ସାରସକଣା ବିଜେଡି ବିଧାୟକ ପ୍ରାର୍ଥୀ ଅମର ସିଂହ ଟୁଡୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 30, 2019

ସାରସକଣା ବିଜେଡି ବିଧାୟକ ପ୍ରାର୍ଥୀ ଅମର ସିଂହ ଟୁଡୁ

ସରସକଣା(ରାଜେଶ କୁମାର ଶର୍ମା): ନିର୍ବାଚନ ଜିତିବାକୁ କଳେବଳେ କୌଶଳେ ଲାଗିଛନ୍ତି ସବୁ ରାଜନୈତିକ ଦଳ। କିଏ ଭୋଟରଙ୍କୁ ପ୍ରଭାବିତ କରିବାକୁ ନିର୍ମଳ ଭାବମୂର୍ତ୍ତି ଥିବା ବ୍ୟକ୍ତିଙ୍କୁ ପ୍ରାର୍ଥୀ କରୁଛନ୍ତି ତ କିଏ ଖେଳୁଛନ୍ତି ମହିଳା କାର୍ଡ। ଏହି କ୍ରମରେ ରାଜ୍ୟରେ ସର୍ବାଗ୍ରେ ରହିଛି ବିଜେଡି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥର ଏମିତି ପ୍ରାର୍ଥୀ ନିର୍ବାଚନୀ ରଣାଙ୍ଗନରେ ଉତାରିଛନ୍ତି ଯାହାଙ୍କ ବିଷୟରେ ଜାଣିବାକୁ ଆପଣଙ୍କର ନିଶ୍ଚିୟ ଇଚ୍ଛା ହେଉଥିବ। ସେମିତି ଜଣେ ପ୍ରାର୍ଥୀ ହେଉଛନ୍ତି ସରସକଣା ନିର୍ବାଚନମଣ୍ଡଳୀର ବିଧାୟକ ପ୍ରାର୍ଥୀ ଅମର ସିଂହ ଟୁଡୁ।

ମୟୂରଭଞ୍ଜ ଜିଲା ସାରସକଣା ନିର୍ବାଚନ ମଣ୍ଡଳୀ ପାଇଁ ସେ ନୂଆ ହୋଇ ନ ଥିଲେ ମଧ୍ୟ ରାଜ୍ୟ ରାଜନୀତି ପାଇଁ ସେ ନୂଆ ମୁହଁ। ଅମର ସିଂହ ବର୍ତ୍ତମାନ ବିଶୋଇ ଖଡମବେଡା ପଞ୍ଚାୟତର ସରପଞ୍ଚ ଅଛନ୍ତି। ପୂର୍ବରୁ ସେ ୨୦୧୨ରୁ ୧୬ ପର୍ଯ୍ୟନ୍ତ ଏହି ପଞ୍ଚାୟତରେ ସରପଞ୍ଚ ଭାବେ କାର୍ଯ୍ୟ ତୁଲାଇଛନ୍ତି। ବିଗତ ଦିନରେ ଅମର ସିଂହ ୧୯୯୫ ମସିହାରେ ବାଙ୍ଗିରପୋଷି ନିର୍ବାଚନମଣ୍ଡଳୀରେ ବିଧାନସଭା ପ୍ରାର୍ଥୀ ଭାବେ ଜନତା ଦଳରୁ ପ୍ରତିନ୍ଦ୍ୱନ୍ଦ୍ୱିତା କରିଥିଲେ। ହେଲେ ଦୁଭାଗ୍ୟକୁ ନିର୍ବାଚନ ହାରି ଯାଇଥିଲେ। ଏଥର ସେ ବିଜେଡି ଟିକେଟରୁ ନିର୍ବାଚନ ଲଢୁଥିବା ବେଳେ ନିର୍ବାଚନ ଜିତିବା ନେଇ ଦୃଢୋକ୍ତି ପ୍ରକାଶ କରିଛନ୍ତି। ବିଜୁ ଜନତା ଦଳର ସେ ସାଧାରଣ ସମ୍ପାଦକ ଭାବେ ମଧ୍ୟ କାର୍ଯ୍ୟ କରୁଛନ୍ତି।



from Odisha Reporter https://ift.tt/2WFqSHv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages