ଘର ପାଖରେ ତେନ୍ତୁଳି ଗଛ ରହିଛି କି? ଜାଣନ୍ତୁ କ’ଣ ହେବ ଅସୁବିଧା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 23, 2019

ଘର ପାଖରେ ତେନ୍ତୁଳି ଗଛ ରହିଛି କି? ଜାଣନ୍ତୁ କ’ଣ ହେବ ଅସୁବିଧା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପରିବେଶ ସୁନ୍ଦର ଓ ଆକର୍ଷଣୀୟ ରଖିବା ପାଇଁ ଲୋକମାନେ ଘରର ଆଖପାଖରେ ଗଛ ଲଗାନ୍ତି। ଖାଲିସ୍ଥାନରେ ବିଭିନ୍ନ ପ୍ରକାରର ଗଛ ଲଗାନ୍ତି। କିନ୍ତୁ ଆପଣ ଜାଣନ୍ତି କି ଆପମମାନେ ଲଗାଉଥିବା ଗଛ ମଧ୍ୟରୁ କିଛି ଗଛ ଆପଣଙ୍କ ଘର ଉପରେ ନକରାତ୍ମକ ପ୍ରଭାବ ପକାଇଥାଏ। ଫଳରେ ବିନା କାରଣରେ ଘରେ ବାଦ ବିବାଦ, କଳି ଝଗଡ଼ା ଲାଗି ରହେ ଓ ଅଶାନ୍ତି ସୃଷ୍ଟି ହୁଏ। ବିଶେଷ କରି ଘରେ କଣ୍ଟାଯୁକ୍ତ, କ୍ଷୀର ବାହାରୁଥିବା ଓ ବିଷାକ୍ତ ଗଛ ରଖିବା ଉଚିତ ନୁହେଁ। ଏହାଦ୍ୱାରା ଧନହାନି ସହ ସ୍ୱାସ୍ଥ୍ୟ ମଧ୍ୟ ଖରାପ ହୋଇଥାଏ।

ଆସନ୍ତୁ ଜାଣିବା, କେଉଁସବୁ ଗଛ ଘର ବା ଆଖପାଖରେ ଲଗାଇବା ଉଚିତ ନୁହେଁ

କ୍ୟାକ୍‌ଟସ୍: ବାସ୍ତୁଶାସ୍ତ୍ର ଅନୁଯାୟୀ, ଘରେ ବା ବଗିଚାରେ କଣ୍ଟାଯୁକ୍ତ ଗଛ ଲଗାଇବା ଉଚିତ ନୁହେଁ। ଯେଉଁ ଗଛରୁ କ୍ଷୀର ବାହାରେ, ସେସବୁ ଗଛକୁ ମଧ୍ୟ ଘର ବା ବଗିଚାରେ ଲଗାଇବାକୁ ବାରଣ କରାଯାଇଛି। ଏପରିସବୁ ଗଛ ଘର ଭିତରକୁ ନକାରାତ୍ମକ ଶକ୍ତି ପ୍ରବେଶରେ ସହାୟକ ହୋଇଥାଏ। ଘରର ସଦସ୍ୟଙ୍କ ଦେହ ମଧ୍ୟ ଅସୁସ୍ଥ ରହିଥାଏ।

ବୋନ୍‌ସାଇ ଗଛ: ବାସ୍ତୁଶାସ୍ତ୍ର ଅନୁଯାୟୀ, ବୋନ୍‌ସାଇ ଗଛ ଘରେ ଲଗାଇବା ଦ୍ୱାରା, ପରିବାର ସଦସ୍ୟଙ୍କ ଭାଗ୍ୟୋଦୟରେ ବାଧା ଉପୁଜିଥାଏ। ଘରେ ସବୁବେଳେ ଅଭାବ ମଧ୍ୟ ଲାଗି ରହିଥାଏ।

ତେନ୍ତୁଳି ଓ ମେହେନ୍ଦୀ: କୁହାଯାଏ, ତେନ୍ତୁଳି ଓ ମେହେନ୍ଦୀ ଗଛରେ ନକାରାତ୍ମକ ଶକ୍ତି ବାସ କରିଥା’ନ୍ତି। ତେଣୁ ଘରେ ଏହି ଦୁଇ ଗଛ ଲଗାଇବା ଅଶୁଭ ଫଳ ଦେଇଥାଏ। ଏହାଦ୍ୱାରା ଘରେ ଅଯଥାରେ ଝଗଡା ମଧ୍ୟ ଲାଗିରହେ।

ଡେଡ୍‌ ପ୍ଲାଣ୍ଟ୍‌: ଘରେ ଡେଡ୍‌ ପ୍ଲାଣ୍ଟ୍‌ ବା ମୃତ ଗଛ ରଖିଲେ, ନକାରାତ୍ମକ ଶକ୍ତିଙ୍କ ପାଇଁ ପ୍ରବେଶ କରିବା ସହଜ ହୋଇଥାଏ। ଏହାବ୍ୟତୀତ ମୃତ ଗଛ ଅମ୍ଳଜାନ ଛାଡ଼ିବା ବଦଳରେ କାର୍ବନ୍‌ ଡାଇଅକ୍‌ସାଇଡ୍ ଛାଡ଼ିଥାନ୍ତି। ଏହାର ପ୍ରତିକୂଳ ପ୍ରଭାବ ସ୍ୱାସ୍ଥ୍ୟ ଉପରେ ମଧ୍ୟ ପଡ଼ିଥାଏ।



from Odisha Reporter https://ift.tt/2USUtN4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages