
ଜଗତସିଂହପୁର (ଶଶାଙ୍କ ଶେଖର ପଣ୍ଡା): କଟକ-ପାରାଦୀପ ରାସ୍ତାର ଶିଉଳି ନିକଟରେ ଏକ ବାଇକ୍କୁ ଟ୍ରକ୍ ଧକ୍କା ଦେବା ଫଳରେ ୨ଜଣ ପ୍ରାଣ ହରାଇଛନ୍ତି।
ମୃତକମାନେ ହେଲେ ରଘୁନାଥପୁର ଥାନା ଅନ୍ତର୍ଗତ ରାଧାନଗର ଗାଁର ପ୍ରଶାନ୍ତ ସ୍ଵାଇଁ ଓ ବର୍ତୀ ଗାଁର ନାରାୟଣ ଖୁଣ୍ଟିଆ।
ଉଭୟ ପ୍ରଶାନ୍ତ ଓ ନାରାୟଣ ମାର୍ବଲ କାମ କରିବାକୁ ବାଇକ୍ରେ କମରପଦା ଯାଉଥିବା ବେଳେ ଶିଉଳି ନିକଟରେ ଏକ ଟ୍ରକ୍ ସେମାନଙ୍କୁ ପଛରୁ ପିଟି ଦେଇଥିଲା। ଘଟଣାସ୍ଥଳରେ ହିଁ ଉଭୟଙ୍କ ମୃତ୍ୟୁ ଘଟିଥିଲା।
ଦୁର୍ଘଟଣା ପରେ ମୃତକଙ୍କ ପରିବାର ଲୋକଙ୍କୁ କ୍ଷତିପୂରଣ ପ୍ରଦାନ ଦାବିରେ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଥିଲେ।
ସାଲେପୁର ଏସ୍ଡିପିଓ ଓ କିଶନନଗର ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ମୃତକଙ୍କ ପରିବାରକୁ ରେଡକ୍ରସ୍ ପାଣ୍ଠିରୁ ୧୦ ହଜାର ଟଙ୍କା ଲେଖାଏ ପ୍ରଦାନ କରିଥିଲେ। ଏଥିସହ ସରକାରୀ ନିୟମ ଅନୁସାରେ ଅନ୍ୟ ସମସ୍ତ ସହାୟତା ଦିଆଯିବ ବୋଲି ପ୍ରତିଶ୍ରୁତି ମିଳିବା ପରେ ରାସ୍ତାରୋକ ହଟିଥିଲା।
from Odisha Reporter https://ift.tt/2FCFaS8
No comments:
Post a Comment