
ମୁମ୍ବାଇ: ବଲିଉଡ୍ ଫିଲ୍ମ ‘ଛପ୍ପକ୍କ’ର କାମ ଜୋରସୋର ଆଗେଇ ଚାଲିଛି। ପିଲ୍ମଟି ଏସିଡ୍ ଆଟାକ୍ର ଶିକାର ହୋଇଥିବା ଲକ୍ଷୀ ଅଗ୍ରୱାଲ୍ଙ୍କ ଜୀବନି ଉପରେ ଆଧାରିତ। ଫିଲ୍ମରେ ଦୀପିକା ପାଦୁକୋନ୍ ଲକ୍ଷୀଙ୍କ ଭୂମିକାରେ ନଜର ଆସିବେ। ବିବାହ ପରେ ଦୀପାକାଙ୍କ କୌଣସି ଫିଲ୍ମ ରିଲିଜ୍ ହୋଇନଥିବା ବେଳେ ଏହି ଫିଲ୍ମକୁ ତାଙ୍କ ଫ୍ୟାନ୍ମାନେ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି।
ଫିଲ୍ମ ପୋଷ୍ଟରରେ ଦୀପିକାଙ୍କ ମୁହଁ ଏସିଡ୍ରେ ଶିଝିଯିବା ପରି ଦେଖାଯାଉଛି। ଏବେ ଦିଲ୍ଲୀରେ ଫିଲ୍ମର ସୁଟିଂ ଚାଲିଥିବା ବେଳେ ଫିଲ୍ମର ନିର୍ଦ୍ଦେଶନା ଭାର ମେଘନା ଗୁଲ୍ଜାର ସମ୍ଭାଳିଛନ୍ତି।
ସାଉଥ୍ ଫିଲ୍ମ କ୍ରିଟିକ୍ ରମେଶ ବାଲା ‘ଛପ୍ପକ୍କ’ରେ ଦୀପିକାଙ୍କ ଫାଷ୍ଟ ଲୁକ୍ ଶେଆର କରିଛନ୍ତି।
Here is @deepikapadukone 's FL as Acid Attack Survivor from the movie #Chhapaak
She plays a character #Malti – Based on the true story of Acid Attack Survivor/Activist #LaxmiAgarwal
Shooting starts today in Delhi.. #MeghnaGulzar directs.. pic.twitter.com/jQ1WmAWafK
— Ramesh Bala (@rameshlaus) March 25, 2019
ସୂଚନା ଅନୁଯାୟୀ, ୨୦୦୫ରେ ଏସିଡ୍ ଆଟାକ୍ର ଶିକାର ହୋଇଥିଲେ ଦିଲ୍ଲୀର ଲକ୍ଷୀ ଅଗ୍ରୱାଲ୍। ସେତେବେଳେ ତାଙ୍କୁ ମାତ୍ର ୧୫ବର୍ଷ ହୋଇଥିଲା। ଜଣେ ୩୨ବର୍ଷୀୟ ବ୍ୟକ୍ତି ତାଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ। ଲକ୍ଷୀ ତାଙ୍କ ପ୍ରସ୍ତାବକୁ ପ୍ରତ୍ୟାଖାନ କରିଦେବାରୁ ସେ ତାଙ୍କ ମୁହଁରେ ଏସିଡ୍ ପକାଇ ଦେଇଥିଲେ।
from Odisha Reporter https://ift.tt/2TxLIGw
No comments:
Post a Comment