଆଝାର ବିରୋଧରେ ଆସିଥିବା ସଂକଳ୍ପକୁ ଚୀନ୍ ରୋକିବା ଘଟଣା ବୁଝିବା ଭାରି ସହଜ। ଭାରତ ଚୀନ୍ର ଜଣେ ଶତ୍ରୁଙ୍କୁ ଆଶ୍ରୟ ଦେଇଆସିଛି ଏବଂ ତାଙ୍କ ନାଁ ଦଲାଇ ଲାମା।”
ସୂଚନାଯୋଗ୍ୟ ଯେ, ଚୀନ ଚିରାଚରିତ ଭାବରେ ସାମ୍ରାଜ୍ୟବାଦ ମନୋଭାବ ରଖି ତିବ୍ବତ ଦଖଲ କରିବାର ପ୍ରୟାସ କରିବାରୁ ୧୯୫୯ ମସିହାରେ ଚୀନ ଏବଂ ଦଲାଇଙ୍କ ଅନୁଗାମୀଙ୍କ ମଧ୍ୟରେ ସଂଘର୍ଷ ଚାଲିଥିଲା। ପରିସ୍ଥିତି ଅଣାୟତ୍ତ ହେବାରୁ ସେ ଭାରତରେ ଶରଣାର୍ଥୀ ଭାବରେ ରହିଥିଲେ। ଏହି ବୌଦ୍ଧ ଧର୍ମଗୁରୁ ବିଭିନ୍ନ ରାଷ୍ଟ୍ରରେ ସମ୍ମାନିତ ହେବାପରେ ୧୯୮୯ ମସିହାରେ ନୋବେଲ ସମ୍ମାନ ପାଇଥିଲେ।
ଦଲାଇ ଲାମା ଶାନ୍ତିର ପ୍ରଚାର କରୁଥିବାବେଳେ ଦୀର୍ଘ ଦିନ ଧରି କଶ୍ମୀର ଉପତ୍ୟକା ଏବଂ ଭାରତରେ ଅଶାନ୍ତି ସୃଷ୍ଟି କରିବାର ମାଷ୍ଟର ମାଇଣ୍ଡ ଜୈଶ୍-ଏ-ମହମ୍ମଦ ମୁଖ୍ୟ ମାସୁଦ୍କୁ ତାଙ୍କ ସହିତ ତୁଳନା କରି ଏହି ଟ୍ୱିଟ୍କୁ କଡ଼ା ବିରୋଧ କରି #DalaiLama ହ୍ୟାଶ୍ଟ୍ୟାଗ୍ ସହିତ ବିଭିନ୍ନ ଟ୍ୱିଟ୍ ଏବେ ଟ୍ରେଣ୍ଡ କରୁଛି।
With all due respect, can you really call yourself a journalist?
It doesn't matter what u think and know of #MasoodAzhar or #Dalailama
But who, in their right frame of mind would compare those two?
And over that, m shocked to see number of your followers.
Have some common decency— Vivek Sharma (@Sharma_Kaushal_) March 13, 2019
A REAL GEM! One have to accept this from the #Pakistani journalists.
They can claim to be sovereign and true, but they can't hide from their paymasters.
This @HamidMirPAK is a Paki journalist and he likens a global terrorist #HafizSaeed to a Noble laureate #DalaiLama . Waah! https://t.co/FJZ7V3JtRA— Optimus (@The_Nation_Hood) March 14, 2019
from Odisha Reporter https://ift.tt/2HxYuT6
No comments:
Post a Comment