ଏହି କାର୍ଯ୍ୟ ଆପଣଙ୍କୁ ଦେଇଥାଏ ବୁଦ୍ଧିମାନର ପରିଚୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 17, 2019

ଏହି କାର୍ଯ୍ୟ ଆପଣଙ୍କୁ ଦେଇଥାଏ ବୁଦ୍ଧିମାନର ପରିଚୟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଧୁନିକ ଜୀବନ ଶୈଳୀରେ ଯୁବବର୍ଗ ଅଧିକ ରାତି ଯାଏ ପାର୍ଟି କରିବା, ସାଙ୍ଗଙ୍କ ସହ ବୁଲିବା, ଫିଲ୍ମ ଦେଖିବା ଆଦିକୁ ପସନ୍ଦ କରିଥାନ୍ତି। ଆମେ ମଧ୍ୟ ଅନେକ ସମୟରେ ବାହାରେ ବୁଲିବାକୁ ପସନ୍ଦ କରିଥାଉ। ଆଉ ଯେଉଁମାନେ ଏଥିନିମନ୍ତେ ଅମଙ୍ଗ ହୁଅନ୍ତି ସେମାନଙ୍କୁ ସାଙ୍ଗମାନେ ଆଣ୍ଟି ସୋଶାଲ୍‌ର ଟ୍ୟାଗ୍‌ ଦେଇ ମଜା ଉଡ଼ାଇଥାନ୍ତି।


କିନ୍ତୁ ଆପଣ ଜାଣିଛନ୍ତି କି, କିଛି ଦିନ ପୂର୍ବରୁ ଏହି ବିଷୟରେ ଏକ ଅଧ୍ୟୟନରୁ ଆଶ୍ଚର୍ଯ୍ୟ କଲା ଭଳି ତଥ୍ୟ ସାମ୍ନାକୁ ଆସିଛି।
ଅଧୟନର ରିପୋର୍ଟ ଅନୁସାରେ, ଯଦି ଆପଣ ଅଧିକ ରାତି ଯାଏ ବାହାରେ ପାର୍ଟି କରିବା ବଦଳରେ ଘରେ ରହି କୌଣସି ଭଲ ବହି ପଢ଼ିବା ଉପରେ ଅଧିକ ଧ୍ୟାନ ଦେଉଛନ୍ତି, ତାହାଲେ ଆପଣ ବୁଦ୍ଧିମାନର ପରିଚୟ ଦେଉଛନ୍ତି।
Singapore Management University and London School of Economics କରିଥିବା ରିସର୍ଚ୍ଚରୁ ଏହା ଜାଣିବାକୁ ମିଳିଲା ଯେ, ବୁଦ୍ଧିମାନ ଲୋକ ବାହାରେ ସାଙ୍ଗମାନଙ୍କ ସହ ବୁଲିବା ଅପେକ୍ଷା ଘରେ ରହି ନିଜକୁ ସମୟ ଦେଇଥାନ୍ତି।  ଘରେ ସେମାନେ କିଛି ପାଠ ପଢ଼ିବା ସହ ଘର ଲୋକଙ୍କୁ ମଧ୍ୟ ସମୟ ଦେଇଥାନ୍ତି।


ଏହି ଅଧ୍ୟୟନରେ ୧୮ରୁ ୨୮ ବର୍ଷ ବୟସର ପ୍ରାୟ ୧୫,୦୦୦ ଲୋକଙ୍କୁ ସାମିଲ କରାଯାଇଥିଲା। ଏଥିରେ ଏହା ଜାଣିବାକୁ ଚେଷ୍ଟା କରାଯାଇଥିଲା ଯେ, କେତେ ଲୋକ ସହରରେ ରହି ସାଙ୍ଗଙ୍କ ସହ ବୁଲାବୁଲି କରି ସମୟ ବିତାଉଛନ୍ତି। ଆହୁରି ମଧ୍ୟ ଅଧ୍ୟୟନରେ ଏହା ଜାଣିବାକୁ ଚେଷ୍ଟା କରାଯାଇଥିଲା ଯେ ବାହାରେ ବୁଲିବା, ସାଙ୍ଗଙ୍କ ସହ ମଜା ମସ୍ତି କରିବା ଲୋକମାନେ ତାଙ୍କ ଜୀବନରେ କେତେ ଖୁସୀ ଅଛନ୍ତି।
ତେବେ ଅଧ୍ୟୟନରୁ ଜଣା ପଡ଼ିଲା ଯେ, ଯେଉଁମାନେ କମ୍‌ ଲୋକ ସଂଖ୍ୟା ଥିବା ଯାଗାରେ ରହୁଛନ୍ତି ସେମାନେ ଅନ୍ୟମାନଙ୍କ ଅପେକ୍ଷା ଅଧିକ ଖୁସିରେ ଅଛନ୍ତି। ଯେଉଁମାନେ ପ୍ରତିଦିନ ସାଙ୍ଗଙ୍କ ସହ ନ ମିଶି କେତେବେଳେ କେମିତି  ଦେଖା କରୁଛନ୍ତି, ସେମାନେ ଅଧିକ ଖୁସି ଥିବା ଜଣାପଡ଼ୁଛନ୍ତି।


ତେଣୁ ଆପଣ ଯଦି ସାଙ୍ଗମାନଙ୍କ ସହ ବୁଲାବୁଲି କରିବାକୁ ପସନ୍ଦ କରୁନାହାନ୍ତି, ଆଉ ଏଥିପାଇଁ ସାଙ୍ଗମାନେ ଆପଣଙ୍କୁ ଚିଡ଼ାଉଛନ୍ତି ତାହାଲେ ଆପଣ ବ୍ୟସ୍ତ କି ମନ ଦୁଃଖ କରନ୍ତୁ ନାହିଁ। ଏହା ବୁଦ୍ଧିମାନର ପରିଚୟ।



from Odisha Reporter https://ift.tt/2TIc5yx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages