କାର୍ ଓଲଟି ପଡ଼ିବା ପରେ ପିସ୍ତଲ ଦେଖାଇ ଫେରାର ହୋଇଗଲେ, କାରଣ… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 6, 2019

କାର୍ ଓଲଟି ପଡ଼ିବା ପରେ ପିସ୍ତଲ ଦେଖାଇ ଫେରାର ହୋଇଗଲେ, କାରଣ…

car

ବୌଦ୍ଧ (ଭାର୍ଜନ କୁମାର ପ୍ରଧାନ): ଦ୍ରୁତ ଗତିରେ ଯାଉଥିବା ଏକ କାର୍ ହଠାତ୍ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହେଲା। କାର୍‌ଟି ପୂରା ଓଲଟି ପଡ଼ିଥିଲା। ଏହା ଦେଖି ଆଖପାଖରେ ଥିବା ଲୋକେ କାର୍ ପାଖକୁ ଦୌଡ଼ି ଯାଇଥିଲେ। ତେବେ କାର୍ ଭିତରୁ ଦୁଇ ଜଣ ଲୋକ ବାହାରି ପିସ୍ତଲ ଦେଖାଇ ସେଠାରୁ ପଳାଇଥିଲେ। ସେତେବେଳକୁ ବୁଝାପଡ଼ିଲାଣି ଯେ ସେମାନେ କାହିଁକି ପିସ୍ତଲ ଦେଖାଇ ଫେରାର ହୋଇଯାଇଥିଲେ। କାରଣ କାର୍‌ଟି ଦୁର୍ଘଟଣାଗ୍ରସ୍ତ ହୋଇ ଓଲଟି ପଡ଼ିବା ମାତ୍ରେ ଏହା ଭିତରେ ଥିବା ଏକ ବଡ଼ ବସ୍ତା ବାହାରି ପଡ଼ିଥିଲା। ଆଉ ଏଥିରେ ଗଞ୍ଜେଇ ଭର୍ତ୍ତି ହୋଇଥିଲା।

ଆଜି ସକାଳ ପ୍ରାୟ ସାଢ଼େ ୯ଟା ବେଳେ ବୌଦ୍ଧ ଜିଲ୍ଲା କଣ୍ଟାମାଲ କୋର୍ଟ ଛକ ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ଥାନା ଠାରୁ ମାତ୍ର ୧ କି.ମି ଦୂରରେ ଏହି ଦୁର୍ଘଟଣା ଘଟିଥିଲା। ଏଥିରେ କାର୍ ଡ୍ରାଇଭର ଗୁରୁତର ଭାବେ ଆହତ ହୋଇଛନ୍ତି। ତାଙ୍କୁ କଣ୍ଟାମାଲ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

କାର୍ ଭିତରରୁ ୫ ବସ୍ତା ଗଞ୍ଜେଇ ଜବତ କରାଯାଇଛି। କଣ୍ଟାମାଲ ପୁଲିସ୍ ଘଟଣାର ତଦନ୍ତ କରୁଛି। ତେବେ ଦିନ ବେଳା ଥାନା ଦେଇ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ପୁଲିସ୍ କେମିତି କିଛି ଜାଣିପାରୁନି, ଏବେ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆଲୋଚନା ଚାଲିଛି।



from Odisha Reporter https://odishareporter.in/odisha/car-ladden-with-ganja-meets-with-an-accident-348978

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages