
ଜଳେଶ୍ୱର(ଅଜିତ ଦାସ): ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ନିର୍ବାଚନମଣ୍ତଳୀରେ କଂଗ୍ରେସର ଟିକେଟ ବଣ୍ଟନକୁ ନେଇ ବିଦ୍ରୋହ ଦେଖାଦେଇଛି। ଦଳରେ ପୂର୍ବରୁ ୩ ଜଣ ଆଶାୟୀ ପ୍ରାର୍ଥୀ ଥିବା ବେଳେ ୩ ମାସ ପୂର୍ବରୁ ଜଳେଶ୍ୱରର ବିକାଶ ମଞ୍ଚରୁ ଆସି କଂଗ୍ରେସରେ ମିଶିଥିବା ସୁଦର୍ଶନ ଦାସଙ୍କୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି।
ପୂରୁଣା କଂଗ୍ରେସ କର୍ମୀ, ନେତା ଓ ପୂର୍ବତନ କଂଗ୍ରେସ ବିଧାୟକ ଦେବୀ ପ୍ରସନ୍ନ ଚାନ୍ଦ କଂଗ୍ରେସ ଦଳ ଛାଡ଼ି ବିଜେପିରେ ସାମିଲ ହୋଇଥିବା ବେଳେ ଶତାଧିକ ପୁରୁଣା କଂଗ୍ରେସ କର୍ମୀମାନଙ୍କୁ ନେଇ ମେଳି କରିଛନ୍ତି।
ଆଶାୟୀ ପ୍ରାର୍ଥୀ ତପନ ଦାସ ଏବଂ ମଧୁସୂଦନ ଦାସ ଏମାନେ କୌଣସି ପରିସ୍ଥିତିରେ ବି ସୁଦର୍ଶନ ଦାସଙ୍କୁ ସହଯୋଗ କରିବେ ନାହିଁ ବୋଲି କହିଛନ୍ତି। ଯଦି ଟିକେଟ ବଣ୍ଟନର ପୁନର୍ବିଚାର କରା ନ ଯାଏ ଦରକାର ପଡିଲେ ସ୍ୱାଧୀନ ପ୍ରାର୍ଥୀ ଭାବରେ ନିର୍ବାଚନ ଲଢିବେ ବୋଲି କହିଛନ୍ତି।
from Odisha Reporter https://ift.tt/2Uflygt
No comments:
Post a Comment