ଗାଧୋଉଥିବା ବେଳେ ଧରି ପକାଇଲା କୁମ୍ଭୀର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 6, 2019

ଗାଧୋଉଥିବା ବେଳେ ଧରି ପକାଇଲା କୁମ୍ଭୀର

attack1

ପଟ୍ଟାମୁଣ୍ଡାଇ (ପ୍ରବୀର ନାୟକ): କୁମ୍ଭୀର ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ଭାବେ ଆହତ ହୋଇଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ୍ ଅନ୍ତର୍ଗତ ରାଜପୁର ଗାଁରେ ଏ ଘଟଣା ଘଟିଛି।

ଆହତ ବ୍ୟକ୍ତିଙ୍କ ନାଁ ଭଗବାନ ରାଉତ। ସେ ଆଜି ସକାଳେ ଗାଁ ନିକଟ ଦେଇ ଯାଇଥିବା ବ୍ରାହ୍ମଣୀ ନଦୀରେ ଗାଧୋଉ ଥିବା ବେଳେ ତାଙ୍କୁ କୁମ୍ଭୀର ଆକ୍ରମଣ କରିଥିଲା। ଏଠାରେ ବନ ବିଭାଗ ପକ୍ଷରୁ କରାଯାଇଥିବା ଘାଟରେ ସେ ଗାଧୋଉଥିଲା ବେଳେ କୁମ୍ଭୀର ଆକ୍ରମଣର ଶିକାର ହୋଇଥିଲେ। ଏହି ଘାଟରେ ତାର ଜାଲି ଘେରା ଯାଇ ନ ଥିବା ଯୋଗୁ କୁମ୍ଭୀର ତାଙ୍କୁ ଆକ୍ରମଣ କଲା ବୋଲି କୁହାଯାଉଛି।

କୁମ୍ଭୀର ତାଙ୍କ ବାମ ହାତକୁ ଧରି ପକାଇଥିଲା। ତେବେ ଭଗବାନ ଡରି ନଯାଇ ସାହସ ସହ କୁମ୍ଭୀର କବଳରୁ ମୁକୁଳି ଆସିଥିଲେ।
ତାଙ୍କୁ ପ୍ରଥମେ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରୁ ତାଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।



from Odisha Reporter https://odishareporter.in/odisha/villager-injured-in-crocodile-attack-in-kendrapara-348912

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages