ସେନା ପୋଷାକ ପିନ୍ଧି ଫସିଗଲେ ମନୋଜ ତିୱାରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 3, 2019

ସେନା ପୋଷାକ ପିନ୍ଧି ଫସିଗଲେ ମନୋଜ ତିୱାରୀ

manoj123

ନୂଆଦିଲ୍ଲୀ: ଗତ ଶନିବାର ନୂଆଦିଲ୍ଲୀରେ ଏକ ଦଳୀୟ ରାଲିରେ ବିଜେପି ନେତା ତଥା ସାଂସଦ ମନୋଜ ତିୱାରୀ ସେନା ପୋଷାକ ସଦୃଶ ପୋଷାକ ପିନ୍ଧି ସାମିଲ ହୋଇଥିଲେ। ଏହାକୁ ବିରୋଧୀ ଦଳଗୁଡ଼ିକ ସହଜରେ ହଜମ କରିପାରି ନାହାନ୍ତି।

ପୁଲୱାମାରେ ଆତଙ୍କବାଦୀଙ୍କ ଆତ୍ମଘାତୀ ଆକ୍ରମଣ ପରେ ବାୟୁସେନା ପକ୍ଷରୁ ପାକିସ୍ତାନରେ ଥିବା ଜୈଶ-ଇ-ମହମ୍ମଦର ସବୁଠୁ ବଡ଼ ଟ୍ରେନିଂ କ୍ୟାମ୍ପ ଉପରେ ଆକ୍ରମଣ କରାଯାଇଥିଲେ। ଏହାକୁ ପୁଲୱାମା ପ୍ରତିଶୋଧ ବୋଲି କୁହାଯାଉଥିବା ବେଳେ ଏଥିରୁ ବିଜେପି ରାଜନୈତିକ ଫାଇଦା ହାସଲ କରିବାକୁ ଚେଷ୍ଟା କରୁଥିବା ନେଇ କିଛି ମହଲରେ ଅଭିଯୋଗ ହେଉଥିବା ବେଳେ ଶନିବାର ମନୋଜଙ୍କ ବେଶଭୂଷା ଦେଖି ବିରୋଧୀ ଦଳଗୁଡ଼ିକ ସେମାନଙ୍କ ସମାଲୋଚନାକୁ ଆହୁରି ଶାଣିତ କରି ଦେଇଛନ୍ତି।

ମନୋଜଙ୍କୁ ପ୍ରଥମେ ଟାର୍ଗେଟ୍ କରିଥିଲେ ତୃଣମୂଳ କଂଗ୍ରେସ ନେତା ଡେରେକ ଓ’ବ୍ରେନ୍‌। ସେ କହିଥିଲେ, ଭାରତୀୟ ବାୟୁସେନାର ପାଇଲଟମାନେ ନିଜ ଜୀବନକୁ ବାଜି ଲଗାଇ ଦେଇଥିବା ବେଳେ ମନୋଜ ଏହାକୁ ନେଇ ରାଜନୀତି କରୁଛନ୍ତି। ଏହା ଘୋର ଲଜ୍ଜାଜନକ ଘଟଣା। ବିଜେପି,ନରେନ୍ଦ୍ର ମୋଦି ଓ ଅମିତ ଶାହ ଆମ ଯବାନମାନଙ୍କୁ ଅପମାନିତ କରିଛନ୍ତି। ସେମାନେ ଯବାନଙ୍କ କାର୍ଯ୍ୟକୁ ନେଇ ରାଜନୀତି କରୁଛନ୍ତି।

manojtiwariନ୍ୟାସ୍‌ନାଲ୍ କନ୍‌ଫରେନ୍ସ ନେତା ଓମାର ଅବଦୁଲ୍ଲା ମଧ୍ୟ ମନୋଜଙ୍କ ଏକ ଫଟୋ ତାଙ୍କ ଟ୍ୱିଟର ପେଜ୍‌ରେ ପୋଷ୍ଟ୍ କରିଛନ୍ତି। ସେଥିରେ ମନୋଜ ଏକ ମିଲିଟାରୀ ଜ୍ୟାକେଟ୍ ପିନ୍ଧିଛନ୍ତି। ଓମାର ଅବଦୁଲ୍ଲା ଏହି ଫଟୋ ପୋଷ୍ଟ୍ କରି ଲେଖିଛନ୍ତି- ପ୍ରଧାନମନ୍ତ୍ରୀଙ୍କ ସମେତ ବିଜେପିର ବରିଷ୍ଠ ନେତାମାନେ କହୁଛନ୍ତି ଯେ ନିକଟରେ ହୋଇଥିବା ସେନାର କାର୍ଯ୍ୟାନୁଷ୍ଠାନକୁ ନେଇ ବିରୋଧୀ ଦଳଗୁଡ଼ିକ ରାଜନୀତି କରୁଛନ୍ତି। ଏହି ଫଟୋଟିକୁ ଦେଖନ୍ତୁ।

ତେବେ ବିରୋଧୀଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ମନୋଜ ତିୱାରୀ। ସେ କହିଛନ୍ତି,“ମୁଁ କେବଳ ମୋ ସେନା ପାଇଁ ଗର୍ବ ଅନୁଭବ କରୁଥିବାରୁ ସେନା ପୋଷାକ ପିନ୍ଧିଥିଲା। ମୁଁ କାହିଁକି ସେନାକୁ ଅପମାନିତ କରିବି। ସେନା ପାଇଁ ମୋର ସର୍ବୋଚ୍ଚ ସମ୍ମାନ ରହିଛି। ମୁଁ ଯଦି କାଲି ନେହରୁ ଜ୍ୟାକେଟ୍ ପିନ୍ଧିବି, ତା’ହେଲେ ତାହା କ’ଣ ନେହରୁଙ୍କ ପ୍ରତି ଅପମାନ ହେବ?”



from Odisha Reporter https://ift.tt/2TwVRas

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages