ରାମଚନ୍ଦ୍ର ହତ୍ୟାକାଣ୍ଡ ମାମଲା: ବଦ୍ରି ପାତ୍ରଙ୍କୁ ଟାଣିଲେ ଦାମ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 27, 2019

ରାମଚନ୍ଦ୍ର ହତ୍ୟାକାଣ୍ଡ ମାମଲା: ବଦ୍ରି ପାତ୍ରଙ୍କୁ ଟାଣିଲେ ଦାମ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର)ଘସିପୁରାର ପୂର୍ବତନ ବିଧାୟକ ପ୍ରାର୍ଥୀ ରାମଚନ୍ଦ୍ର ବେହେରା ହତ୍ୟାକାଣ୍ଡ ମାମଲାରେ ପୁଲିସ ବର୍ତ୍ତମାନ ଯାଏଁ ମାତ୍ର ୩ଜଣଙ୍କୁ ଗିରଫ କରିଛି। ଘଟଣାରେ ୪ଟି ଟିମ୍ ଗଠନ କରାଯାଇ ଛାନଭିନ୍ ଜାରି ରଖିଛି ପୋଲିସ।   ତେବେ ଅନ୍ୟ ଅଭିଯୁକ୍ତ ମାନେ ବର୍ତ୍ତମାନ ସୁଦ୍ଧା ଧରାପଡ଼ିନଥିବାରୁ ଏବେ ବି ଚାପା ଉତ୍ତେଜନା ଲାଗିରହିଛି । ସେପଟେ ରାମଚନ୍ଦ୍ର ବେହେରାଙ୍କ ମୃତ୍ୟୁ ଘଟଣାକୁ ନେଇ ବିସ୍ଫୋରକ ବୟାନ ଦେଇଛନ୍ତି ବରିଷ୍ଠ ବିଜେପି ନେତା ଦାମୋଦର ରାଉତ।

ଏହି ଘଟଣାରେ ମନ୍ତ୍ରୀ ବଦ୍ରିନାରାୟଣ ପାତ୍ରଙ୍କୁ ସେ କଡ଼ା ଆକ୍ଷେପ କରିଛନ୍ତି । କହିଛନ୍ତି ଟିକେଟ୍‌କୁ ନେଇ ବଦ୍ରିନାରାୟଣ ପାତ୍ରଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ପାଣ୍ଡିଆନଙ୍କ ଭିତିରି ଡିଲ୍ ହୋଇଛି। ଦାମ ଅଭିଯୋଗ କରିଛନ୍ତି ଯେ, କିଛି ମାସ ପୂର୍ବରୁ ବଦ୍ରି ପାତ୍ରଙ୍କ ବଡ଼ ପୁଅ ହତ୍ୟା ମକଦ୍ଦମାରେ ଗିରଫ ହୋଇଥିଲେ। ଏହାର କିଛି ଦିନ ଭିତରେ ଗାଡ଼ି ଭିତରେ ପୁରେଇ ଜଣଙ୍କୁ ଆକ୍ରମଣ କଲେ।

ତେବେ ଏସବୁ ଘଟଣାର ତଦନ୍ତ ହେବା ଉଚିତ୍‌। କିନ୍ତୁ  ଶାସକ ଦଳ ପୁଲିସକୁ ହାତବାରିସୀ କରି ଆତଙ୍କରାଜ ସୃଷ୍ଟି କରି ଭୋଟ ନେବାକୁ ଚେଷ୍ଟା କରୁଛି। ଷଡ଼ଯନ୍ତ୍ର ପଛରେ ମୁଖ୍ୟମନ୍ତ୍ରୀଙ୍କ ସଚିବ ପାଣ୍ଡିଆନ୍ ଏବଂ ଯାଜପୁର ବିଧାୟକ ବବି ଦାସ ରହିଛନ୍ତି ବୋଲି ସେ କହିଛନ୍ତି । ତେବେ ଏନେଇ ବିଜେଡିର ପ୍ରତିକ୍ରିୟା ମିଳିନଥିବାବେଳେ ହତ୍ୟାକାଣ୍ଡରେ କୌଣସି ସମ୍ପୃକ୍ତି ଅଭିଯୋଗକୁ ଗତକାଲି ଖଣ୍ଡନ କରିଥିଲେ ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର।

 



from Odisha Reporter https://ift.tt/2HUnjcc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages