ନେପାଳରେ ଘୁର୍ଣ୍ଣିଝଡ଼: ୨୫ ଲୋକଙ୍କ ମୃତ୍ଯୁ, ୪୦୦ରୁ ଅଧିକ ଆହତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 31, 2019

ନେପାଳରେ ଘୁର୍ଣ୍ଣିଝଡ଼: ୨୫ ଲୋକଙ୍କ ମୃତ୍ଯୁ, ୪୦୦ରୁ ଅଧିକ ଆହତ

ନେପାଳ: ଦକ୍ଷିଣ ନେପାଳରେ ଘୁର୍ଣ୍ଣିଝଡ଼ ହେବା କାରଣରୁ ସୋମବାର ୨୫ ଲୋକଙ୍କ ମୃତ୍ଯୁ ହୋଇଥିବାବେଳେ ୪୦୦ରୁ ଅଧିକ ଆହତ ହୋଇଛନ୍ତି। ନେପାଳ ସରକାରଙ୍କ ସରକାରୀ ରିପୋର୍ଟରୁ ଏହା ଜଣାପଡ଼ିଛି।

ଦକ୍ଷିଣ ନେପାଳର ବରା ଏବଂ ପର୍ସା ଜିଲ୍ଲାରେ ରବିବାର ସନ୍ଧ୍ଯାରୁ ପ୍ରବଳ ବର୍ଷା ହେଉଥିବା ନେପାଳ ସରକାରଙ୍କ ଗୃହ ମନ୍ତ୍ରଳାୟ ସୂଚନା ଦେଇଛି। ବରା ଜିଲ୍ଲାରେ ୨୪ ଜଣ ଲୋକଙ୍କର ପ୍ରାଣହାନୀ ହୋଇଥିବାବେଳେ ପାର୍ସା ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ଜଣଙ୍କର ମୃତ୍ଯୁ ହୋଇଛି। ବିଭିନ୍ନ ଗାଁରେ ଆହତଙ୍କ ସ୍ବାସ୍ଥ୍ଯବସ୍ଥା ଚିକିତ୍ସା ଚାଲିଥିବା ଜାତୀୟ ଜରୁରୀକାଳିନ କେନ୍ଦ୍ର ସୂଚନା ଦେଇଛି।


ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲ୍ଲୀ ଏ ନେଇ ଦୁଃଖ ପ୍ରକାଶ କରିବା ସହିତ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି। ଉଦ୍ଦାର କାର୍ଯ୍ଯ ପାଇଁ ସେନା ଓ ପୋଲିସ ବାହିନୀ ସମେତ ନାଇଟ ଭିଜନ ହ୍ଯାଲିକେପ୍ଟର ନିୟୋଜିତ କରାଯାଇଥିବା ପ୍ରଧାନମନ୍ତ୍ରୀ ଓଲି ଟୁଇଟ କରି ସୂଚନା ଦେଇଛନ୍ତି।



from Odisha Reporter https://ift.tt/2UdtOhP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages