ଆସନ୍ତାକାଲି ଫିଲ୍ମି ଫ୍ରାଇଡେ’ରେ ପରଦାକୁ ଆସିବ ୨ଟି ଜବରଦସ୍ତ ଫିଲ୍ମ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 28, 2019

ଆସନ୍ତାକାଲି ଫିଲ୍ମି ଫ୍ରାଇଡେ’ରେ ପରଦାକୁ ଆସିବ ୨ଟି ଜବରଦସ୍ତ ଫିଲ୍ମ

ମୁମ୍ବାଇ: ଆସନ୍ତା କାଲି ଫିଲ୍ମି ଫ୍ରାଇଡେରେ ରିଲିଜ୍‌ ହେବାକୁ ଯାଉଛି ବଲିଉଡ୍‌ର ଦୁଇ ଦୁଇଟି ଫିଲ୍ମ। ଗୋଟିଏ ହେଉଛି ସଲମାନ୍ ଖାନ୍‌ ପ୍ରଡକ୍ସନ ହାଉସ୍‌ ଦ୍ୱାରା  ନିର୍ମିତ ‘ନୋଟ୍‌ବୁକ୍‌’ ଓ ଅନ୍ୟଟି ହେଉଛି ଆକ୍ସନ୍‌ ଥ୍ରୀଲର୍ ‘ଜଙ୍ଗଲ୍’। ଗତକାଲି ଫିଲ୍ମ ନୋଟ୍‌ବୁକ୍‌ର ସ୍ପେଶାଲ ସ୍କ୍ରିନିଂ ରଖିଥିଲେ ସଲମାନ୍‌। ଏଥିରେ ବଲିଉଡର ଅନେକ ଷ୍ଟାର ସାମିଲ ହୋଇଥିଲେ।

‘ନୋଟ୍‌ବୁକ୍‌’ ଜରିଆରେ ବଲିଉଡ୍‌ରେ ଡେବ୍ୟୁ କରିବାକୁ ଯାଉଛନ୍ତି ଅଭିନେତ୍ରୀ ନୂତନଙ୍କ ନାତୁଣୀ ପ୍ରନୂତନ ବହଲ୍ ଓ ଜାହିର୍ ଇକବାଲ୍। ଏହି ଫିଲ୍ମ ଜରିଆରେ ପୁଣିଥରେ କାଶ୍ମୀର ଉପତ୍ୟାକାର କାହାଣୀ ଦେଖିବାକୁ ପାଇବେ ଦର୍ଶକ। ଏଥିରେ କାଶ୍ମୀରର ଏକ ବିଚ୍ଛିନ୍ନ ଅଞ୍ଚଳରେ ଶିକ୍ଷକ ଭାବେ ନଜର ଆସିବେ ପ୍ରନୂତନ। ମାତ୍ର ୭ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଥିବା ଏହି ସ୍କୁଲରେ ପରେ ଶିକ୍ଷକ ଭାବେ ନିଯୁକ୍ତି ପାଇବେ ଜାହିର୍।

ପ୍ରନୂତନଙ୍କ ନୋଟ୍‌ବୁକ୍‌ଙ୍କୁ ପଢ଼ି କିପରି ଉଭୟଙ୍କ ମଧ୍ୟରେ ପ୍ରେମ ଓ ପରେ ବିଚ୍ଛେଦ ହେଉଛି ସେ ନେଇ ଫିଲ୍ମର କାହାଣୀ ଗତିଶୀଳ। ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ନିତୀନ କକ୍କର୍। ଏହା ହେଉଛି ଚଳିତ ବର୍ଷର ସଲମାନ୍ ଖାନ୍ ପ୍ରଡକ୍ସନ୍‌ର ପ୍ରଥମ ସିନେମା। ତେଣୁ ଫିଲ୍ମକୁ ନେଇ ଖୁବ୍ ଉତ୍ସାହିତ ଅଛନ୍ତି ସଲମାନ୍।

ଅନ୍ୟପଟେ ହାତୀ-ମଣିଷ ବନ୍ଧୁତାକୁ ନେଇ ତିଆରି ହୋଇଥିବା ଫିଲ୍ମ ‘ଜଙ୍ଗଲି’ ମଧ୍ୟ ଆସନ୍ତାକାଲି ରିଲିଜ୍‌ ହେବ। ଫିଲ୍ମର ଲିଡ୍‌ରେ ଅଛନ୍ତି ଦମ୍‌ଦାର ଆକ୍ସନ୍‌ ପାଇଁ ଜଣାଶୁଣା ‘କମାଣ୍ଡୋ’ ଫେମ୍‌ ବିଦ୍ୟୁତ୍ ଜାମ୍‌ବାଲ୍। ‌ଏହି ଫିଲ୍ମରେ ମଧ୍ୟ ରହିଛି ଜବରଦସ୍ତ ଆକ୍ସନ୍‌। ଆମେରିକାର ଫିଲ୍ମ ଡାଇରେକ୍ଟର ଚକ୍‌ ରସେଲ୍‌ ଏହାର ନିର୍ଦ୍ଦେଶନା ଦେଇଛନ୍ତି।

ଦାନ୍ତ ପାଇଁ ହାତୀ ମାରିବାକୁ ଶିକାରୀ କରୁଛନ୍ତି ଷଡ଼ୟନ୍ତ୍ର। ହେଲେ ହାତୀକୁ ଭଲ ପାଉଥିବା ନାୟକ କିପରି ସେମାନଙ୍କ ରକ୍ଷା କରୁଛନ୍ତି, ତାହା ହିଁ ଫିଲ୍ମର ବିଷୟବସ୍ତୁ। ପ୍ରାୟ ୪୦ ବର୍ଷ ପରେ ଏହି ଫିଲ୍ମ ଜରିଆରେ ବଡ଼ପରଦାରେ ଅସଲି ହାତୀଙ୍କୁ ଦେଖିବାକୁ ମିଳିବ। ଫିଲ୍ମଟି ସମ୍ପୂର୍ଣ୍ଣ ରୂପେ ଫ୍ୟାମିଲି-ଆକ୍ସନ୍ ଥ୍ରୀଲର।

ବିଶେଷ କରି ପିଲାଙ୍କୁ ଏହି ଫିଲ୍ମଟି ବେଶ୍‌ ପସନ୍ଦ ଆସିବ। ଦର୍ଶକଙ୍କ କହିବା ଅନୁଯାୟୀ ଏହି ଫିଲ୍ମ ଜରିଆରେ ପିଲାଙ୍କୁ ଭାରତୀୟ ଟାର୍ଜନ ଦେଖିବାକୁ ମିଳିବ। ତେବେ ଆସନ୍ତା କାଲି ପରଦାକୁ ଆସୁଥିବା ଏହି ଦୁଇଟି ଫିଲ୍ମ ମଧ୍ୟରୁ ବାଜି କିଏ ମାରୁଛି ଓ ଦର୍ଶକଙ୍କ ମନ କିଏ ଜିତୁଛି ଏବଂ ବକ୍ସ ଅଫିସ୍‌ରେ ଛକା ମାରୁଛି କିଏ ତାହା ସମୟ କହିବ।



from Odisha Reporter https://ift.tt/2WsrqQD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages