
ନୂଆଦିଲ୍ଲୀ: ଆଉ କିଛି ଦିନ ପରେ ନିର୍ବାଚନୀ ବିଗୁଲ ବାଜିବ। ହେଲେ ଏହାର ଯଥେଷ୍ଟ ଆଗରୁ ସବୁ ରାଜନୀତିକ ଦଳ ପ୍ରଚାର ଆରମ୍ଭ କରି ଦେଇଛନ୍ତି। ବିଜେପି ମଧ୍ୟ ତା’ର ପ୍ରଚାର ଆରମ୍ଭ କରି ଦେଇଛି। ହେଲେ ଏଥିପାଇଁ ଦଳ ନିଜର କୁହୁକ ଚୌକି ଓ ପଡ଼ିଆକୁ ବେଶି ଭରସା କରିଛି।
ଜାନୁଆରୀ ୯ରେ ବିଜେପି ଉତ୍ତର ପ୍ରଦେଶର ଆଗ୍ରାସ୍ଥିତ ମୀନା ବଜାର ଗ୍ରାଉଣ୍ଡରେ ୨୦୧୯ ନିର୍ବାଚନ ପାଇଁ ବିଜୟ ଶଙ୍ଖନାଦ ନାମରେ ପ୍ରଚାର ଆରମ୍ଭ କରିଥିଲା। କାରଣ ୨୦୧୪ ଲୋକସଭା ନିର୍ବାଚନ ଓ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ବିଜେପି ଏଇଠୁ ହିଁ ତା’ର ପ୍ରଚାର ଆରମ୍ଭ କରି ବିପୁଳ ବିଜୟ ହାସଲ କରିଥିଲା।
ଏବେ ଦଳ ସମାନ ରଣନୀତି ଆପଣାଇଛି। ଶନିବାର କାନପୁରରେ ପ୍ରଧାନମନ୍ତ୍ରୀ ମୋଦିଙ୍କର ନିର୍ବାଚନୀ ରାଲି ରହିଛି। ଯେଉଁଥିରେ ପ୍ରଧାନମନ୍ତ୍ରୀ ଏକ ନିର୍ଦ୍ଦିଷ୍ଟ ଚେୟାରରେ ବସିବେ। ଏହା ସେଇ ଚେୟାର ଯେଉଁଥିରେ ବସି ମୋଦି ଇନ୍ଦିରା ନଗର ପଡ଼ିଆରେ ୨୦୧୪ ସାଧାରଣ ନିର୍ବାଚନ ପାଇଁ ପ୍ରଚାର କରିଥିଲେ।
ଶନିବାର ରାଲିରେ ସେହି ଚେୟାରରେ ହିଁ ମୋଦି ବସିବେ। ବିଜେପିର ବିଶ୍ଵାସ ରହିଛି କି ପ୍ରଧାନମନ୍ତ୍ରୀ ଏହି କୁହୁକ ଚେୟାରରେ ବସିବା ଦଳ ପାଇଁ ଶୁଭ ହେବ।
ସମାନ ଚେୟାରରେ ବସି ସେପ୍ଟେମ୍ବର ୨୦୧୬ରେ ମୋଦି ନିରାଲା ନଗର ମଇଦାନରେ ପ୍ରଚାର କରିଥିଲେ। ଏହାର ସୁଫଳ ସଦୃଶ ୨୦୧୭ରେ ଦଳ ୟୁପିରେ ସରକାର ଗଢିଛି ବୋଲି କାନପୁର ଜିଲ୍ଲା ବିଜେପି ସଭାପତି ସୁରେନ୍ଦ୍ର ମୈଥାନୀ କହିଛନ୍ତି।
ତେବେ ଏହି ଚୌକି ଦଳ ପାଇଁ ଲକି ହୋଇଥିବାରୁ ଯେଉଁ ଟେଣ୍ଟ କମ୍ପାନୀ ଏହି ସଭାରେ ଚେୟାର ଟେବୁଲ ଦେଇଥିଲା ତାଙ୍କ ପାଖରୁ ଦଳ ସେହି ଚୌକି କିଣି ଆଣିଥିବା ଜଣାପଡ଼ିଛି। ଏହା କାନପୁର ସ୍ଥିତ ବିଜେପି କାର୍ଯ୍ୟାଳୟରେ ଏକ କାଚ ଘରେ ସୁରକ୍ଷିତ ରଖାଯାଇଛି ଏବଂ ବହୁ ଯତ୍ନର ସହିତ ଏହାର ରକ୍ଷଣାବେକ୍ଷଣ ମଧ୍ୟ କରାଯାଉଛି ।
from Odisha Reporter https://ift.tt/2J7oVSi
No comments:
Post a Comment