ନିର୍ବାଚନୀ ମଇଦାନରେ ଦୁଇ ଭଉଣୀ: ବଡ଼ ବିଜେଡିରେ, ସାନ କଂଗ୍ରେସରେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 23, 2019

ନିର୍ବାଚନୀ ମଇଦାନରେ ଦୁଇ ଭଉଣୀ: ବଡ଼ ବିଜେଡିରେ, ସାନ କଂଗ୍ରେସରେ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନିର୍ବାଚନୀ ମଇଦାନକୁ ଓହ୍ଲାଇଛନ୍ତି ଦୁଇ ଭଉଣୀ। ଜଣେ ଲୋକସଭା ପ୍ରାର୍ଥୀ ହୋଇଥିବା ବେଳେ ଆଉ ଜଣେ ହୋଇଛନ୍ତି ବିଧାନସଭା ପ୍ରାର୍ଥୀ। ତେବେ ଦୁହେଁ ଗୋଟିଏ ଦଳରୁ ପ୍ରାର୍ଥୀ ହୋଇ ନାହାନ୍ତି। ଦୁହେଁ ଭିନ୍ନ ଭିନ୍ନ ଦଳରୁ ପ୍ରାର୍ଥୀ ହୋଇଛନ୍ତି।

ଏହି ଦୁଇ ଭଉଣୀ ହେଉଛନ୍ତି ସୁନୀତା ବିଶ୍ୱାଳ ଓ ଅମିତା ବିଶ୍ୱାଳ। ଏମାନେ ହେଉଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ହେମାନନ୍ଦ ବିଶ୍ୱାଳଙ୍କ ଝିଅ। ସୁନୀତା ବଡ଼ ଓ ଅମିତା ସାନ।

ଏଥର ସୁନୀତା କଂଗ୍ରେସ ଟିକେଟ୍‌ରେ ସୁନ୍ଦରଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଲଢ଼ିବେ ବୋଲି ଶୁଣା ଯାଉଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ସେ କଂଗ୍ରେସ ଛାଡ଼ି ବିଜେଡିରେ ମିଶିଥିଲେ। ବିଜେଡି ତାଙ୍କୁ ସୁନ୍ଦରଗଡ଼ରୁ ଲୋକସଭା ପ୍ରାର୍ଥୀ କରିଛି। ସେ ବିଜେପି ପ୍ରାର୍ଥୀ ଜୁଏଲ ଓରାମ ଓ କଂଗ୍ରେସ ପ୍ରାର୍ଥୀ ଜର୍ଜ ତିର୍କୀଙ୍କ ବିରୋଧରେ ଲଢ଼ିବେ।

ଅନ୍ୟପକ୍ଷରେ କଂଗ୍ରେସ ବିଧାନସଭା ନିର୍ବାଚନ ପାଇଁ ଗତକାଲି ତା’ର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଥିଲା। ଏଥିରେ ଅମିତାଙ୍କ ନାଁ ରହିଛି। ତାଙ୍କୁ ଦଳ ସୁନ୍ଦରଗଡ଼ରୁ ପ୍ରାର୍ଥୀ କରିଛି।

କଂଗ୍ରେସ ଟିକେଟ୍ ପାଇବା ପରେ ଅମିତା କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧି, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି। ଦରକାର ପଡ଼ିଲେ ସେ ତାଙ୍କ ଭଉଣୀଙ୍କ ବିରୋଧରେ ପ୍ରଚାର କରିବେ ବୋଲି କହିଛନ୍ତି।

ଅମିତା କହିଛନ୍ତି, ସୁନ୍ଦରଗଡ଼ କଂଗ୍ରେସର ଗଡ଼ ଥିଲା ଏବଂ ରହିବ।



from Odisha Reporter https://ift.tt/2OtgRKF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages