ସ୍ତାନାନ୍ତର ହେବ ନାହିଁ ଅଷ୍ଟ୍ରେଲିଆ ବିପକ୍ଷ ଶେଷ ଦୁଇଟି ଦିନିକିଆ ମ୍ୟାଚ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 1, 2019

ସ୍ତାନାନ୍ତର ହେବ ନାହିଁ ଅଷ୍ଟ୍ରେଲିଆ ବିପକ୍ଷ ଶେଷ ଦୁଇଟି ଦିନିକିଆ ମ୍ୟାଚ୍

ନୂଆଦିଲ୍ଲୀ: ପୁଲୱାମା ଆତଙ୍କୀ ହମଲା ପରେ ଭାରତୀୟ ସେନା ପାକିସ୍ତାନରେ ପଶି ଯେଉଁଭଳି କାର୍ଯ୍ୟାନୁଷ୍ଠାନ କଲା, ତାହାକୁ ନେଇ ବର୍ତ୍ତମାନ ସୀମାରେ ଉତ୍ତେଜନା ଜାରି ରହିଛି । ଏହାର ପ୍ରଭାବରେ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜର ଚତୁର୍ଥ ଓ ପଞ୍ଚମ ମ୍ୟାଚ୍ ନିର୍ଦ୍ଧାରିତ ଭେନ୍ୟୁରୁ ସ୍ତାନାନ୍ତର ହେବା ନେଇ ଆଶଙ୍କା ଦେଖା ଦେଇଥିଲା । କିନ୍ତୁ ଅନ୍ତିମ ଦୁଇଟି ମ୍ୟାଚ୍ ସ୍ତାନାନ୍ତର ହେବ ନାହିଁ ବୋଲି ବିସିସିଆଇର କାର୍ଯ୍ୟକାରୀ ଅଧ୍ୟକ୍ଷ ସିକେ ଖାନ୍ନା ସୂଚନା ଦେଇଛନ୍ତି ।

ମିଡିଆ ରିପୋର୍ଟ ଅନୁଯାୟୀ, ସୀମାରେ ଚାଲିଥିବା ଉତ୍ତେଜନା କାରଣରୁ ବିସିସିଆଇ ଅନ୍ତିମ ଦୁଇଟି ମ୍ୟାଚ୍ ଉତ୍ତରାଞ୍ଚଳ ବଦଳରେ ଦକ୍ଷିଣାଞ୍ଚଳରେ ଆୟୋଜନ କରିବାକୁ ଚାହୁଁଥିଲା । କିନ୍ତୁ ଏହି ଖବରକୁ ଖାନ୍ନା ଖାରଜ କରିବା ସହ ମ୍ୟାଚ୍ ନିର୍ଦ୍ଧାରିତ ଭେନ୍ୟୁରେ ଖେଳାଯିବ ବୋଲି କହିଛନ୍ତି । ସେ କହିଛନ୍ତି, କୌଣସି ମ୍ୟାଚର ମୂଳ ସ୍ଥାନ ବଦଳିବାର ଯୋଜନା ନାହିଁ । ମୁଁ ସ୍ପଷ୍ଟ କରିଦେବାକୁ ଚାହୁଁଛି ଯେ, ମୋହାଲି ଓ ଦିଲ୍ଲୀରେ ହେବାକୁଥିବା ସିରିଜ୍ ଦୁଇଟି ମ୍ୟାଚ୍ ପୂର୍ବ କାର୍ଯ୍ୟକ୍ରମ ଅନୁଯାୟୀ ହେବ ।

ସୂଚନାଯୋଗ୍ୟ, ସିରିଜର ଚତୁର୍ଥ ମ୍ୟାଚ୍ ମାର୍ଚ୍ଚ ୧୦ ତାରିଖରେ ମୋହାଲିର ପଞ୍ଜାବ କ୍ରିକେଟ ଆସୋସିଏସନର ଆଇଏସ୍ ବିନ୍ଦ୍ରା ଷ୍ଟାଡିୟମରେ ଏବଂ ପଞ୍ଚମ ତଥା ଅନ୍ତିମ ମ୍ୟାଚ୍ ୧୩ରେ ଦିଲ୍ଲୀର ଫିରୋଜ ଶାହ କୋଟଲାଠରେ ଖେଳାଯିବ ।



from Odisha Reporter https://ift.tt/2IJMoIX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages