
ଢାକା: ଜଣେ ନାରୀର ପୂର୍ଣ୍ଣତା ମା’ ହେବାରେ ହିଁ ଥାଏ। ୧୦ ମାସ ୧୦ ଦିନ ଗର୍ଭରେ ଶିଶୁକୁ ଧରିବା ପରେ ଜଣେ ମହିଳା ସନ୍ତାନ ପ୍ରସବ କରିଥାଏ। ହେଲେ ଗୋଟିଏ ସନ୍ତାନ ପ୍ରସବର ୨୬ ଦିନ ପରେ ଯଦି ଜଣେ ମହିଳା ପୁଣି ଥରେ ଯମଜ ସନ୍ତାନ ପ୍ରସବ କରିବ ତେବେ ଆପଣ ଏହାକୁ କ’ଣ କହିବେ। ମେଡିକାଲ ସାଇନ୍ସରେ ବି ଏପରି ଘଟଣା ବିରଳ। ଏହା ଘଟିଛି ବାଲାଂଦେଶରେ । ଏଠାକାର ଜଣେ ୨୦ ବର୍ଷୟା ଗରୀବ ମହିଳା ସରକାରୀ ହସ୍ପିଟାଲରେ ପ୍ରଥରେ ଏକ ଶିଶୁପୁତ୍ର ପ୍ରସବ କରିଥିଲେ।
ସାଧାରଣତଃ ମହିଳାଙ୍କର ଗୋଟିଏ ୟୁଟ୍ରସ୍ ଥାଏ। ହେଲେ ଉକ୍ତ ମହିଳାଙ୍କର ୨ଟି ୟୁଟ୍ରସ୍ ରହିଥିଲା। ଏ ବିଷୟର ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ମଧ୍ୟ ସମ୍ପୂର୍ଣ୍ଣ ଅଜ୍ଞ ଥିଲା । ମହିଳାଙ୍କ ଗୋଟିଏ ଗର୍ଭରୁ ଗୋଟିଏ ଶିଶୁ ପ୍ରସବ ହୋଇଥିବା ବେଳେ ଆଉ ଏକ ଗର୍ଭରେ ୨ ଶିଶୁ ରହି ଯାଇଥିଲେ। ହେଲେ ଡାକ୍ତରମାନେ ଏ ସମ୍ପର୍କରେ ଟେର୍ ପାଇ ପାରି ନ ଥିଲେ।
ସେମାନେ ପ୍ରଥମ ପ୍ରସବ ପରେ ମହିଳାଙ୍କୁ ଘରକୁ ପଠାଇ ଦେଇଥିଲେ। ୨୬ ଦିନ ପରେ ମହିଳାଙ୍କର ପୁଣି ଅସହ୍ୟ ପ୍ରସବ ବେଦନା ହେଲା। ସେ ପୁଣିଥରେ ମେଡିକାଲ ଆସିବାରୁ ତାଙ୍କ ଗର୍ଭରେ ପୁଣି ଛୁଆ ଥିବା ଜଣାପଡିଥିଲା। ଯାହାକି ଉକ୍ତ ହସ୍ପିଟାଲର ଡାକ୍ତରମାନଙ୍କୁ ଆଶ୍ଚର୍ଯ୍ୟ କରାଇ ଦେଇଥିଲା। ଏହାପରେ ଅସ୍ତ୍ରୋପଚାର କରାଯାଇ ତାଙ୍କର ପୁଣି ୨ଟି ଯମଜ ସନ୍ତାନ ପ୍ରସବ କରାଗଲା। ସେମାନଙ୍କ ମଧ୍ୟରେ ଜଣେ ପୁଅ ଓ ଜଣେ ଝିଅ ଅଛନ୍ତି।

ନିଜ ୩ ସନ୍ତାନଙ୍କୁ ନେଇ ମହିଳାଜଣକ ଖୁବ୍ ଖୁସି ଅଛନ୍ତି। ହେଲେ ତାଙ୍କ ସ୍ୱାମୀ ଜଣେ ଦିନ ମଜୁରିଆ ହୋଇଥିବାରୁ ସେ ଛୁଆମାନଙ୍କର କିପରି ଲାଳନପାଳନ କରିବେ ସେଇ ଚିନ୍ତାରେ ପଡିଛନ୍ତି।
ଏପରି ଘଟଣା ନିଜ ମେଡିକାଲ କ୍ୟାରିଅରରେ ଦେଖି ନ ଥିବା ସେଠାକାର ଜଣେ ବରିଷ୍ଠ ମେଡିକାଲ ଅଫିସର କହିଛନ୍ତି। ହେଲେ ଉକ୍ତ ମହିଳାଙ୍କ ଚିକିତ୍ସା କରୁଥିବା ଡାକ୍ତର କିପରି ତାଙ୍କ ଗର୍ଭରେ ଥିବା ଆଉ ୨ ସନ୍ତାନ ବିଷୟରେ ଟେର ପାଇପାରିଲେ ନାହିଁ ସେ ନେଇ ପ୍ରଶ୍ନ ଉଠାଇଛନ୍ତି।
from Odisha Reporter https://ift.tt/2CHUYSQ
No comments:
Post a Comment